ମୁଁ ଆଉ କେଉଁଠି ବିବାହ କରିବି ? ଟଙ୍କା ନୁହେଁ ଛୁଆର ପରିଚୟ ବଡ଼ ମୋ ପାଇଁ…

‘ହଁ ମୁଁ ଆଉ କେଉଁଠି ବିବାହ କରିବି । ଏଠୁ ଉଠିଯିବି । ମୋ ଛୁଆ କୁ ପରିଚୟ ଦେବି । କାହିଁକିନା ମୋ ପାଇଁ ସଭ୍ୟ ସମାଜ ଖରାପ ହେଉଛି । ମୋ ଠାରୁ ଯୁବ ପିଢୀ ଖର୍ଚ୍ଚରେ ପ୍ରେରଣା ପାଉଛନ୍ତି । ବିବାହ ନ କରି ଛୁଆ ଜନ୍ମ କରିଛି ମୁଁ । ଏହା ହିଁ ମୋ ପାଇଁ ସବୁଠାରୁ ବଡ଼ ଶାସ୍ତି । ସବୁ କଥା ରେ ମୋତେ କାହିଁକି ଦୋଷୀ କରାଯାଉଛି? ପ୍ରକୃତ ଦୋଷୀ କୁ ତ କେହି କିଛି କହୁ ନାହାନ୍ତି । ମୁଁ ଏଠାରେ ବସିବାର କାରଣ ସେ ଓ ମୋ ପିଲା ର ବାପା ବି ସେ ।

ଯଦି ଟଙ୍କା ନେବା ମୋ ଉଦ୍ଦେଶ୍ୟ ଥାଆନ୍ତା ତେବେ କେବେବି ମୁଁ ଏଭଳି ପଦକ୍ଷେପ ନେଇ ନଥାନ୍ତି । ମୋ ଭଳି ହଜାର ହଜାର ଝିଅ ବିବାହ ପୂର୍ବରୁ ସମ୍ପର୍କ ରଖୁଛନ୍ତି ଏବଂ ଗର୍ଭବତୀ ହେଉଛନ୍ତି । କିଏ ମେଡ଼ିସିନ ଖାଇ ଶିଶୁ କୁ ଗର୍ଭ ରେ ନଷ୍ଟ କରି ଦେଉଛି ତ କିଏ ଜନ୍ମ କରି ଅଳିଆ ଗଦାରେ ଫିଙ୍ଗି ଦେଉଛି । କିନ୍ତୁ ଏ ଦୀପିକା ସେଭଳି ଝିଅ ନୁହେଁ ଯିଏ ଏତେ ତଳକୁ ଖସି ଯିବ । ଭଲ ପାଇବା ଭୁଲ ନୁହେଁ ।

ଭୁଲ ହେଉଛି ଜୀବନ ରେ ଜଣେ ଭୁଲ ମଣିଷ କୁ ବାଛିବା । ଦିନେଶ ମୋତେ ପୂର୍ବରୁ ବହୁତ ଭଲ ପାଉଥିଲେ । ଏବେ ମୋ ଜୀବନ ଅନ୍ଧାର ହୋଇ ଯାଇଛି । ଆଗ ଭଳି ଦୀପିକା ଆଉ ହସୁ ନାହିଁ । ଦିନେଶ ଯେତେବେଳେ ମୋ ଜୀବନ ରେ ଆସିଲେ ମୋତେ ଲାଗିଲା ଭଗବାନ ହୁଏତ ମୋ ଦୁଃଖକୁ କମାଇବା ପାଇଁ ତାଙ୍କୁ ପଠାଇଛନ୍ତି ।

ଗୋଟିଏ ଝିଅ ର ବାପା ଓ ଭାଇ ପରେ ତା’ର ଜୀବନସାଥୀ ହିଁ ତା’ର ସବୁକିଛି ହୋଇଥାଏ । ଦିନେଶ ମୋତେ ସେହି ସାହାରା ଦେଇଥିଲେ । ଦିନେଶ ଙ୍କ ସହିତ ମୁଁ ବହୁତ ଖୁସି ଥିଲି । ଆମେ ଦୁହେଁ ସମ୍ପର୍କରେ ଆସିଲୁ । ସେତେବେଳେ ଦିନେଶ ମୋତେ ପ୍ରତିଶ୍ରୁତି ଦେଇଥିଲେ ବାହା ହେବେ ବୋଲି ଓ ବରଯାତ୍ରୀ ନେଇ ମୋ ଘରକୁ ଆସିବେ ।

ତେଣୁ ସେଦିନ ରାତିରେ ମୁଁ ନିଜକୁ ଦିନେଶ ଙ୍କୁ ସମର୍ପିତ କରିଦେଲି । କିନ୍ତୁ ମୁଁ ଜାଣି ନଥିଲି ଯେ ମୋତେ ଏତେ ବଡ଼ ଧୋକା ମିଳିବ । ଯେତେବେଳେ ମୁଁ ଜାଣିଲି ସେତେବେଳେ ସବୁକିଛି ସରି ଯାଇଥିଲା । ଲୋକଙ୍କ ନିନ୍ଦା ଏବଂ ଅପବାଦ ଛଡ଼ା ମୋ ପାଖରେ ଆଉ କିଛି ନଥିଲା । ସବୁ ପରେ ବି ମୁଁ ମୋ ପିଲା କୁ ଜନ୍ମ ଦେଲି । କେବଳ ତା’ର ଅଧିକାର ପାଇଁ । ମୁଁ ଚାହୁଁଥିଲି ମୋ ଛୁଆ ତା’ ବାପା ର ପରିଚୟ ପାଉ ।

ମୋ ପାଇଁ ଟଙ୍କା ବଡ଼ ନୁହେଁ । ଯେଉଁ ସମାଜ ମୋତେ ଆଜି ନିନ୍ଦା କରୁଛି କାଲି ସେହି ସମାଜ ମୋ ପୁଅ କୁ ନିନ୍ଦା କରିବ । ମୁଁ ଯଦି ଏଠାରେ ବସି ନଥାନ୍ତି ହୁଏତ ଏତେ ବେଳକୁ ଦିନେଶ ଆଉ କାହାକୁ ବିବାହ କରି ସାରିଥାନ୍ତେ । ” ତେବେ ଏଭଳି କିଛି ମନ୍ତବ୍ୟ ପ୍ରକାଶ କରିଛନ୍ତି ବ୍ରହ୍ମପୁର ର ଝିଅ ଦୀପିକା । ଯିଏ ଏବେବି ତାଙ୍କ ପୁଅ ର ଅଧିକାର ପାଇଁ ସଙ୍ଘର୍ଷ କରୁଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *