ବନ୍ଧୁଗଣ ଏବେ ପୁଣି ଥରେ ବାବୁସାନ, ପ୍ରକୃତି ଓ ତୃପ୍ତିଙ୍କ ବିବାଦ ନେଇ ଚର୍ଚ୍ଚା ହେଲାଣି । ପୁଣି ଲେଉଟୁଛି ବାବୁସାନ ଓ ପ୍ରକୃତିଙ୍କ ଆଉ ତୃପ୍ତି ବିବାଦ । କାରଣ ଏବେ ଭୁବନେଶ୍ବର କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଆଉ ଏହା ସହ ବାବୁସାନଙ୍କ ପତ୍ନୀ ତୃପ୍ତି, ତୃପ୍ତିଙ୍କ ବାପା ଲଲିତ ଶତପଥି ଏବଂ ୟୁଟ୍ୟୁବ ବିରୋଧରେ ମାନହାନି ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର । ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।
ତେବେ ଅପରାଜିତା ଆଗରୁ ମଧ୍ୟ ନିଜ ବୋହୂ ସହ ଛିଡା ହୋଇଥିଲେ ଆଉ ଏବେ ମଧ୍ୟ ନିଜ ବୋହୂ ସହ ଛିଡା ହେବେ । ଅପରାଜିତା ମହାନ୍ତି ନିଜର କର୍ତ୍ତବ୍ୟ ସବୁବେଳେ ଆଗରେ ରଖିବେ । ପୁଅ ଠାରୁ ଅଧିକ ବୋହୂ ସେତେବେଳେ ବି ଥିଲା ଆଉ ଏବେ ବି ଅଛି । ଆଉ ପ୍ରକୃତି ମିଶ୍ର ଠାରୁ ନିଜ ବୋହୂକୁ କିପରି ସେ ଦୂରେଇ ରଖିବେ ଆଉ ତା ହକ୍ ପାଇଁ ଲଢିବେ ତାହା ଅପରାଜିତା ବେସ ଭଲ ଭାବରେ ଜାଣିଛନ୍ତି ।
ଆଉ ଏହା ସହ ଯେଉଁ ପାଞ୍ଚ କୋଟି ଟଙ୍କାର ମାନହାନି ମକଦମା କରିଛନ୍ତି ପ୍ରକୃତି ତାହା ହିଁ କହିଦେଉଛି ଯେ, ସେ କେତେ ଅନୁତପ୍ତ ଅଛନ୍ତି ଆଉ ନିଜ ସାଙ୍ଗ ବାବୁସାନଙ୍କୁ କେତେ ଭଲ ପାନ୍ତି । ବାବୁସାନଙ୍କ ସଂସାର ଠିକ ହେଇଯାଉ ଏଥିପାଇଁ ସେ କେତେ ତ୍ୟାଗ ଆଉ ବଳିଦାନ ଦେବାକୁ ଚାହୁଁ ଛନ୍ତି ତାହା ସ୍ପର୍ଷ୍ଟ ନଜର ଆସୁଛି ।
ଆଗରୁ ମଧ୍ୟ ଯେତେବେଳେ ଝଡ ସୃଷ୍ଟି ହୋଇଥିଲା ସେତେବେଳେ ଅପରାଜିତା ନିଜ ବୋହୂ ସହ ଛିଡା ହୋଇଥିଲେ ଆଉ ଆଜି ମଧ୍ୟ ସେ ଛିଡା ହେବେ । ତେବେ ଏହି ମାମଲାରେ ଭୁଲ ମାଗିବାର ପ୍ରଶ୍ନ ହିଁ ଉଠୁନି ଆଉ ଏହା ସହ ସେ ପାଞ୍ଚ କୋଟି ଟଙ୍କାରେ ଯେଉଁ ମକଦମା କରିଛନ୍ତି ଏହାର ଜବାବ ମଧ୍ୟ ଦେବେ ତୃପ୍ତି ।
ତୃପ୍ତି ନିଜ ଅଧିକାର ପାଇଁ ଫାଇଟ କରି ଜାଣି ଛନ୍ତି । ତୃପ୍ତିଙ୍କ ପାଖରେ ସବୁ ପ୍ରମାଣ ଅଛି ଠିକ ସମୟରେ ସବୁ ପ୍ରମାଣ ସେ ଦେଖେଇବେ ବୋଲି ସେ ଆଗରୁ କହି ସାରିଛନ୍ତି । ଆଗକୁ ଶାଶୁ ଯାହା କହିବେ ତୃପ୍ତି ସେହି ଭଳି ଏହି ଲଢେଇ ଲଢିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।