ତୁ ଯାହା ଚାହିଁଲୁ ମୁଁ ତ ସେଇଆ କଲି, ମୋ ଭୁଲ ପାଇଁ ତତେ ମୁଁ ସାରା ଦୁନିଆ ଆଗରେ ଭୁଲ ମାଗିଲି…କ୍ଷମା କରିଦେ ମତେ, ଫେରିଆ…

ତୁ ଯାହା ଚାହିଁଲୁ ମୁଁ ସେଇଆ କଲି ମୋ ଭୁଲ ପାଇଁ ତୋତେ ମୁଁ ସାରା ଦୁନିଆ ଆଗରେ ଭୁଲ ମାଗିଲି । ସୋସିଆଲ ମିଡିଆରେ ତୋ ଆଗରେ ହାତ ଯୋଡିଲି ଭିଡିଓ କଲ୍ କରି ପୁଅ ସହ କଥା ହେଲି । ଆଉ କଣ କରିଥାନ୍ତି ତୁ କହୁନୁ ଏବେ ତ ତୁ ଫେରିଆ ଏବେ ତ ଗୋଟେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଗୋଟେ ସୁଯୋଗ ଦେ । ଆମ ପ୍ରେମ ବା ଅଷ୍ଟମ ଶ୍ରେଣୀରୁ ଆରମ୍ଭ ହୋଇଥିଲା କେମିତି ଦୂରେଇ ରହି ପାରୁଛ ତୃପ୍ତି ।

ସେହି ଭଲ ପାଇବାକୁ ଆଉ ଥରେ ଅନୁଭବ କରିବା ପାଇଁ ସୁଯୋଗଟି ଦିଅ । ବୋଧେ ଏମିତି କିଛି ଭାବନାକୁ ବାବୁସାନ ତାଙ୍କ ଶତ୍ରୁ ତୃପ୍ତିଙ୍କ ଆଗରେ ପ୍ରକାଶ କରି ତାଙ୍କୁ ଘରକୁ ଫେରି ଆସିବା ପାଇଁ କହୁଥିବେ । ହଁ ଆଜ୍ଞା ବାବୁସାନଙ୍କ ଠାରୁ ଏବେ ଦୂରେଇ ରହିଛନ୍ତି ସ୍ତ୍ରୀ ତୃପ୍ତି ଶତପଥି । ପ୍ରକୃତି, ବାବୁସାନ ଓ ତୃପ୍ତି ବିବାଦରେ ତୃପ୍ତି ତାଙ୍କ ଶଶୁର ଘର ଛାଡି ନିଜ ବାପା ଘରେ ରହୁଛନ୍ତି ।

ଯେଉଁଥି ପାଇଁ ବାବୁସାନଙ୍କ ପୁଅ ଗୋଆନ ମଧ୍ୟ ବାବୁସାନଙ୍କ ଠାରୁ ଦୂରେଇ ରହିଛି । ତେବେ ବରିଷ୍ଠ ଅଭିନେତା ତଥା ବାବୁସାନଙ୍କ ବାପା ଉତ୍ତମ ମହାନ୍ତିଙ୍କ ଦେହ ଅସୁସ୍ଥ ଥିବା ବେଳେ ସେ ତାଙ୍କ ନାତିକୁ ବହୁତ ଝୁରି ହେଉଛନ୍ତି । ପ୍ରତିଟି ସମୟରେ ନାତି ଗୋଆନକୁ ଖୋଜୁ ଛନ୍ତି ଉତ୍ତମ ମହାନ୍ତି । ସେପଟେ ଅପରାଜିତା ମହାନ୍ତି ମଧ୍ୟ ତାଙ୍କ ନାତିକୁ ବହୁତ ଦିନ ହେବ ନ ଦେଖି ତାଙ୍କୁ ଝୁରି ହେଉଥିବାର ସୂଚନା ମିଳିଛି ।

ସେଥିପାଇଁ କୁଆଡେ ବାବୁସାନ ସବୁବେଳେ ତୃପ୍ତିଙ୍କୁ ବୁଝାଉ ଛନ୍ତି । ଫୋନ କରି ସବୁବେଳେ କଥା ହେଉଛନ୍ତି । ସେ କହୁଛନ୍ତି ଯାହା ହେଇ ଯାଇଛି ସେଥିପାଇଁ ମୁଁ ମୋ ଭୁଲକୁ ବୁଝି ପାରିଛି ଏବଂ ମୁଁ ମୋ ଭୁଲର ପ୍ରାୟଶ୍ଚିତ ମଧ୍ୟ କରୁଛି । ତୁମେ ଫେରି ଆସ ତୃପ୍ତି ଆମେ ପୁଣି ଆଉ ଏକ ନୂଆ ଆରମ୍ଭ କରିବା । ଯଦି ଦେଖିବା ବାବୁସାନ ତୃପ୍ତିଙ୍କୁ ଭୁଲ ମାଗିବା ପରେ ଏବେ ପରିସ୍ଥିତି ଧରେ ଧୀରେ ସୁଧୁରିବାରେ ଲାଗିଛି ।

ବାବୁସାନ ନିଜ ପୁଅ ସହ ଭିଡିଓ କଲ୍ ରେ କଥା ହେଉଛନ୍ତି ଆଉ ଏଥର ପୁରା ପରିବାର ମିଶି ଗଣେଶ ପୂଜା କରିବେ ବୋଲି ବାବୁସାନଙ୍କ ଫ୍ୟାନ୍ସ ମାନେ କହୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଅମାକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *