ନମସ୍କାର ବନ୍ଧୁଗଣ ତେବେ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଆଦର୍ଶ ଥାନାର ମହିଳା ଏସଆଇ ସ୍ୱାଗତିକା ବେହେରା ନିଜ ସରକାରୀ ବାସଗୃହରେ ନିଜ ବେକରେ ଲୁଗା ଲଗେଇ ଝୁଲି ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳିଯାଇଛି । ନ୍ୟାୟ ପାଇଁ ସ୍ବାଗତିକାଙ୍କ ମା’ ଓ ଭାଇ ଆଜି ଦିନସାରା ଧାରଣାରେ ବସିଥିଲେ । କିନ୍ତୁ ଏସ୍ପି ଭିନିତ ଅଗ୍ରୱା ବହୁ ସମୟ ଧରି ବୁଝିଇବା ପରେ ପରିବାର ଧାରଣାରୁ ହଟିଥିଲେ । ଡିଏସ୍ପି ରାଙ୍କର ଜଣେ ଅଧିକାରୀ ଘଟଣାର ତଦନ୍ତ କରିବେ ।
ତେବେ ଅନ୍ୟପଟରେ ଏସ୍ଆଇଙ୍କ ମୃତ୍ୟୁକୁ ଦୀର୍ଘ ସମୟ ବିତି ଯାଇଥିବାରୁ ଶବ ବ୍ୟବଛେଦ ହୋଇପାରିବ ନାହିଁ ବୋଲି କହିଥିଲେ । ଏଣୁ ସେ ପୀଡିତ ପରିବାରକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ନିଜେ କନ୍ଧମାଳ ଏସପି ସୂଚନା ପ୍ରଦାନ କରିଛନ୍ତି । ପରିବାର ସଦସ୍ୟ ପରିସ୍ଥିତିକୁ ଦେଖି ତଦନ୍ତରେ ସହଯୋଗ ନିମନ୍ତେ ଆମେ ଧାରଣାରୁ ଉଠିବାକୁ ବାଧ୍ୟ ହେଉଛି କିନ୍ତୁ ଏହି ଲଢେଇ ଆଗକୁ ଚାଲୁରହିବ ବୋଲି କହିଛନ୍ତି ।
ତେବେ ଗତକାଲି ଏଫାଇଆର ପରେ ଆଜି ସକାଳୁ ମୃତ ସ୍ୱାଗତିକାଙ୍କ ପରିବାର ସଦସ୍ୟ ସ୍ଥାନୀୟ ଗାନ୍ଧିଛକରୁ ଏକ ବ୍ୟାନର ଧରି ଥାନା ପର୍ଯ୍ୟନ୍ତ ଯାଇ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ପୁଲିସର ପୁଲିସକୁ ଅମାନୁଷିକ ଅତ୍ୟାଚାରରେ ଏସଆଇ ସ୍ୱାଗତିକା ମୃତ୍ୟୁ । ନ୍ୟାୟ ଦାବିରେ ଧାରଣା ଲିଖିତ ଏକ ବ୍ୟାନର ଥାନା ସମ୍ମୁଖ ଫାଟକରେ ମାରି ସ୍ୱାଗତିକା ଙ୍କ ମା, ଭାଇ ଏବଂ ତାଙ୍କ ଆତ୍ମୀୟ ସ୍ଵଜନ ବସିରହିଥିଲେ ।
ସ୍ୱାଗତିକାଙ୍କ ମରଶରୀର ପଞ୍ଚନାମା ନିମନ୍ତେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ଉପସ୍ଥିତ ଥିବା ବେଳେ ସ୍ୱାଗତିକାଙ୍କ ପରିବାର ଵର୍ଗ ନିଜ ଜିଦରେ ଅଟଳ ରହି ଧାରଣାରେ ବସି ରହିଥିଲେ । ଘୁ ଉଦୟଗିରିରେ ଦିନସାର ବର୍ଷା ହୋଇଥିଲେ ବି ଏହାକୁ ଡରି ନ ଯାଇ ଧାରଣା ଜାରି ରଖିଥିଲେ । ସ୍ଥାନୀୟ ଏସଡ଼ିପିଓ, ଡ଼ିଏସପି, ତହସିଲଦାର ବହୁସମୟ ଧରି ବୁଝେଇବା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା ।
ତେବେ ଅପରାହ୍ନରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ପହଞ୍ଚି ଧାରଣାରେ ବସିଥିବା ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଆଶ୍ୱାସନା ଦେଇଥିଲେ । ଆଇନ ଅନୁସାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆପଣମାନେ ଟିକେ ସହଯୋଗ କରନ୍ତୁ ବୋଲି କହିବା ପରେ ମଧ୍ୟ ପରିବାର ସଦସ୍ୟଙ୍କ ଗୋଟିଏ ଜିଦ ଥିଲା ଆଇଆଇସି ରେବତୀ ଶବରଙ୍କୁ ଗିରଫ କରିବା ସହ ଚାକିରିରୁ ବହିଷ୍କୃତ କରାଯାଉ ।
ଏହା ପରେ ଏସପି କିଛି ସମୟ ମାଗି ଥାନା ଭିତରକୁ ଯାଇ ନିଜ ଉପର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛି ସମୟ ପରେ ଧାରଣାରେ ବସିଥିବା ତିନି ଜଣ ସଦସ୍ୟଙ୍କୁ ଡାକି ପୁଣି ଆଲୋଚନା କରିଥିଲେ । ହେଲେ ଆଲୋଚନା ସରିବା ପରେ ସ୍ୱାଗତିକାଙ୍କ ଭାଇ ବାହାରକୁ ଆସି କହିଥିଲେ ଆମ କଥାରେ ଏସପି ରାଜି ହେଲେନି ଆମର କୌଣସି ଦାବିକୁ ପୂରଣ କଲେନାହିଁ । ଏଣୁ ଆମେ ଏହି ଧାରଣାରେ ଏମିତି ବସି ରହିବୁ ।
ସୂଚନାଯୋଗ୍ୟ, ଏସ୍ଆଇ ସ୍ବାଗତିକା ବେହେରାଙ୍କ ମୃତଦେହ ଗତକାଲି ପୂର୍ବାହ୍ନରେ ତାଙ୍କ ସରକାରୀ ନିବାସରୁ ଉଦ୍ଧାର ହୋଇଥିଲା । ତେବେ ବର୍ତ୍ତମାନ ତାଙ୍କ ଭାଇ ଫେସବୁକ ରେ ନିଜ ଭଉଣୀର ଏହି ଆତ୍ମହତ୍ୟା କୁ ସ୍ୱୀକାର କରି ପାରୁ ନାହାଁନ୍ତି ସେଥିପାଇଁ ସେ ଫେସବୁକ ରେ ନିଜ ଭଉଣୀ ପାଇଁ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି ରିଙ୍କି ତୁ ଏ କଣ କଲୁ ଟିକେ ବି ମୋ କଥା ଭାବିଲୁ ନାହିଁ ବାପା ନଥିଲେ ବୋଲି ତୁ ମୋତେ ବୁଝାଉ କିନ୍ତୁ ତୁ ଆମକୁ ସବୁଦିନ ପାଇଁ କିପରି ଛାଡି ପଳେଇଲୁ । ତେବେ ଏହି ଦୁଃଖ ଭରା ପୋଷ୍ଟ ସମସ୍ତ ଙ୍କୁ ମର୍ମାହତ କରି ଦେଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।