Puspa ଫେମ ଆକ୍ଟ୍ରେସ Rashmika Mandana ଙ୍କୁ ଝଟକା…

ବନ୍ଧୁଗଣ ସାଉଥ ଅଭିନେତ୍ରୀ ରଶ୍ମୀକା ମନ୍ଦନାଙ୍କୁ ଏବେ ଏକ ବଡ ଝଟକା ଲାଗିଛି । ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକାଙ୍କୁ ଝଟକା, ରିଲିଜ ପୂର୍ବରୁ ଫିଲ୍ମ ଉପରେ ଲାଗିଲା ବ୍ରେକ୍ । ବୟକଟ ଟ୍ରେଣ୍ଡରେ ଡରିଗଲେ ନିର୍ଦ୍ଦେଶକ । ବନ୍ଧୁଗଣ ଏବେ ଫ୍ଲପ ହେବାକୁ ଲାଗିଛି ଗୋଟିଏ ପରେ ଗୋଟେ ବଲିଉଡ ଫିଲ୍ମ ସମସେରା, ଲାଲ ସିଂହ ଚଡା ଓ ରକ୍ଷା ବନ୍ଧନ ଭଳି ବିଗ ବଜେଟ ଫିଲ୍ମ ବକ୍ସ ଅଫିସରେ ଧିମେଇ ଯାଇଛି ।

ଏହାକୁ ଦେଖି ଆସିବାକୁ ଯାଉଥିବା ବଡ ବଡ ଫିଲ୍ମ ଉପରେ ମଧ୍ୟ ବ୍ରେକ ଲଗା ଯାଇଛି । ଏଥିପାଇଁ ଅନେକ ଫିଲ୍ମ ନିର୍ମାତା ଭୟବିତ ହୋଇ ଯାଇଛନ୍ତି । ଏଥିରେ ସାଉଥ ଅଭିନେତ୍ରୀ ରଶ୍ମୀକା ମନ୍ଦନାଙ୍କ ଫିଲ୍ମ ମଧ୍ୟ ସାମିଲ ରହିଛି । ବଲିଉଡ ଡେବ୍ୟୁ ପୂର୍ବରୁ ରଶ୍ମୀକା ମନ୍ଦନାଙ୍କୁ ଲାଗିଛି ଶକ୍ତ ଝଟକା । ଫିଲ୍ମ ରିଲିଜ ପୂର୍ବରୁ ତା ଉପରେ ଲାଗିଛି ବ୍ୟାନ । ନିକଟରେ କରନ ଜୋହାରଙ୍କ ଫିଲ୍ମ ସ୍କୃ ଢିଲାର ଟିସର ଲଞ୍ଚ ହୋଇଥିଲା ।

ଏଥିରେ ଟାଇଗର ଶ୍ରୋଫଙ୍କ ସହିତ ରଶ୍ମୀକା ମନ୍ଦନା ଅଛନ୍ତି । ଏହି ଫିଲ୍ମଟି ଚଳିତ ବର୍ଷ ରିଲିଜ ହେବ ବୋଲି ଶୁଣିବାକୁ ମିଳି ଥିଲା । କିନ୍ତୁ ବୟକଟ ଟ୍ରେଣ୍ଡ ଓ ବଡ ବଡ ଫିଲ୍ମ ଫ୍ଲପ ହେବା ପରେ ଏହାର ରିଲିଜ ଉପରେ ରୋକ ଲଗା ଯାଇଛି । ଆସନ୍ତା ଏକ ବର୍ଷ ପାଇଁ ଏ ଫିଲ୍ମର ଶୁଟିଙ୍ଗ ମଧ୍ୟ ବନ୍ଦ କରାଯାଇଛି । ସୂଚନା ମୁତାବକ ଏହି ଫିଲ୍ମ ବ୍ଯତୀତ ରଶ୍ମୀକାଙ୍କ ପାଖରେ ଆହୁରି ବଡ ବଡ ପ୍ରୋଜେକ୍ଟ ରହିଛି ।

ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ସହ ମିଷ୍ଟର ମଜ୍ନୁ, ରଣବିର କପୁରଙ୍କ ସହ ଆନିମଲ ଓ ଅମିତାବ ବଚ୍ଚନଙ୍କ ସହ ଗୁଡ ବୟ ଭଳି ଫିଲ୍ମ ତାଙ୍କ ହାତରେ ଅଛି । ହେଲେ ବର୍ତ୍ତମାନ ସ୍କୃ ଢିଲା ଭଳି ଫିଲ୍ମ ଏହି ତାଲିକାରୁ ଦୂରେଇ ଯାଇଛି । ବଲିଉଡର ଆକ୍ସନ ଷ୍ଟାର ଟାଇଗର ଶ୍ରୋଫ ଓ ହଟ୍ ଅଭିନେତ୍ରୀ ରଶ୍ମୀକା ମନ୍ଦନାଙ୍କୁ ଏକା ସହ ଦେଖିବାର ଇଛା ଫ୍ୟାନ୍ସ ମାନଙ୍କର ଏବେ ପୂରଣ ହେଇ ପାରିବ ନାହିଁ ।

ଫିଲ୍ମ ବିଳମ୍ବ ହେବାର କାରଣ ଏହି ତାରିଖ ବୋଲି କୁହା ଯାଉଛି । ଧରମା ପ୍ରଡ଼କ୍ସନ ଟାଇଗରଙ୍କ ସହ ଅନ୍ୟ ଏକ ଫିଲ୍ମରେ କାମ କରୁଛି ବୋଲି କୁହା ଯାଉଛି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *