ମୋର ପିଣ୍ଟୁ ଥିଲେ ତାଙ୍କର ବର୍ଷା ଆଉ ରସନୀ ଅଛନ୍ତି…

“କେତେ ତଳକୁ ଆଉ ଖସିବ ଦିନେଶ । ଗୋଟିଏ ନାରୀ ର ସବୁକିଛି ନେଲା ପରେ ଏବେ ତାକୁ ଚରିତ୍ର ହୀନ ସଯାଉଛ । ତୁମ ନିନ୍ଦା କମ ହୋଇଥିଲା ଯେ ଆହୁରି ନିନ୍ଦା ଦେଉଛ । ମୋ ଚରିତ୍ର ଉପରେ ତୁମେ ଆଙ୍ଗୁଳି ଉଠାଉଛ । କଣ କହୁଛ ପିଣ୍ଟୁ ସହିତ ମୋର ସମ୍ପର୍କ ଅଛି?ଯଦି ପିଣ୍ଟୁ ସହିତ ସମ୍ପର୍କ ଥିଲା ତେବେ ତୁମ ଦ୍ୱାର ରେ କାହିଁକି ବସିଛି?ତୁମେ ଜାଣିଛ ସେ ମୋର ଜଣେ ଭାଇ । ସବୁ ଜାଣିବା ପରେ ବି ଏମିତି କହୁଛ ।

ଯଦି ସାହସ ଅଛି ମୋ ଆଗରେ ଆସି କୁହ । ପଛରେ ରହି କାହିଁକି କହୁଛ । ସତ କଣ ତୁମେ ଜାଣିଛ ଏବଂ ଜାଣିଜାଣି ଏଭଳି ନାଟକ କରୁଛ । ମୋତେ କାଦୁଅ ଫିଙ୍ଗିବା ପୂର୍ବରୁ ଥରେ ନିଜ କଥା ଭାବ । ତୁମେ କଣ କରୁଥିଲ ଆଉ ଏବେ କଣ କରୁଛ । ମୋର ଯଦି ପିଣ୍ଟୁ ସହିତ ସମ୍ପର୍କ ଥିଲା ତେବେ ତୁମର ବର୍ଷା ଓ କଦଳୀ ବାଲା ଝିଅ ରସନୀ ସହିତ ଥିଲା । ବାଟରେ ଗୋଲାପ ଦେଇ ପ୍ରପୋଜ କରୁଥିଲ । କିନ୍ତୁ ମୁଁ ପିଣ୍ଟୁ କୁ ଗୋଲାପ କି କିସ ଦେଇନି ।

ଯାହା କରିଛି ତୁମ ସହିତ କରିଛି । ଡିଏନଏ ରିପୋର୍ଟ ତ ମିଛ କହିବନି ନା । ରିପୋର୍ଟ ରେ ପିଣ୍ଟୁ ନୁହେଁ ତୁମ ନାଁ ରହିଛି । ତୁମେ ବିବାହ କରିବାକୁ ମନା କରିଲ ମୁଁ କେସ ଦେଲି । ତୁମ ମାଆ କହିଲେ ପୁଅ ତୁ ଜେଲ ଯାଆ ଦୁଇ ଦିନ ଭିତରେ ଛଡ଼ାଇ ଆଣିବି । ତୁମେ ଗଲ ଆଉ ୪ ମାସ ରହିଲ । ସେଥିରେ ମୋର କଣ ଦୋଷ । ଭୁଲ ବୁଝାମଣା ପାଇଁ ଏମିତି କରନି ଦିନେଶ ।

ବର୍ବାଦ ହୋଇଯିବ ମୋ ଛୁଆ ର ଜୀବନ । ଏବେବି ସମୟ ଅଛି ସବୁକିଛି ଠିକ ହୋଇଯିବ । ତୁମେ ଫେରି ଆସ ଦିନେଶ । ଆଗଭଳି ଆମେ ଖୁସି ରେ ରହିବା । ସବୁ କେସ ର ସମାଧାନ ହୋଇଯିବ । ତୁମେ ବି ଚିନ୍ତାମୁକ୍ତ ହୋଇ ଶାନ୍ତି ରେ ବଞ୍ଚିବ । ମୋ ଛୁଆ କୁ ତା’ ବାପା ର ପରିଚୟ ମିଳିବ ।

ମୋ ପୁଅ ପାଇଁ ମୋର ଏହି ଗୁହାରି । ଯଦି ମାଆ ହୋଇ ପୁଅ କୁ ବାପା ର ପରିଚୟ ଦେଇ ପାରିବି ନାହିଁ ସେଭଳି ମାଆ ଥାଇ କେତେ ନଥାଇ କେତେ । ଏସବୁ ର ପ୍ଲିଜ ସମାଧାନ କରିଦିଅ । ମୋ ଚରିତ୍ର ଉପରେ ଆଉ ଦାଗ ଲଗାଅ ନାହିଁ । ” ତେବେ ଏହିଭଳି କିଛି ମନ୍ତବ୍ୟ ପ୍ରକାଶ କରିଛନ୍ତି ଦୀପିକା ଏବଂ ନିଜ ପୁଅ କୁ ଆପଣାଇ ନେବା ପାଇଁ ଦିନେଶ ଙ୍କ ନିକଟରେ ଗୁହାରି କରିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *