ବନ୍ଧୁଗଣ 2004 ମସିହା ନଭେମ୍ବରରେ ନୋଇଡା ସେକ୍ଟର 93Aରେ ସୁପରଟେକ୍ କୁ 48 ହଜାର 263 ବର୍ଗ ମିଟର ଜମି ଆବଣ୍ଟନ କରିଥିଲେ ନୋଇଡା ଅଥରିଟି । 2006 ମସିହାରେ ପ୍ରକଳ୍ପର ନକସାକୁ ମିଳିଥିଲା ମଞ୍ଜୁରି । ଆଉ ଏହା ପରେ ଏମରାଲଡ କୋର୍ଟ ପ୍ରଜେକ୍ଟ ଆରମ୍ଭ ହୋଇଥିଲା । ପ୍ରୋଜେକ୍ଟରେ ଗ୍ରାଉଣ୍ଡ ଫ୍ଲୋର ବ୍ୟତୀତ 11 ମହଲା ଉଚ୍ଚ 14ଟି ଟାୱାର ନିର୍ମାଣର ଯୋଜନା ଥିଲା ।
2009 ଫେବୃୟାରି 28ରେ ୟୁପି ସରକାର ପ୍ରକଳ୍ପର ଏଫଏଆର ବଢାଇବାକୁ ନିଷ୍ପତ୍ତି ନେଲେ । ଫ୍ଲୋର ଏରିଆ ରେସିଓ ବଢା ଗଲା । ଆବଣ୍ଟିତ ଜମିରେ କେତେ ମହଲା ନିର୍ମାଣ ହେବ ତାହା ଏଫଏଆଇ ନିର୍ଦ୍ଧାରିତ କରିଥାଏ । ସରକାରଙ୍କ ନିଷ୍ପତ୍ତି ପରେ ସୁପରଟେକ ଗ୍ରୁପକୁ ବିଲଡିଙ୍ଗକୁ 24 ମହଲା ପର୍ଯ୍ୟନ୍ତ ନିର୍ମାଣ କରିବାକୁ ମଞ୍ଜୁରି ମିଳି ଗଲା । ଯେଉଁ ମାନେ ଘର କିଣି ଥିଲେ ସେମାନେ ମଧ୍ୟ ଏଥିରେ ଆପତ୍ତି ଉଠାଇ ନଥିଲେ ।
ସଂଶୋଧିତ ପ୍ଳାନରେ 2ଟି ଟାୱାରକୁ 121 ମିଟର କରିବାକୁ ଅନୁମତି ମିଳିଲା ଅର୍ଥାତ 40 ମହଲା ଓ 39 ମହଲା ପର୍ଯ୍ୟନ୍ତ ନିର୍ମାଣ କରିବାକୁ ଅନୁମତି ମିଳିଲା । ଟାୱାର ନିର୍ମାଣରେ ଦୁଇ ବିଲଡିଙ୍ଗ ମଝିରେ ଥିବା ଦୂରତା ଉପରେ ଧ୍ୟାନ ଦିଆଯାଇ ନଥିଲା । ଏନବିଏ ଆକ୍ଟ 2005 ଅନୁସାରେ 2ଟି ଉଚ୍ଚ ମହଲା ମଧ୍ୟରେ ଅତି କମରେ 20 ମିଟର ଦୂରତା ରହିବା ଦରକାର । ଦୁଇ ଟାୱାର ମଧ୍ୟରେ ଦୂରତା 9 ମିଟର ରହିଛି ।
ଅଗ୍ନି ନିରାପତ୍ତା ନେଇ ଥିବା ନିୟମକୁ ଉଲଂଘନ କରାଯାଇ ଥିଲା । 2012ରେ ଆଲ୍ଲାହବାଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ରେସ୍ଦିଡେଣ୍ଟସ ୱେଲଫେୟାର ଆସୋସିଏସନ । 2014ରେ ଦୁଇ ଟାୱାରକୁ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରା ଗଲା । ସୁପ୍ରିମ କୋର୍ଟରେ 7 ବର୍ଷ ପର୍ଯ୍ୟନ୍ତ ମାମଲାର ଶୁଣାଣି ଚାଲିଲା । 2021 ଅହସ୍ତ 31 ତାରିଖରେ ସୁପ୍ରିମ କୋର୍ଟ ଟ୍ଵିନ ଟାୱାର ନିର୍ମାଣକୁ ବେଆଇନ ଦର୍ଶାଇ ଥିଲେ । ଆଉ 3 ମାସ ମଧ୍ୟରେ 2ଟି ଟାୱାରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
2 ମାସ ମଧ୍ୟରେ ଫ୍ଲାଟ କିଣି ଥିବା ଲୋକଙ୍କ ଅର୍ଥ 12 ପ୍ରତିଶତ ସୁଧ ସହିତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆ ଗଲା । ମାଟିରେ ମିଶିଲାଟ୍ୱିନ୍ ଟାୱାର । ମାତ୍ର 9 ସେକେଣ୍ଡ ମଧ୍ୟରେ ଧ୍ୱଂସ ହେଇଗଲା ଦିଲ୍ଲୀ ନୋଏଡା ସ୍ଥିତ ଏହି 130 ମିଟର ଉଚ୍ଚ ଅଟ୍ଟାଳିକା । ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗା ଯାଇଛି । ଏଥିପାଇଁ ଆରମ୍ଭ ହୋଇଯାଇଛି କାଉନ୍ଡାଉନ୍ । ଗତ କାଲି ଅପରାହ୍ନରେ ଏହି ଟୁଇନ ଟାୱାର ଭଙ୍ଗା ଯାଇଛି । ବିସ୍ପୋରଣ କରି 9 ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯାଇଛି ।