‘ଦିନେଶ ସେ ଝିଅକୁ ବାହା ହେବେ … ମୁଁ ଦ୍ଵିତୀୟ ପତ୍ନୀ ହେବି…’ ଦେଖନ୍ତୁ ଏମିତି କାହିଁକି କହିଲେ ଦୀପିକା…ଦେଖନ୍ତୁ Video 

ମୁଁ ତାଙ୍କ ପ୍ରେମିକା ଥିଲି ସେ ମୋତେ ଛାଡି ଆଉ କାହାକୁ ବାହା ହେବେ କେମିତି । ସେ ଗଉଡ ଘର ଝିଅକୁ ଯଦି ବାହା ହେଇଯିବେ ତା ହେଲେ ମୁଁ ତାଙ୍କର ଦ୍ଵିତୀୟ ପତ୍ନୀ ହେଇଯିବି । ମୋ ଛୁଆକୁ ବି ତାର ହକ୍ ମିଳିବ ନାହିଁ ମୁଁ ଥାଉ ଥାଉ ଯଦି ସେ ଆଉ କାହାକୁ ବାହା ହେଇଯିବେ ତାହା ଅସମ୍ଭବ । ସେ ପ୍ରଥମ ସ୍ତ୍ରୀ ହୋଇ ରହିବ ଆଉ ମୁଁ କଣ ତାଙ୍କ ଦ୍ଵିତୀୟ ସ୍ତ୍ରୀ ହେବି । ଏହା ଅସମ୍ଭବ ମୁଁ ତାହା କରେଇ ଦେବିନି ।

ଦିନେଶ କେବଳ ମୋର ସେ ମୋ ଛୁଆର ବାପା ଆଜି ନୁହେଁ ତ କାଲି ସେ ମୋତେ ଆପଣାଇବେ । ସବୁ ସମାଧାନ ହେଇଯିବ ମୁଁ ସବୁ ଜାଣିଛି ସେ ତାଙ୍କ ଶଙ୍କୁନି ମାମୁଙ୍କ କଥାରେ ପଡି ଏପରି କରୁଛନ୍ତି । ତାଙ୍କ ମାମୁ ହିଁ ଚାହୁଁ ନାହାନ୍ତି ଦିନେଶ ମୋତେ ଅପଣାନ୍ତୁ ବୋଲି । ଏ ସବୁ ଘଟଣା ପାଇଁ ସେ ହିଁ ଦାୟୀ । ଦିନେଶଙ୍କ ମୁଣ୍ଡରେ ସବୁ ଓଲଟା ସିଧା କଥା ପଶାଇ ଛନ୍ତି ।

ଭଗବାନ ତାଙ୍କୁ କେବେ ବି କ୍ଷମା କରିବେ ନାହିଁ । ବନ୍ଧୁଗଣ ଏମିତି କିଛି କହିଛନ୍ତି ଦୀପିକା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ।

ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ । ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ ।ଦୀର୍ଘ 20 ଦିନ ହେବ ସ୍ଵାମୀ ଘର ଆଗରେ ବସି ରହିଛନ୍ତି ଦୀପିକା । ଗୋଟେ ପଟେ ଦିନେଶଙ୍କ ବିବାହକୁ ଅଟକାଇବେ ଆଉ ଅନ୍ୟ ପଟେ ଛୁଆର କଥା ବୁଝିବେ । ଦୀପିକାଙ୍କ ପୁଅ ଦେହ ଗତ କିଛି ଦିନ ହେବ ଖରାପ ଅଛି ।

ଆଉ ଏହାକୁ ନେଇ ଖୁବ ଚିନ୍ତାରେ ଅଛନ୍ତି ଦୀପିକା । ଠିକ ଏହି ସମୟରେ ଭିତରେ ଆସିଛି ଦୀପିକାଙ୍କର କିଛି ଏଭଳି ବୟାନ । ଦିନେଶଙ୍କ ମାମୁ କୁଆଡେ ଚାହୁଁ ନାହାନ୍ତି ଦିନେଶ ଓ ଦୀପିକା ଏକାଠି ହୁଅନ୍ତୁ ବୋଲି ଆଉ ଏ କଥା ଦୀପିକା ନିଜେ କହିଛନ୍ତି । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *