ମୃତ୍ୟୁ ଅଧ ଘଣ୍ଟା ପୂର୍ବରୁ ସୌମ୍ୟାଜିତଙ୍କୁ ୧୫ ଥର କାହିଁକି କଲ୍ କରିଥିଲେ Sweta, ସେଦିନ ରାତିରେ ଏମିତି କଣ ହୋଇଥିଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତୟଆ ମାମଲା ଏବେ ବିବାଦ ଘେରରେ ରହିଛି । ଶ୍ଵେତାଙ୍କ ଅତମହତୟଆ ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତୟଆ କରିଲେ ଆଉ ତାମହତୟଆ ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ । ପରିବାର ଲୋକେ ଆତ୍ମହତୟଆ ପଛରେ ବ୍ଲାକମେଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଉ ସନ୍ଦେହ ଘେରରୁ ତାଙ୍କ ପୁରୁଷ ବନ୍ଧୁ ଆସୁଛନ୍ତି । ଶ୍ଵେତାଙ୍କ ମୃତ ଶରୀର ପାଖକୁ ଏକ ଡାଏରୀ ଜବତ ହୋଇଥିଲା ସେହି ଡାଏରୀରେ ସୋମ୍ୟଜିତ ନାମକ ତାଙ୍କ ପୁରୁଷ ବନ୍ଧୁ ବିଷୟରେ ସେ ଉଲ୍ଲେଖ କରିଥିଲେ । ତାଙ୍କ ପୁରୁଷ ବନ୍ଧୁ ସୋମ୍ୟଜିତଙ୍କ ସହ ପୋଲିସ ପଚରା ଉଚରା କରିପାରେ ଆଉ ଏହାରି ମଧ୍ୟରେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି ।

ବନ୍ଧୁଗଣ ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁ ମାମଲାଟି ଏବେ ଏକ ଭିନ୍ନ ମୋଡ ନେଇଛି । ମିଡିଆ ରିପୋର୍ଟସ ଅନୁସାରେ ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ସୌମ୍ୟଜିତଙ୍କୁ ଶ୍ଵେତା ୧୫ ଥର ଫୋନ କଲ୍ କରିଥିଲେ । ରାତି ୧.୩୦ ପର୍ଯ୍ୟନ୍ତ ବାରମ୍ବାର ଫୋନ କରି ଚାଲିଥିଲେ ଶ୍ଵେତା । କିନ୍ତୁ ଶ୍ଵେତାଙ୍କ କଲ୍ ରିସିଭ କରି ନଥିଲେ ସୌମ୍ୟଜିତ । ଚନ୍ଦ୍ରଶେଖର ପୁର ପୋଲିସ ହାତରେ ଥିବା କଲ୍ ଡିଟେଲ୍ସରୁ ଏହି ତଥ୍ୟ ମିଳିଛି । ଅନ୍ୟ ପଟେ ସାମ୍ନାକୁ ଆସିଛି ଦୁଇଟି ଫୁଟେଜ ।

ଗୋଟିଏ ହେଉଛି ଭୁବନେଶ୍ବରର ଏକ ପପର ଯେଉଁଥିରେ ଶ୍ଵେତା ପପ ଯାଉଥିବାର ଦୃଶ୍ୟ ରହିଛି । ଅନ୍ୟ ଫୁଟେଜଟି ଆସିଛି ସମ୍ବଲପୁରର ସୌମ୍ୟଜିତଙ୍କ ଘର ଆଗରୁ ସିସିଟିଭି ଫୁଟେଜରେ ସୌମ୍ୟଜିତ ବାଇକରେ ବସି ବାହାରକୁ ଯାଉଛନ୍ତି । ଏନେଇ ସେ ଫେରାର ହେଇ ଯାଇଥିବା ଚର୍ଚ୍ଚା ହେଉଛି । ଖୁବ ଶୀଘ୍ର ଥାନାରେ ହାଜର ହୋଇ ପାରନ୍ତି ସୌମ୍ୟଜିତ । ତେବେ ତାଙ୍କୁ ନୋଟିସ କରିଛି ଚନ୍ଦ୍ର ଶେଖର ପୁର ଥାନା ପୋଲିସ ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ସୌମ୍ୟଜିତଙ୍କୁ ପଚରା ଉଚରା କରିବ ପୋଲିସ । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଶ୍ଵେତାଙ୍କ ମାଆ କାନ୍ଦି କାନ୍ଦି ସୌମ୍ୟଜିତଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *