‘ସୁଭଦ୍ରାଙ୍କୁ ଡରାଉଛନ୍ତି ସର୍ମ୍ପକୀୟ, ରାତିରେ ଆସି କବାଟ ବାଡଉଛନ୍ତି, ଆଉ ସୁଭଦ୍ରା ସହ କରୁଛନ୍ତି ଏମିତି କାମ…’ ଦେଖନ୍ତୁ ଏ ନେଇ କଣ କହୁଛନ୍ତି ସୁଭଦ୍ରାଙ୍କ ସମ୍ପର୍କୀୟ

ନମସ୍କାର ବନ୍ଧୁଗଣ ତେବେ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ସୁଭଦ୍ରା । ବାଲେଶ୍ୱର ଜିଲ୍ଲାରେ ଘର ,ଛୋଟ ବେଳୁ ବାପା ମାଙ୍କୁ ହରାଇ ଅନାଥ ହୋଇଯାଇଥିବ ଛୁଆଟିକୁ ଆପଣେଇ ନେଇଯାଇଥିଲେ ଜଣେ ବ୍ରାହ୍ମଣ ପରିବାରର ବ୍ୟକ୍ତି । ନିଜର ଛୁଆ କରି ରଖିଥିଲେ ସୁଭଦ୍ରାଙ୍କୁ । ତେବେ ଏହାର କିଛି ବର୍ଷ ପରେ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ମାଙ୍କ ମାନସିକ ସ୍ଥିତି ମଧ୍ୟ ବିଗିଡିଯାଇଥିଲା ।

ଏହା ପରେ ଖୁବ୍ କଷ୍ଟ ସହି ଏଯାଏ ଆସିଛନ୍ତି ସୁଭଦ୍ରା । ଛୋଟବେଳେ ନିଜ ବାପା ମାଙ୍କୁ ହରାଇ ଏଠାରେ ମଧ୍ୟ ପାଳିତ ବାପାଙ୍କୁ ହରାଇଥିଲେ ସେ । ତାପରେ ମା ମଧ୍ୟ ପାଗେଳି ହୋଇଯାଇଥିବାରୁ ତାଙ୍କୁ ଅସୁଭ କହି ଗାଁ ଲୋକମାନେ ଉଭୟ ମାନସିକ ରୋଗରେ ପିଡିତା ମା ଓ ଝିଅ ସୁଭଦ୍ରାଙ୍କୁ ହଇରାଣ କରୁଥିଲେ । ଗାଁରେ ସମସ୍ତଙ୍କ ଘରେ ପାଇପ ପାଣି ଆସୁଥିବା ବେଳେ ସୁଭଦ୍ରାଙ୍କ ଘରେ ନଥିଲା ଏ ବ୍ୟବସ୍ଥା ।

ଏପରି ଅନେକ ପ୍ରକାରର ନାହିଂ ନଥିବା ହଇରାଣ ହୋଇଥିଲେ ସେମାନେ । ତଥାପି ସୁଭଦ୍ରା ଭାଙ୍ଗି ପଡିନଥିଲେ । ବରଂ ପାଠ ପଢି ଆଗକୁ ବଡ ହେବାର ସ୍ୱପ୍ନ ଦେଖିଥିଲେ ପରିସ୍ଥିତି ଯାହା ହେଉନା କାହିଁକି ଲଢିବେ ସେ । ତେବେ ତରଙ୍ଗର ଜଣେ କଳାକାର ସୁଭଦ୍ରାଙ୍କ ଏପରି ଅବସ୍ଥା ସହ୍ୟ କରିନପାରି ,ସମ୍ପର୍କର ହାତ ବଢାଇଛନ୍ତି । ଟେଲି ଦୁନିଆର ଅଭିନେତ୍ରୀ ଉମା ଆଜି ସୁଭଦ୍ରାଙ୍କ ଘରେ ପହଞ୍ଚି ଥିଲେ । ସେ ଆଜିଠୁ ସୁଭଦ୍ରାଙ୍କ ବଡ ଭଉଣୀ ଭାବରେ ସମସ୍ତ ଦାୟିତ୍ୱ ତୁଲାଇବା ସହ ତାଙ୍କ ପାଠପଢା ଦାୟିତ୍ୱ ଗ୍ରହଣ କରିବେ ।

ଏହା ସହ ସେ ବଡଭଉଣୀ ଭାବେ ସୁଭଦ୍ରାଙ୍କୁ ଏକ ଉତ୍ତମ ପରିଚୟ ପ୍ରଦାନ କରିବେ ବୋଲି ପ୍ରତିଶୃତି କରିଛନ୍ତି । ତେବେ ଏତେ ଛୋଟ ବୟସରୁ ଏମିତି ସବୁ ପରିସ୍ଥିତିରେ ଭାଙ୍ଗି ପଡିନôତଲେ ସୁଭଦ୍ରା । ବରଂ ତାଙ୍କ ବୟସର ଛୋଟ ଛୋଟ ପିଲାଙ୍କ ସହ ସମାଜ ପାଇଁ ପ୍ରରେଣା ସାଜିଛନ୍ତି ସେ । ପରିସ୍ଥିତି ଯହାବି ହେଉନା କାହିଁକି ଆମକୁ ଭାଙ୍ଗି ନଯାଇ ତା ସହ ଲଢିବାକୁ ପଡିବ ବୋଲି କହିଛନ୍ତି ଛୋଟ ସୁଭଦ୍ରା ।

ତେବେ କିନ୍ତୁ ସୁଭଦ୍ରାଙ୍କ କହିବା ମୁତାବକ-‘କାଲି ଆମେ ରାତିରେ ଶୋଇ ଥିଲୁ ମୋ ମାଆଙ୍କ ଝିଆରୀଙ୍କ ପୁଅ ଆସିଥିଲେ 11.30ରେ । ସେ କେବେ ବି ଆସନ୍ତି ନାହିଁ ହେଲେ କାଲି ରାତି 11.30ରେ କାହିଁକି ଆସିଥିଲେ । ତାଙ୍କ ନାଁ ହେଉଛି ବାପି । ସେ ଆଗରୁ ଆସନ୍ତି ଦିନ ସମୟରେ ମୋତେ ଚକିଲେଟ ଦେଇ ଯାନ୍ତି । କାଲି ରାତିରେ ସେ ଗୋଟେ କେକ ଆଣିଥିଲେ ସେ ମୋତେ ବାରମ୍ବାର କହିଲେ ଖାଇବା ପାଇଁ । କଣ ପାଇଁ ସେ ହଠାତ ଆସି କେକ ଖାଇବାକୁ କହିଲେ । ମୁଁ ଶୋଇ ଥିଲି ଯେତେବେଳେ ସେ ଆସିଲେ ତାଙ୍କ ଭଏସ ଶୁଣା ଗଲା ତା ପରେ ମୁଁ ଉଠିଲି । ମୁଁ କହିଲି କଣ ପାଇଁ ଆସିଛନ୍ତି ସେ ମୋ ସହ ଲାଗିଲେ ।


ସେ ମୋତେ ବାରମ୍ବାର କେକ ଖାଇବା ପାଇଁ କହିଲେ ହେଲେ ମୁଁ ମନା କରିଦେଲି ଆମେ ତାଙ୍କୁ ବହୁତ ମନା କରିଥିଲୁ ତଥାପି ସେ ଜବରଦସ୍ତ ଘରେ ଶୋଇଲେ । ତା ପରେ ମୁଁ ଶୋଇ ନଥିଲି ମୋର ସାଙ୍ଗ ବି ଥିଲେ ମୋ ସହ । ସେ ରାତିରେ ଉଠିଲେ ଆଉ ଯେଉଁଠି ଲୁଗା ଥାଏ ସେଇଠି ସେ କିଛି କରୁଥିଲେ । ତେବେ ବର୍ତ୍ତମାନ ସୁଭଦ୍ରାଙ୍କ ଜୀଵନ ବିପଦରେ ଥାଇ ପାରେ ତେଣୁ ତାଙ୍କୁ ସୁରକ୍ଷା ଦିଆଯିବା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *