‘ହଁ ରଚନାଙ୍କ ସହ ମୋର ଖାସ ସମ୍ପର୍କ ଥିଲା, ଆମେ ଏକାଠି ବାଇକରେ ଫିଲ୍ମ ଦେଖିବାକୁ ଯାଉ, ହେଲେ ଆମେ…’ ଦେଖନ୍ତୁ Sanjay Nayak ଙ୍କ ସହ Exclusive Interview

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସଞ୍ଜୟଙ୍କୁ ସମସ୍ତେ ଟୁଟୁ ଭାଇଙ୍କ ନାମରେ ଜାଣିଛନ୍ତି । ତେବେ ଟୁଟୁ ଭାଇଙ୍କ ବାପା ବି ଜଣେ ଫିଲ୍ମ ମେକର ଥିଲେ ଆଉ ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ଏବେ ଟୁଟୁ ଅନେକ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଟୁଟୁଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟୁଟୁ ଭାଇ ଏ ସାକ୍ଷାତ୍କାରରେ କହିଛନ୍ତି- ‘ମୋ ବାପା କରୁଥିଲେ ଫାମିଲି ଫିଲ୍ମ ତାଙ୍କ ପରେ ଯେତେବେଳେ ମୁଁ ଆରମ୍ଭ କରିଲି ସେତେବେଳେ ମୋ ଟାଇମ ଅଲଗା ଥିଲା । ସେତେବେଳେ ଝିଅ ମାନେ ଯେତେ କାନ୍ଦିବେ ଫିଲ୍ମ ହିଟ ହେଉଥିଲା ହେଲେ ମୋ ସମୟରେ ରୋମାଣ୍ଟିକ ଫିଲ୍ମ ଚାଲି ଥିଲା ।

ତେଣୁ ମୁଁ ଭାବିଥିଲି ଯେତେବେଳେ ବି ଫିଲ୍ମ କରିବି ରୋମାଣ୍ଟିକ ଫିଲ୍ମ କରିବି । ମୋର ପ୍ରଥମ ଫିଲ୍ମ ଥିଲା ମାଆ ବହୁତ ସୁପର ହିଟ ହେଇଥିଲା । ଏହା ପରେ ମୁଁ ଆଇ ଲଭ ୟୁ ଫିଲ୍ମ କରିଥିଲି ବହୁତ ଭଲ ରେସ୍ପୋନ୍ସ ମିଳିଥିଲା । ସେତେବେଳେ ମୁନା ବି ଭଲ ଫିଲ୍ମ କରୁଥିଲା ହେଲେ ମୁଁ ତାକୁ ଏକ ଫିଲ୍ମରେ ନେଇଥିଲି କିନ୍ତୁ ସେ ମନା କରିଲା ତା ପରେ ମୁଁ ଅନୁଭବକୁ ଫିଲ୍ମରେ ଆଣିଲି ।

ସେହି ସମୟରେ ରଚନା ବାନାର୍ଜୀ ବହୁତ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ରଚନା ହେଉଛି ମୋର ବେଷ୍ଟ ଫ୍ରେଣ୍ଡ ତାର ମୋର ପ୍ରେମ କିଛି ନାହିଁ । ସେ ଯେତେବେଳେ ବି ଓଡିଶା ଆସେ ଫିଲ୍ମର ସୁଟିଙ୍ଗ କରିବା ପାଇଁ ମୁଁ ସେତେବେଳେ ଫ୍ରି ଥାଏ । ସେହି ସମୟରେ ସେ ମୋତେ ଫୋନ କରି କୁହେ ଗୋଟେ ଫିଲ୍ମ ଦେଖିବାକୁ ଯିବା ଟିକେ ହୋଟେଲ ଯିବା ଖାଇବା ପାଇଁ ।

ଆମର ଏଭଳି ସମ୍ପର୍କ ଥିଲା ଆମେ କେବେ ସେଲିବ୍ରେଟି ନିଜକୁ ଭାବୁ ନାହୁଁ ଆମେ ହେଉଛି ସାଧାରଣ ମଣିଷ । ମୋତେ କାର ଚଲେଇ ଆସେନି ସେଥିପାଇଁ ମୁଁ ତାକୁ ବାଇକରେ ନେଇଯାଏ ବାସ ଏତିକି କଥା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଟୁଟୁ ଭାଇ ନିଜ ପର୍ଶନାଲ କଥା ବିଷୟରେ କହିଛନ୍ତି । ତେବେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *