‘ମା ଲୁହରେ ଭାସିଯିବୁ ସୌମ୍ୟ, ମୋ ଝିଅକୁ କାହିଁକି ମୋ ଠାରୁ ତୁ…’ ଭୋ-ଭୋ ହେଇ କାନ୍ଦୁଛନ୍ତି Sweta ଙ୍କ ମା’ ଆଉ ଯାହା ସବୁ କହୁଛନ୍ତି ଶୁଣି ଆଖିରେ ଲୁହ ଆସିଯିବ…

ବନ୍ଧୁଗଣ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁ ପରେ ଏବେ ସନ୍ଦେହ ଘେରରେ ରହିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସୌମ୍ୟାଜିତ । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ଏହି ଅଭାବନୀୟ ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଶ୍ଵେତାଙ୍କ ମୃତ ଦେହ ଜବତ ସମୟରେ ତାଙ୍କ ପାଖରୁ ଏକ ଡାଏରୀ ମିଳିଥିଲା ସେହି ଡାଏରୀରେ ସୌମ୍ୟାଜିତଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଶ୍ଵେତା ।

ଉଭୟ ଗତ କିଛି ବର୍ଷ ହେବ ପ୍ରେମ ସମ୍ପର୍କ ରଖିଥିଲେ । ଆଉ ଏ ସବୁ କଥା ଶ୍ଵେତାଙ୍କ ପରିବାର ଲୋକ ବି ଜାଣିଥିଲେ । ହେଲେ ସୌମ୍ୟାଜିତ ଶ୍ଵେତାଙ୍କୁ ୨୦୨୦ ମସିହାରୁ ବ୍ଲାକମେଲ କରିବା ହେତୁ ଶ୍ଵେତା ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ବନ୍ଧୁଗଣ ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି ଆଉ ସୌମ୍ୟାଜିତ ଏବେ ସନ୍ଦେହ ଘେରରେ ରହିଛନ୍ତି ।

ପୋଲିସ ସୌମ୍ୟାଜିତଙ୍କୁ ପଚରା ଉଚରା କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ଵେତାଙ୍କ ମାଆ କାନ୍ଦି କାନ୍ଦି ଏମିତି କିଛି କଥା କହୁଛନ୍ତି ଯାହା ଜାଣିଲେ ଆପଣ ମାନେ ବି ଭାବବିହୁଳ ହୋଇଯିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଶ୍ଵେତାଙ୍କ ମାଆ କାନ୍ଦି କାନ୍ଦି କହୁଛନ୍ତି-‘ମୁଁ ଶ୍ଵେତାର ମାଆ କହୁଛି ମୋ ଝିଅ ତ ମରିଗଲା ଆଜ୍ଞା ମୋ ଝିଅ ପ୍ରତି ବହୁତ ଅନ୍ୟାୟ କରାଯାଇଛି । ସେ ସୌମ୍ୟାଜିତ ମହାପାତ୍ର ମୋ ଝିଅ ସହ ବହୁତ ଅନ୍ୟାୟ କରିଛି । ମୁଁ ରାଜ୍ୟ ସରକାରଙ୍କୁ ଏତିକି ଅନୁରୋଧ କରୁଛି ସେ ସୌମ୍ୟାଜିତ ଉପରେ ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ତାକୁ ଦଣ୍ଡ ଦିଆଯାଉ । ମୋର ଏତିକି ରାଜ୍ୟ ସରକାରଙ୍କୁ ବିନୀତ ଅନୁରୋଧ’ ।

ତେବେ ବନ୍ଧୁଗଣ ଏଭଳି ଭାବରେ ଶ୍ଵେତାଙ୍କ ମାଆ କାନ୍ଦି କାନ୍ଦି କହିଛନ୍ତି । ଆଗରୁ ମଧ୍ୟ ଶ୍ଵେତାଙ୍କ ଭାଇ ଗଣମାଧ୍ୟମ ସାମ୍ନାକୁ ଆସି ସୌମ୍ୟାଜିତ ଶ୍ଵେତାଙ୍କୁ ବ୍ଲାକମେଲ କରୁଥିବା କଥା କହିଥିଲେ ଆଉ ଏବେ ଶ୍ଵେତାଙ୍କ ମାଆ ସାମ୍ନାକୁ ଆସି ଏମିତି କହିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *