ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।
ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ତେବେ ଆଜିକୁ 21 ଦିନ ହେଇଗଲା ଦୀପିକା ଧାରଣାରେ ବସିଛନ୍ତି ଆଉ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି । ତେବେ ଦୀପିକା ଯେଉଁ ଭେସ୍ପା ସୋ ରୁମ୍ ରେ ଚାକିରି କରିଥିଲେ ସେହି ସୋ ରୁମ୍ ର ମାଲିକ ଦୀପିକାଙ୍କ ଗୁମର ଖୋଲି ଦେଇଛନ୍ତି । ତେବେ ସୋ ରୁମ୍ ମାଲିକଙ୍କ ନାମ ହେଉଛି ପାର୍ଥ ପାଢି ।
ପାର୍ଥ କହିଛନ୍ତି-‘ଦୀପିକା 20-25 ଏଇଠି ଚାକିରି କରୁଥିଲେ । ସେ ସବୁଦିନ 11-12ରେ ଆସିଲା ପରେ ସେଇଠୁ କମ୍ପ୍ଲେନ ଆସିଲା । ମୁଁ ଷ୍ଟାଫଙ୍କୁ କହିଲି ଯଦି ତମକୁ ସୁବିଧା ହେଉଛି ତା ହେଲେ ରଖନ୍ତୁ ନହେଲେ ତାକୁ ମନା କରିଦିଅନ୍ତୁ । ତା ପରେ ସେ କେବେ ଚାକିରି କଲା ଆଉ କେବେ ଛାଡିଲା ମୁଁ ଜାଣିନି । ମୁଁ ଏବେ ତା ବାଇଟରୁ ଶୁଣିଲି ମୁଁ ସେଇଠି ଦରମା କାହାକୁ ଦେଉ ନଥିଲି ଏହା ପୂର୍ବରୁ ମୋର କେଟିଏମ ସୋ ରୁମ୍ ରେ ବି ସେ ଦେଢ ବର୍ଷ କାମ କରିଥିଲା ।
ମୁଁ ଏବେ ତାର ବାଇଟ ଶୁଣି ଆମ ଷ୍ଟାଫଙ୍କୁ ପଚାରିଲି ଯେ, ଦୀପିକା ଦରମା କିଛି ରହି ଯାଇଛି କି ସେ ବାଇଟରେ କହୁଛି । ଷ୍ଟାଫ କହିଲେ ତାର କିଛି ଟଙ୍କା ବାକି ନାହିଁ ସବୁ ଦିଆ ହେଇଛି । ଯଦି ତାର କିଛି ରହି ଯାଇଛି ସେ ମୋତେ ଫୋନ କରି କହିଲେ ମୁଁ ଦେଇଦେବି । ଗୋଟେ ଷ୍ଟାଫକୁ ଏକ ମାସ ଦରମା ନ ଦେଲେ ସେ ରହିବ ହେଲେ ଦୁଇ ମାସ ହେଇଗଲେ ସେ ପଳେଈ ଯିବ ।
ତେଣୁ ଏ ବୋଧେ ସେଇଠି 15-20 ଦିନ କାମ କରିଛି ଆଉ କିଛି ଭୁଲ କରିଥିବ କି ନାହିଁ ମୁଁ କହି ପାରୁନି ହେଲେ ତାର ବାଇଟ ଶୁଣିଲା ପରେ ମୁଁ ସୋ ରୁମ୍ କୁ କଲ୍ କଲି ଆଉ ତାର ଟଙ୍କାଟେ ବାକି ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।