Trupti ରାସ୍ତା ମଝିରେ ମୋ ଇଜ୍ଜତ ସହ ଖେଳ ତୁମଙ୍କୁ ପଡିବ ମହଙ୍ଗା…

ବନ୍ଧୁଗଣ ଏବେ ପୁଣି ଥରେ ବାବୁସାନ, ପ୍ରକୃତି ଓ ତୃପ୍ତିଙ୍କ ବିବାଦ ନେଇ ଚର୍ଚ୍ଚା ହେଲାଣି । ପୁଣି ଲେଉଟୁଛି ବାବୁସାନ ଓ ପ୍ରକୃତିଙ୍କ ଆଉ ତୃପ୍ତି ବିବାଦ । କାରଣ ଏବେ ଭୁବନେଶ୍ବର କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଆଉ ଏହା ସହ ବାବୁସାନଙ୍କ ପତ୍ନୀ ତୃପ୍ତି, ତୃପ୍ତିଙ୍କ ବାପା ଲଲିତ ଶତପଥି ଏବଂ ୟୁଟ୍ୟୁବ ବିରୋଧରେ ମାନହାନି ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର । ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପ୍ରକୃତିଙ୍କ କହିବା କଥା ସେ ଏତେ ଶସ୍ତା ନୁହନ୍ତି ଯେ ରାସ୍ତା ଉପରେ ତାଙ୍କୁ ଜଣେ ମହିଳା ମାଡ ମାରିବ । ଯେଉଁ ଭଳି ଭାବରେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ବିଚ ରାସ୍ତା ଉପରେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ।

ଏହା ସହ ଗାଳି ଦେଲେ ତାକୁ ନେଇ ବେସ ମାନସିକ ନିର୍ଯାଆତନା ପାଇଛନ୍ତି ପ୍ରକୃତି । ଆଉ ପ୍ରକୃତିଙ୍କ କହିବା କଥା ମୋର ଯେଉଁ ମାନ ସମ୍ମାନ ହାନି ହୋଇଛି ସେଥିପାଇଁ ମୁଁ ମାନହାନି ମକଦମା କରିଛି । ଏଠି ଆମେ କହି ରଖିବାକୁ ଚାହିଁବୁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି, ତୃପ୍ତିଙ୍କ ବାପା ଲଲିତ ଶତପଥି ଏବଂ ୟୁଟ୍ୟୁବ ବିରୋଧ ପାଞ୍ଚ କୋଟି 10 ଲକ୍ଷ ଟଙ୍କାର ମାନହାନି ମକଦମା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ଯେବେ ବାବୁସାନ, ପ୍ରକୃତି ଓ ତୃପ୍ତିଙ୍କ ବିବାଦ ଦାଣ୍ଡରେ ପଡି ହାଟରେ ଗାଡି ଥିଲା ସେତେବେଳେ ନ୍ୟାୟ ପାଇବା ପାଇଁ ଉଭୟ ପରିବାର ଉଭୟଙ୍କ ବିରୋଧରେ ଥାନାର ଦ୍ଵାରସ୍ଥ ହୋଇ ଥିଲେ । ଧୀରେ ଧୀରେ ଏ ଘଟଣା ଥମି ଆସୁଥିବା ବେଳେ ଏବେ ପୁଣି ଥରେ କର ଲେଉଟାଇଛି ସ୍ଵାମୀ, ସ୍ତ୍ରୀ ଓ ପ୍ରକୃତିଙ୍କ ବିବାଦ । ନ୍ୟାୟ ପାଇବା ପାଇଁ ଗତ କାଲି ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ ପ୍ରକୃତି ମିଶ୍ର ।

ଆଉ ଆଜି ଭୁବନେଶ୍ବର କୋର୍ଟରେ ମାନହାନି ମୁକଦମା ରୁଜୁ କରିଛନ୍ତି ପ୍ରକୃତି ମିଶ୍ର । ପାଞ୍ଚ କୋଟି 10 ଲକ୍ଷ ତାଙ୍କର ମାନହାନି ମୁକଦମା ରୁଜୁ କରିଥିବା ଯାହା ସୂଚନା ମିଳୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *