ବାପାଙ୍କୁ ଖୋଜି ଖୋଜି ଭୋ-ଭୋ ହେଇ କାନ୍ଦୁଛି ଝିଅ ଆଉ ଯାହା କହୁଛି ଶୁଣିଲେ ଆପଣ ବି ହେବେ କାବା !

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଅନେକ ଘଟଣା ଏବଂ ଦୁର୍ଘଟଣା ମାନ ଘଟି ଚାଲିଛି । ତେବେ ଯେଉଁଠି ଦେଖିବେ ସେଠାରେ ହିଂସା,ଗଣ୍ଡଗୋଳ । କିଏ କାହାକୁ ହତ୍ୟା କରୁଛି ତ କିଏ କାହାକୁ ବ୍ଲାକମେଲ କରୁଛି । ତେବେ ଯେଉଁଠି ଦେଖିବେ ସେଠାରେ ଅନ୍ୟାୟ ଦୁର୍ନୀତି ବଢ଼ିବାରେ ଲାଗିଛି । ତେବେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ପୁବୁସାହି ଗ୍ରାମ ରେ ଥିବା ଏକ କବାଡିଆ ଗୋଦାମ ରେ ସେହି ଗ୍ରାମ ର ବାସୁଦେବ ପ୍ରଧାନ ଦୀର୍ଘ ଦିନ ଧରି ଶ୍ରମିକ ଭାବରେ କାର୍ଯ୍ୟ କରି ଆସୁଥିଲେ ।

ଗତ ୨୧ ତାରିଖ ରବିବାର ଦିନ ବାସୁଦେବ କମ ସାରି ନିଜ ଘର କୁ ନ ଫେରିବାରୁ ବାସୁଦେବ ଙ୍କ ସ୍ତ୍ରୀ କବାଡିଆ ଗୋଦାମ ର ମାଲିକ ରବି ମୁଦୁଲି ଙ୍କୁ ଯୋଗାଯୋଗ କରିବାରୁ ବାସୁଦେବ ଙ୍କ ପ୍ୟାଣ୍ଟ, ସାର୍ଟ ନେଇ ଗୋଦାମ କୁ ଆସିବାକୁ କହିଥିଲେ । ଫଳରେ ବାସୁଦେବ ଙ୍କ ସ୍ତ୍ରୀ ପ୍ୟାଣ୍ଟ, ସାର୍ଟ ଏବଂ ସାଙ୍ଗରେ ନିଜ ଝିଅ କୁ ଧରି ରବି ମୁଦୁଲି ଙ୍କ କବାଡିଆ ଗୋଦାମ କୁ ଯାଇଥିଲେ । ସେଠାରେ ଦେଖିବାକୁ ପାଇଥିଲେ ଦୁଇ ଜଣ ବ୍ୟକ୍ତି ବାସୁଦେବ ଙ୍କ ହାତ କୁ ଧରି ଟେକି ଟେକି ଆଣୁଛନ୍ତି ।

ଏ ସମ୍ପର୍କ ରେ କାରଣ ଜାଣିବାକୁ ବାସୁଦେବ ଙ୍କ ସ୍ତ୍ରୀ ପଚାରିବାରୁ କବାଡିଆ ଗୋଦାମ ରୁ ୭୨ ହଜାର ଟଙ୍କା ର କବାଡିଆ ଜିନିଷ ବାସୁଦେବ ଚୋରି କରି ବିକ୍ରି କରିଦେଇଛି, ସେଥିପାଇଁ ତାକୁ ବାନ୍ଧି କି ରଖିଛି, ମୋତେ ୭୨ ହଜାର ଟଙ୍କା ଦେଲେ ମୁଁ ତାକୁ ଛାଡ଼ିବି ବୋଲି ରବି ମୁଦୁଲି ବାସୁଦେବ ଙ୍କ ସ୍ତ୍ରୀ କୁ କହିଥିଲେ,

କିଛି ସମୟ ପରେ ରାତି ୧୨ଟା ସମୟରେ ରବି ମୁଦୁଲି ବାସୁଦେବ ଙ୍କ ସ୍ତ୍ରୀ ଙ୍କୁ ଫୋନ କରି କହିଥିଲେ ଜେ ମୁଁ ବାସୁଦେବ କୁ ଛାଡି ଦେଇଛି ସେ ଘରେ ପହଂଚିଲାଣି କି ନାହିଁ, ବାସୁଦେବ ଙ୍କ ସ୍ତ୍ରୀ ନାହିଁ କରିବାରୁ ସେ ଫୋନ କାଟି ଦେଇଥିଲେ । ବାସୁଦେବ ଙ୍କ ସ୍ତ୍ରୀ ପୁନର୍ବାର କବାଡିଆ ଗୋଦାମ କୁ ଯାଇ ସେଠାରେ ବାସୁଦେବ ଙ୍କୁ ନପାଇ ଖୋର୍ଦ୍ଧା ଆଦର୍ଶ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ଅଭିଯୋଗ ପାଇବା ପରେ ଘଟଣା ଟିର ତଦନ୍ତ କରି ପୁଲିସ କବାଡିଆ ଗୋଦାମ ମାଲିକ ରବି ମୁଦୁଲି କୁ ଥାନା ରେ ଅଟକ ରଖିଛନ୍ତି ତେବେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ର ତଦନ୍ତ ରେ ଶିଥିଳତା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିବା ସହିତ ଏହି ଘଟଣା ର ସତ୍ୟା ସତ୍ୟ ଉନ୍ମୋଚନ କରିବାକୁ ଦାବୀ କରିଛନ୍ତି ନଚେତ ଆଗାମୀ ଦିନ ରେ ରାଜରାସ୍ତା କୁ ଉଲ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ବର୍ତ୍ତମାନ ନିଖୋଜ ଯୁବକ ଙ୍କ ଝିଅ ଟି ମିଡ଼ିଆ ଆଗରେ ନେହୁରା ହୋଇ କହୁଛି ମୋତେ କେବଳ ମୋ ବାପା ଙ୍କୁ ଫେରାଇ ଦିଅ ମୋର କିଛି ଦରକାର ନାହିଁ କେବଳ ମୋ ବାପା ଦରକାର । ଦୟା କରି ମୋ ବାପା ଙ୍କୁ ଦେଇଦିଅ । ତେବେ ଏହି କୁନି ଝିଅ ର ନିବେଦନ ଶୁଣି ଆପଣ ମଧ୍ୟ ଭାବହରା ହୋଇ ପଡିବେ । ତେବେ ଆଶା କରୁଛୁ କି ତାଙ୍କ ବାପା ତାଙ୍କ ପାଖକୁ ଆସି ଯାଆନ୍ତୁ ଏବଂ ଏହି ଘଟଣାର ଉଚିତ ତଦନ୍ତ ମଧ୍ୟ ହେଉ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *