ମୁଁ ମୁଣ୍ଡଳି ଓଭର ବ୍ରିଜରୁ ଡେଇଁ ଜୀବନ ହାରିନି ମୁଁ ସେଠାରେ କେବଳ ଗାଡି ରଖି ମୋ ଶଳା ଘରକୁ ପଳାଇ ଥିଲି । ଏମିତି କିଛି ନାଟକୀୟ ଢଙ୍ଗରେ ମୁଣ୍ଡଳି ବ୍ରିଜ ଉପରୁ ସ୍କୁଟି ମିଳିବା ଆଉ ମହାନଦୀକୁ ଡେଇଁ ଜୀବନ ହାରିବା ଘଟଣାରେ ନାଟକୀୟ ଜବାନିକା ପଡିଛି । ସ୍କୁଟି ଥୋଇ କେହି ଜଣେ ମହାନଦୀକୁ ଡେଇଁ ଥିବା ଘଟଣାରେ ଏବେ ପୁନଛେତ ପଡିଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୋଡି ସାହି ଅଞ୍ଚଳରେ ।
ସକାଳ ପ୍ରାୟ ସାଢେ 6 ଟାରେ ମୁଣ୍ଡଳି ବ୍ରିଜ ଉପରେ ଜଣେ ବ୍ୟକ୍ତି ଗାଡି ଥୋଇ ନଦୀକୁ ଡେଇଁ ପଡି ଥିବା ଖବର ଆସିଲା । ଆତ୍ମହତ୍ୟା ସନ୍ଦେହରେ ସଙ୍ଗେ ସଙ୍ଗେ ଗୌଡି ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ଲୋକ ରୁଣ୍ଡ ହେଇଗଲେ ଟିଭିରେ ବ୍ରେକିଙ୍ଗ ନ୍ୟୁଜ ଚାଲିଲା । ଏମିତି କି କିଛି ଲୋକ ସେହି ଯୁବକକୁ ନିଶା ସେବନ କରୁଥିବାର ଦେଖିଥିବା କଥା ଗଣମାଧ୍ୟମକୁ କହିଲା ।
ଜଣେ ବ୍ୟକ୍ତି ତ କହିଲେ, ରାତି ସାଢେ 1ଟାରେ ସେହି ବ୍ୟକ୍ତି ଜଣକ ମଦ ପିଉ ଥିଲେ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହା ପରେ ଚାଲିଲା ବ୍ୟକ୍ତିଙ୍କୁ ଖୋଜା ଖୋଜି କାମ । ଅଗ୍ନିସମ ବିଭାଗର ଦୁଇଟି ବୋଟ ମହାନଦୀରେ ବଇତରା ମାରିଲେ । ବୋଟରେ ପୁରା ଦୁଇଟି ମହାନଦୀ ମୁଣ୍ଡଳି ଜଳକୁ ଦୁଇ ଭାଗ କରିଦେଲେ ।
ହେଲେ ଯୁବକ ମିଳିଲେ ନାହିଁ କିନ୍ତୁ ଏହି ତନାଘନା ହାଇ ଡ୍ରାମା ସରିବାର 3 ଘଣ୍ଟା ପରେ ଉଭା ହେଲେ ସ୍କୁଟି ରଖିଥିବା ଯୁବକ । ତା ପରେ ସେ ବରମୁଣ୍ଡାରୁ ଠାବ ହେଲେ । ତେବେ ଏହି ଯୁବକଙ୍କ ନାମ ହେଉଛି ରଘୁ ରଞ୍ଜନ ମିଶ୍ର । ତାଙ୍କ କହିବା ମୁତାବକ, ସେ ଗାଡି ନେଇ ବରମୁଣ୍ଡା ନିଜ ଶଳା ଘରକୁ ଯାଉଥିବା ସମୟରେ ହଠାତ ତାଙ୍କ ଗାଡି ଖରାପ ହେଇଗଲା ।
ତେଣୁ ସେ ଗାଡି ଚୋରୀ ହେବା ଭୟରେ ପୋଲ ଉପରେ ଗାଡି ରଖି ଏକ ଟ୍ରକରେ ବସି ବରମୁଣ୍ଡା ପଳାଇ ଥିଲେ । ଏହା ପରେ ତାଙ୍କ ଫୋନ ଅଫ ହେଇଯାଇଥିଲା ଫୋନ ଅନ କରି ଦେଖିଲା ବେଳକୁ ତାଙ୍କ ଡେଡ ବଡି ଖୋଜା ଚାଲିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।