‘ଅନୁଭବ ଭାରି ରୋମାଣ୍ଟିକ୍, ଫିଲ୍ମ ‘ଆଇ ଲଭ ୟୁ’ ସମୟରେ ମୋ ସହ ବହୁତ…’ ଦେଖନ୍ତୁ ଅଭିନେତ୍ରୀ Namrata ଙ୍କ ସହ ଏହି Exclusive Interview

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସଞ୍ଜୟଙ୍କୁ ସମସ୍ତେ ଟୁଟୁ ଭାଇଙ୍କ ନାମରେ ଜାଣିଛନ୍ତି । ତେବେ ଟୁଟୁ ଭାଇଙ୍କ ବାପା ବି ଜଣେ ଫିଲ୍ମ ମେକର ଥିଲେ ଆଉ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ଏବେ ଟୁଟୁ ଅନେକ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଟୁଟୁଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତ୍କାର ଭିଡିଓରେ ସଞ୍ଜୟ ନାୟକ କଣ ସବୁ କହିଛନ୍ତି ଆଉ ଡେରି ନକରି ଆସନ୍ତୁ ଜାଣିବା । ଟୁଟୁ ଭାଇ ଏହି ସାକ୍ଷାତ୍କାରରେ ଅଭିନେତ୍ରୀ ନମ୍ରତାଙ୍କ ସହ ନଜର ଆସୁଛନ୍ତି । ତେବେ ନମ୍ରତା ଟୁଟୁ ଭାଇଙ୍କ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ମୁଖ୍ୟ ଅଭିନେତ୍ରୀ ରୂପେ କାମ କରିଥିଲେ ।

ଏହି ସାକ୍ଷାତ୍କାରରେ ଟୁଟୁ ଭାଇ କହିଛନ୍ତି- ‘ଯେତେବେଳେ ମୁଁ ଆଇ ଲଭ ୟୁ ଫିଲ୍ମ କରିବା ପାଇଁ ପ୍ଲାନିଂ କରିଲି ସେତେବେଳେ ମୋର ମୁଖ୍ୟ ଟାର୍ଗେଟ ଥିଲା ଅନୁଭବ । ମୁଁ ଅନୁଭବ ପାଇଁ ଫିଲ୍ମ ବନାଉ ଥିଲି । ଏହା ପରେ ମୁଁ ତିନି ଚାରି ମାସ ହିରୋଇନ ଖୋଜିଛି । ଏହା ପରେ ମୁଁ ହିରୋଇନ ଖୋଜିବା ପାଇଁ ହର ଭାଇଙ୍କୁ ନେଇକି ଗଲି ଆସାମ ।

ଆସାମରେ ଗୋଟେ ଝିଅକୁ ଦେଖିଲି ତାର ମୁହଁ ଗୋଲ ଆଉ ଓଠ ପିଙ୍କ ଥିଲା ହେଲେ ଅଣ୍ଟା ଟିକେ ଚଉଡା ଥିଲା । ତା ପରେ ମୁଁ ତାକୁ ଫିଲ୍ମରେ ନେବି ବୋଲି ଭାବିଲି ହେଲେ ମୁଁ ଆଉ କିଛି ଅଭିନେତ୍ରୀ ଦେଖିବା ପାଇଁ ଇଛା କଲି । ଏହା ପରେ ମୁଁ ମୁମ୍ବାଇ ଗଲି ଆଉ ନମ୍ରତାକୁ ଦେଖିଲି ଆଉ ତାକୁ ମୁଁ ଫିଲ୍ମରେ ନେବା ପାଇଁ ନିଷ୍ପତ୍ତି ନେଲି’ ।

ଏହା ପରେ ନମ୍ରତା କହୁଛନ୍ତି- ‘ଅନୁଭବ ମୋ ସହ ବହୁତ ମସ୍ତି କରୁଥିଲା ସେ ବେଳେବେଳେ କିଛି କହୁଥିଲା ହେଲେ ମୋର ମନ ନାହିଁ । ଅନୁଭବ ବହୁତ ରୋମାଣ୍ଟିକ ଆମର ପ୍ରଥମ ଫିଲ୍ମ ବହୁତ ଭଲ ହେଇଥିଲା ।  ବ୍ରଜରାଜ ବ୍ୟାନର ମୋ ପାଇଁ ବହୁତ ଲକି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ନମ୍ରତା ଅନୁଭବଙ୍କ ବିଷୟରେ କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *