‘ମମି ମୁଁ ତୁମ ଝିଅକୁ ବାହା ହେବି କହି ଝିଅକୁ ବୁଲେଇବାକୁ ନେଲା, ସବୁକିଛି ସାରି ଦେଲା, ଏବେ କହୁଛି…’ ଆର୍ମି ଅଫିସରଙ୍କ ଭୟଙ୍କର କାରନାମା କହିଲେ ପୀଡ଼ିତାଙ୍କ ମା…

ବନ୍ଧୁଗଣ ଜଣେ ମହିଳା ଏକ ଯୁବକଙ୍କ ବିରୋଧରେ ଆଶ୍ଚର୍ଯ୍ୟ ଜନକ ଅଭିଯୋଗ ଆଣିଛନ୍ତି । ତେବେ ଯୁବକ ଜଣକ ଭାରତୀୟ ସେନାରେ ଅଛନ୍ତି ଆଉ ତାଙ୍କ ଝିଅର ଜୀବନ ସେ ନଷ୍ଟ କରି ଦେଇଛନ୍ତି । ବନ୍ଧୁଗଣ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ପ୍ରଥମେ ମୋ ଝିଅ ଆଉ ସେ ପୁଅ ଯୁଆଡେ ବୁଲା ବୁଲି କରିବାକୁ ଗଲେ ମୋତେ କିଛି ଜଣେଇ ନଥିଲେ । ତା ପରେ କିଛି ଦିନ ପରେ ମୁଁ ଜାଣିଲି ।

ଜାଣିବା ପରେ ଇଆଡେ ସିଆଡେ ବୁଲେଇବାକୁ ଖରାପ କାମ କରିବାକୁ ନେଲେ । ମୁଁ ଯେମିତି ଜାଣିଲି ମୁଁ ଡକେଇଲି ଘରକୁ । ସେ ଆସିଲା ପରେ ଆମେ ପ୍ରଥମେ ମନା କରିଲୁ ଆମ ଝିଅକୁ ବୁଝେଇଲୁ ସେ ବିଶ ଖାଇବି ଆଦି ସବୁ କଥା କହି ଡରେଇକି ରଖେ । ଘରକୁ ଡକେଇଲା ପରେ ସେ କହିଲା ମମି ମୁଁ ତମ ଝିଅକୁ ବାହା ହେବି ତମର ତ ପୁଅ ନାହିଁ ତମ ପୁଅ ଭଳିଆ ମୁଁ ରହିବି ଆଉ ପିଙ୍କି ବିନା ମୁଁ ବଞ୍ଚି ପାରିବି ନାହିଁ ।

ମୁଁ କହିଲି ତମେ ଆଗେ କୋର୍ଟ ମ୍ୟାରେଜ କରିଦିଅ ତା ପରେ 2-3 ବର୍ଷ ପରେ ତମେ ତମ ଘରକୁ ନେବ । ସେ କହିଲା ଏବେ ଆମ ଘର ହେଇନି ଆମ ଘର ହେଇଯାଉ ତା ପରେ ଆମେ କୋର୍ଟ ମ୍ୟାରେଜ କରିବୁ । ସେ କହିଲା ଆର ଛୁଟିରେ ଆସିଲେ ସେ କୋର୍ଟ ମ୍ୟାରେଜ କରିବ ଆସିଲା ଛୁଟିରେ ମୁଁ କହିଲି ଏବେ କରିବା । ସେ କହିଲା ମମି ତମେ କାହିଁକି ଚିନ୍ତା କରୁଛ ମୋତେ କଣ ଅବିଶ୍ଵାସ କରୁଛ ।

ତମକୁ ବା ମୁଁ ମାଆ ଭଳିଆ ସବୁବେଳେ ଦେଖୁଛି । ମୁଁ କହିଲି ନାହିଁ ମୋ ଜାଗାରେ ତମେ ଥିଲେ ବି ତମେ ସେମିତି କହିଥାନ୍ତ । ମୋର କେହି ନାହାନ୍ତି ମୋ ଝିଅକୁ ତମେ ହଇରାଣ କରିବ ମୁଁ ଜାଣିଛି । ସେ କହିଲା ସେ ଆର ଥର ଆସିଲେ ସେ ନିଶ୍ଚୟ ବାହା ହେବ । ଏଥର ଆସିଲା ପରେ ସେ କହିଲା କୋର୍ଟ ମ୍ୟାରେଜ କରିବା ପାଇଁ  । ଆମକୁ ସେ କହିଲା ମମି ଟିକେ ହସି ଦେଲ ଆଜି ଠାରୁ ପିଙ୍କି ମୋର ହେଇଗଲା ।

ହେଲେ 24 ତାରିଖ ପରେ ତାଙ୍କର କଣ ପାଟିତୁଣ୍ଡ ହେଲା ସେ ବାହା ହେବାକୁ ମନା କରିଦେଲା ।  ସେ କହୁଛି ତା ମା ରାଜି ହେଉନି । ସେ ମୋ ଝିଅକୁ ଗର୍ଭବତୀ କରିଛି ଆଉ ଏବେ ଆବୋସନ କରିବା ପାଇଁ ମେଡ଼ିସିନ ଦେଇଛି । ସେ ମୋ ଝିଅର ଇଜ୍ଜତ ସହ ଖେଳିଛି ମୋ ଝିଅ ସାଙ୍ଗରେ ସେ ସବୁ କିଛି ସାରି ଦେଇଛି ସେ ଏବେ ନେବାକୁ ବାଧ୍ୟ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *