ଜଣେ ବ୍ୟକ୍ତିଙ୍କର ହତ୍ୟା ହୋଇଛି ଆଉ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସେହି ବ୍ୟକ୍ତିଙ୍କ ପତ୍ନୀ ଓ ତାର ପ୍ରେମିକ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ କଥା ତ ଛାଡନ୍ତୁ କାରଣ ଏବେ ସମସ୍ତେ ପରକ୍ରିୟା ପ୍ରୀତିରେ ଲୀନ ହୋଇ ରହିଛନ୍ତି ହେଲେ ସ୍ତ୍ରୀଙ୍କ କଥା ଶୁଣିଲେ ଆପଣ ମାନେ କୌଣସି ମହିଳାଙ୍କୁ ବିବାହ କରିବା ପୂର୍ବରୁ 10 ଥର ଚିନ୍ତା କରିବେ । ତେବେ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ସିଧା ସିଧା କହିଛନ୍ତି ଯେ, ସେ ତାଙ୍କ ପ୍ରେମିକ ସହ ରହିବେ ।
ଏଭଳି ଅମାନୁଷିକ କାଣ୍ଡ କରିବା ସତ୍ବେ ବି ମହିଳାଙ୍କ ଆଖିରେ ଟିକେ ଲୁହ ନାହିଁ । ତେବେ ବର୍ତ୍ତମାନ ଉକ୍ତ ମହିଳା ଜଣକ ପୋଲିସ ପଞ୍ଜାରେ ଅଛନ୍ତି ଆଉ ଏହାରି ମଧ୍ୟରେ ମହିଳା ପୁଅ ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ମହିଳାଙ୍କ ପୁଅ କହିଛନ୍ତି-‘ଏ ବୋଉ ତୁ ଆଜି ତୋର କଲା କର୍ମର ଫଳ ପାଇବାକୁ ଯାଉଛୁ । ଇଏ ତ କେବଳ ଆରମ୍ଭ ଆଗକୁ ତୁ ତୋ କଲା କର୍ମର ଫଳ ନିଶ୍ଚୟ ପାଇବୁ ।
ଜେଲରେ ଅନ୍ଧାର କୋଠରି ଭିତରେ ଏବେ ତୁ ଦିନ ଗଣିବୁ । ଏକା ଏକା ସେହି କାଳ କୋଠରି ଭିତରେ ତୁ କାନ୍ଦି କାନ୍ଦି ମରିବୁ । ତୋ ପାଖରେ ଆହା ପଦ ବି କହିବା ପାଇଁ କେହି ନଥିବେ । ଏକା ଏକା ନିଛାଟିଆ କୋଠରି ଭିତରେ ତୁ ତୋ ପାପର ପ୍ରାୟଶ୍ଚିତ କରିବୁ । ହେଲେ ତୋର ପୁଅ ହେଇ ବି ମୋ ମନରେ ଆଜି ତୋ ପାଇଁ ଟିକେ ଦୁଃଖ ନାହିଁ ବରଂ ମୁଁ ଆଜି ବହୁତ ଖୁସି ଅଛି ।
ତୋ ପରି ମହିଳାଙ୍କୁ କଠୋର ଦଣ୍ଡ ମିଳିବା ଦରକାର । ମନେ ରଖ ବୋଉ ନିଜର ପାପ କର୍ମ କେବେ କାହାକୁ ଛାଡିନି । କଥାରେ ଅଛି ପାପ ସାତ ପାତାଳରେ ଥିଲେ ବି ଦିନେ ନା ଦିନେ ନିଶ୍ଚୟ ଫୁଟି ବାହାରିବ । ନିଜ ସ୍ଵାମୀକୁ ହତ୍ୟା କରି ଆମ ମାନଙ୍କୁ ଏକା କରି ପର ପୁରୁଷ ସହ ପଳେଈ ଯାଇଥିଲୁ । ତୁ ଯେଉଁ ପାପ କରିଛୁ ତାର ଦଣ୍ଡ ତୁ ନିଶ୍ଚୟ ଭୋଗିବୁ ।
ତୁ ବୋଉ ନୁହେଁ ତୁ ହେଉଛୁ ଗୋଟେ ଡାହାଣୀ ତୁ କଣ ଭାବି ଥିଲୁ ଏତେ ବଡ ଅପରାଧ କରି ତୁ ଖସି ଚାଲି ଯିବୁ ଆଉ ପର ପୁରୁଷ ସହ ଆରମରେ ଜୀବନ କାଟିବୁ ନା ସେମିତି କେବେ ବି ହେବନି । ଗୋଟେ ପର ପୁରୁଷର ପ୍ରେମ ପାଇଁ ତୁ ତୋ ସ୍ଵାମୀକୁ ମାରିଦେଲୁ ନିଜ ଚାରିଟି ଛୁଆଙ୍କୁ ଅନାଥ କରିଦେଲୁ । ତୁ ନିଶ୍ଚୟ ଦଣ୍ଡ ପାଇବୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।