‘ଖବରଦାର ,ମୋ ନାଁକୁ ବ୍ୟାଡ଼ଲି ବ୍ୟବହାର କରନି, ତୁମକୁ କିଏ ଅଧିକାର ଦେଲା କି ତୁମେ…’ କାହିଁକି ଓ କାହା ଉପରେ ଏମିତି ଗର୍ଜିଲେ Tapaswini…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଆଜିକୁ ଅନେକ ଦିନ ହେଲାଣି ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ । ତେବେ ବନ୍ଧୁଗଣ ଦୀପିକା ଓ ଦିନେଶ ପରସ୍ପରକୁ ବହୁତ ପ୍ରେମ କରୁଥିଲେ ହେଲେ ଦିନେଶ ଦୀପିକାଙ୍କୁ ଗର୍ଭବତୀ କରି ଅଧା ରାସ୍ତାରେ ତାଙ୍କ ହାତ ଛାଡି ଦେଲେ ।

ଏହା ପରେ ଦୀପିକା ନିଜ କୁନି ପୁଅକୁ ଧରି ଧାରଣାରେ ବସିଲେ । ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ଆଉ ଏହାରି ମଧ୍ୟରେ ବ୍ରହ୍ମପୁରର ବହୁତ ଚର୍ଚ୍ଚିତ ମହିଳା ତପସ୍ଵିନୀ ଦାସ ଏହି ମାମଲାକୁ ନେଇ ନିଜର ମୁହଁ ଖୋଲି ଛନ୍ତି । ତପସ୍ଵିନୀ କହିଛନ୍ତି-‘ମୁଁ କାଲି ଗୋଟେ ଖବର ଦେଖୁଥିଲି ଦୀପିକା ଯିଏ କି ଏଇଠି ଧାରଣାରେ ବସିଛନ୍ତି  ।

ତାଙ୍କ ସ୍ଵାମୀ ଦିନେଶଙ୍କ ଓକିଲ ଯିଏ ଅଛନ୍ତି ପାଣି ସାରା ସେ ଡାଇରେକ୍ଟ ମୋତେ ଇଣ୍ଡିକେଟ କରି ମୋତେ କହିଛନ୍ତି ତପସ୍ଵିନୀ ଠାରୁ ଶିଖିକି ଏ ସବୁ କରିଛି । ଆଉ ତପସ୍ଵିନୀ ଏ ସବୁ କରି ଗତ 7 ମାସ ତଳେ ବହୁତ ନିନ୍ଦିତ ହୋଇଛି । ସେ ଆହୁରି ବହୁତ କିଛି କଥା କହିଛନ୍ତି । ତେଣୁ ମୁଁ ତାଙ୍କୁ କେବଳ ଗୋଟିଏ କଥା କହୁଛି ସାର ଆପଣଙ୍କୁ କିଏ ଅଧିକାର ଦେଲା ମୋତେ ଜଜ୍ କରିବା ପାଇଁ ।

ଆପଣ କହିଛନ୍ତି ମୁଁ କୋର୍ଟରୁ ପରାମର୍ଶ ନେଇ ସେଠାରେ ଧାରଣା ଦେଇଥିଲି ଏଇଟା ଗୋଟେ ଭୁଲ କଥା କହିଛନ୍ତି ଆପଣ ଆଉ କୋର୍ଟର ଅସମ୍ମାନ କରିଛନ୍ତି । ମୋତେ କୋର୍ଟର ଅର୍ଡର କିଛି ମିଳି ନଥିଲା ମୁଁ ବସିବା ପରେ ମୋତେ କୋର୍ଟର ଅର୍ଡର ମିଳିଲା ପରେ ମୁଁ ଘରକୁ ଯାଇଥିଲି ପୋଲିସଙ୍କ ସହାୟତାରେ । ଆପଣ ମୋ ଓକିଲ ନୁହନ୍ତି କିମ୍ବା ମୋ ସ୍ଵାମୀଙ୍କ ଓକିଲ ନୁହନ୍ତି ତେଣୁ ଏ ସବୁରୁ ଆପଣ ନିବୃତ ରୁହନ୍ତୁ ।

ଆପଣଙ୍କୁ କିଏ ଅଧିକାର ଦେଇ ନାହାନ୍ତି ଯେ, ଆପଣ ମୋତେ ଜଜ୍ କରିବେ । ଏଥିପାଇଁ ଜଜ୍ ଅଛନ୍ତି ହାଇକୋର୍ଟ ଅଛି ମୋର କେସ ହାଇକୋର୍ଟରେ ଚାଲିଛି ତ ମୁଁ ଯଦି କିଛି ଭୁଲ କରିଛି ମୋତେ ଶାସ୍ତି ମିଳିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ଅନେକ କଥା କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *