ବନ୍ଧୁଗଣ ଏବେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ବ୍ରିଜ ଉପରେ ଜଣେ ବ୍ୟକ୍ତି ନିଜ ଗାଡିକୁ ଷ୍ଟାଣ୍ଡ ମାରି ରଖିଲେ । ତା ଉପରେ ପକେଟ ରୁ ମୋବାଇଲ ଏବଂ ପର୍ସ ବାହାର କରି ରଖିଲେ ଆଉ ହଠାତ ବ୍ରିଜ ଉପରୁ ବଢି ପାଣିକୁ ଡେଇଁ ପଡିଲେ । ଦେଖୁ ଦେଖୁ ପାଣିରେ ଭାସି ପଳାଇଲେ ଯୁବକ ଜଣକ । ତେବେ ବନ୍ଧୁଗଣ ଏହି ଘଟଣାଟି ଘଟିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହେଇଛି ।
ତେବେ ମିଡିଆ ରିପୋର୍ଟସ ଅନୁସାରେ ଏମିତି ଏକ ଘଟଣା ଘଟିଛି କଟକ ମୁଣ୍ଡଳି ବ୍ରିଜ ଉପରେ । ସକାଳୁ ସକାଳୁ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି । ବନ୍ଧୁଗଣ ନଗତ ନଗତ ଏବେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ହେଲେ ମୁଣ୍ଡଳି ଥାଏ ଅକାତ କାତ ପାଣି ବନ୍ୟା କମି ଥିଲେ ମଧ୍ୟ ପାଣିର ସୁଅ କମି ନାହିଁ । ବନ୍ୟା ସ୍ଥିତି ଦେଖିବା ପାଇଁ ମୁଣ୍ଡଳି ବ୍ରିଜ ଉପରେ ସବୁବେଳେ ଭିଡ ଜମି ରହି ଥାଏ ।
ଲୋକେ ସେମାନଙ୍କ ଗାଡିକୁ ସାଇଡରେ ଲଗାଇ ବନ୍ୟା ପାଣି ଦେଖନ୍ତି ଆଉ ମଜା ନିଅନ୍ତି । ହେଲେ ବନ୍ଧୁଗଣ ଏହି ମଜା ଅନେକ ଲୋକଙ୍କ ପାଇଁ ସଜା ହୋଇ ଯାଇଛି । ବନ୍ୟା ପାଣି ଅନେକ ଗ୍ରାମରେ ପଶି ଘର ନଷ୍ଟ କରିଛି । ଆଉ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଜି ସେହି ଗହଳି ଭିତରେ ଜଣେ ଯୁବକ ତାଙ୍କ ଗାଡି ରଖିବା ପରେ ନିଜ ପକେଟରୁ ପର୍ସ ଏବଂ ମୋବାଇଲ ଫୋନ ବାହାର କରି ଗାଡି ଉପରେ ରଖିଥିଲେ ।
ଆଉ ହଠାତ ପାଣିକୁ ଡେଇଁ ପଡି ଥିଲେ । ଗାଡିର ନମ୍ବରଟି ହେଉଛି OD19T1059 । ସେପଟେ ଖବର ଘଟଣା ସ୍ଥଳରେ ଆଠଗଡ ପୋଲିସ ଓ ଅଗ୍ନିସମ ବାହିନୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆଠଗଡ ଅଗ୍ନିସମ ବାହିନୀର ଗଭୀର ପାଣି ଭିତରକୁ ଯାଇ ଯୁବକଙ୍କ ସନ୍ଧାନ କରୁଛନ୍ତି ହେଲେ ଖବର ଅନୁଯାଇ ଯୁବକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରି ନାହିଁ ।
ତେବେ ଗାଡି ନମ୍ବରରୁ ଯୁବକଙ୍କ ଘର ଅନୁଗୁଳ ବୋଲି ଜଣା ପଡିଛି । ଯଦି ଦେଖିବା ତା ହେଲେ ଗତ ତିନି ଦିନ ତଳେ ଆଉ ଜଣେ ଯୁବକ ବ୍ରିଜ ଉପରେ ଗାଡି ରଖି ସମାନ ଢଙ୍ଗରେ ଡେଇଁ ପଡିଥିଲେ ଆଉ ଏବେ ଏହି ଯୁବକ ଜଣକ ଡେଇଁ ପଡି ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।