ମୋ ଇଜ୍ଜତର ମୁଲ ଦେବ କିଏ ତୁମେ ପିତଳ ଆଉ ମୁଁ କଣ ମାଟି ହାଣ୍ଡି । ତୁମେ ପୁଣି ଚିକ ଚିକ କରିବ ଆଉ ମୁଁ କଣ ଭାଙ୍ଗି ଯିବି ତାହା ମୁଁ କେବେ ବି ହେବାକୁ ଦେବିନି । ମୁଁ ତୁମ ନାଁରେ ମାନହାନି ମକଦମା କରିବି ହଁ ଦର୍ଶକ ବନ୍ଧୁ ଏମିତି କିଛି ଚିନ୍ତା କରି ପ୍ରଥମେ ହାଇକୋର୍ଟ ତା ପରେ ଜିଲ୍ଲା ଦୌରା ଜଜ୍ ଙ୍କ ଅଦାଲତରେ ପହଞ୍ଚି ଛନ୍ତି ଆଉ ମାନହାନି ମକଦମା କରିଛନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ବନ୍ଧୁଗଣ ଏଠି କହି ରଖିବାକୁ ଚାହିଁବୁ ଯେ, ପୁଣି କର ଲେଉଟାଉଛି ସ୍ଵାମୀ, ସ୍ତ୍ରୀ ଓ ପ୍ରକୃତିଙ୍କ ବିବାଦ ।
ବେସ କିଛି ଦିନ ହେବ ଥମି ଯାଇଥିବା ଏହି ବିବାଦ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଚର୍ଚ୍ଚା ସେତେ ବେଳେ ହେଉଛି ଯେତେବେଳେ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ମାନହାନି ମକଦମା କରିଛନ୍ତି । ଏଠି କହି ରଖିବାକୁ ଚାହିଁବୁ ଯେ, ଅଭିନେତା ବାବୁସାନ ମହାନ୍ତି ଯେତେବେଳେ କ୍ୟାମେରା ସାମ୍ନାକୁ ଆସିଲେ ତାଙ୍କ ସ୍ତ୍ରୀ ଆଉ ଶଶୁରଙ୍କୁ ଭୁଲ ମାଗିଲେ ତାଙ୍କ ଅସଜା ଘରକୁ ସଜାଡିବା ପାଇଁ ଚାହିଁଲେ ।
ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ଘରକୁ ଫେରେଇ ଆଣିବା ପାଇଁ ଚାହିଁଲେ । ଆଉ ତାଙ୍କ ଶଶୁର ଲଲିତ ଶତପଥି ଯେଉଁ ଅପମାନ ପାଇ ଛନ୍ତି ସେଥିପାଇଁ କ୍ଷମା ମାଗିଲେ । ଆଉ ତାଙ୍କ ପୁଅ ଗୁଆନଙ୍କୁ ଘରକୁ ଫେରେଇବା ପାଇଁ ସେ ଏକ ଭିଡିଓ ପ୍ରସ୍ତୁତ କରିଲେ । ବାପା ସୁପର ଷ୍ଟାର ଉତ୍ତମ ମହାନ୍ତି ଓ ବରିଷ୍ଠ ଅଭିନେତା ମାଆ ଅପରାଜିତା ମହାନ୍ତିଙ୍କ ମାନସିକ ସ୍ଥିତି ଠିକ କରିବା ପାଇଁ ବାବୁସାନ ଏଭଳି ଏକ ନିଷ୍ପତ୍ତି ନେଲେ ।
ଆଉ ଅଭିନେତା ବାବୁସାନ ମହାନ୍ତି ଭାବିଥିଲେ ଏଭଳି ଏକ ଭିଡିଓ ପୋଷ୍ଟ କରିବା ପରେ ସବୁ ରାଗ ଓ ଅଭିମାନ ଭୁଲି ସ୍ତ୍ରୀ ତୃପ୍ତି ତାଙ୍କ ଘରକୁ ଆସିବେ । ତାଙ୍କ ପୁଅ ତାଙ୍କ ଘରକୁ ଆସିବ ଆଉ ତାଙ୍କ ଅସଜଡା ଘର ସଜାଡି ହେଇଯିବ । ଆଉ ସେଥିପାଇଁ ଏ ଭିଡିଓରେ କାଳେ ସେ ପ୍ରକୃତିଙ୍କ ନାଁ ନ ନେଇ ତାଙ୍କ ସ୍ତ୍ରୀ ଆଉ ଶଶୁରଙ୍କୁ ଭୁଲ ମାଗିଥିଲେ । ଆଉ ଏ ଭିଡିଓ ଦେଖି ସାରିବା ପରେ ପ୍ରକୃତିଙ୍କ କହିବା କଥା ଯଦି ସ୍ତ୍ରୀ ଆଉ ଶଶୁରଙ୍କୁ ଭୁଲ ମାଗି ପାରିଲେ ତେବେ ମୋତେ କାହିଁକି ନୁହେଁ ।
ଯଦି ଅଭିନେତା ବାବୁସାନ ମହାନ୍ତି ସ୍ତ୍ରୀ ତୃପ୍ତି ଶତପଥି ଓ ଶଶୁର ଲଲିତ ଶତପଥିଙ୍କୁ ଭୁଲ ମାଗି ପାରିଲେ ତା ହେଲେ ବନ୍ଧୁ ପ୍ରକୃତି ମିଶ୍ରଙ୍କୁ କାହିଁକି ନୁହେଁ । ବୋଧେ ସେଥିପାଇଁ ପ୍ରକୃତି ରାଗରେ ଏହି ମାନହାନି ମକଦମା କରିଛନ୍ତି ତାଙ୍କର ଇଜ୍ଜତ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।