ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଫଟୋ କୁ ପୂଜାର୍ଚନା କରୁଛନ୍ତି ଅନୁଗାମୀ ମାନେ । ଆଉ ଏ ଭିଜୁଆଲ ହେଉଛି ଜନ୍ମାଷ୍ଟମୀର ଭିଜୁଆଲ । ଯେଉଁ ଜନ୍ମାଷ୍ଟମୀ ରେ ଦିନେ ଆତ୍ମ ଘୋଷିତ ଭଗବାନ ବାବା ସାରଥୀ ନିଜକୁ ଶ୍ରୀକୃଷ୍ଣ ବୋଲି କହୁଥିଲେ । ତେବେ ଆପଣଙ୍କର ମନ ଥିବ ସେଦିନର ଘଟଣା । ଯେଉଁଦିନ ମହିଳାଙ୍କୁ ନି-ର୍ଯା-ତ-ନା ଦେବା ଅଭିଯୋଗ ରେ ବାବା ସାରଥୀ ଜେଲ କୁ ଯାଇଥିଲେ ।
ଆଉ ନି-ର୍ଯା-ତ-ନା ଅଭିଯୋଗ ବିବାଦ ପରଠାରୁ ବାରିମୂଳ ଆଶ୍ରମ ବନ୍ଦ ରହିଛି । ବାରିମୂଳ ଆଶ୍ରମ ରେ ତାଲା ଝୁଲିଛି । ଆଉ ଏହା ସହ ବାରିମୂଳ ଆଶ୍ରମ ବନ୍ଦ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିଷ୍ପତି ମଧ୍ୟ ହୋଇଛି । ତଥାପି ସେଠାରେ ଅନୁଗାମୀ ମାନେ ପହଂଚିଛନ୍ତି । ସାରଥୀ ଫଟୋ ରେ ଫୁଲ ଦେଇଛନ୍ତି, ଚନ୍ଦନ ଦେଇ ପୂଜାର୍ଚନା କରୁଛନ୍ତି । ଭଲ କରି ଦେଖି ନିଅନ୍ତୁ ଏହି ଭିଜୁଆଲ କୁ ।
ଏ ଭିଜୁଆଲ ହେଉଛି ଜନ୍ମାଷ୍ଟମୀ ଦିନର ଭିଜୁଆଲ । ଏ ଭିଜୁଆଲ ହେଉଛି ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଆଶ୍ରମ କୁହାଯାଉଥିବା କେନ୍ଦ୍ରାପଡ଼ା ସ୍ଥିତ ବାରିମୂଳ ଆଶ୍ରମ ର ଦୃଶ୍ୟ ।ଏଠି କହିରଖିବା ପାଇଁ ଚାହିଁବୁ କି ମହିଳାଙ୍କୁ ନି-ର୍ଯା-ତ-ନା ଅଭିଯୋଗ ବିବାଦ ପରଠାରୁ ବନ୍ଦ ରହିଥିବା ଆଶ୍ରମ ରେ ବାବାଙ୍କ ଅନୁଗାମୀ ମାନେ ପହଂଚି ସାରଥୀଙ୍କ ଫଟୋ ରେ ପୂଜାର୍ଚନା କରିଛନ୍ତି । ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଫୋଟୋ କୁ ପୂଜାର୍ଚନା କରିଛନ୍ତି ତାଙ୍କ ଅନୁଗାମୀ ମାନେ ।
ଯାହା ପ୍ରମାଣ କରୁଛି । ଏତେ ବିବାଦ ସତ୍ୱେ ମଧ୍ୟ ଆଜିବି ଆତ୍ମ ଘୋଷିତ ଭଗବାନ ବାବା ସାରଥୀଙ୍କ ଅନୁଗାମୀ ରହିଛନ୍ତି । ଆଉ ତାଙ୍କୁ ଭଗବାନ ଭଳି ପୂଜା ବି କରୁଛନ୍ତି । ଆଉ ଏହି ଭିଜୁଆଲ କୁ ଦେଖି ସାରିବା ପରେ ଜନ ମାନସ ରେ ଅନେକ ଗୁଡିଏ ପ୍ରଶ୍ନ ଉଙ୍କି ମାରୁଛି । ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ ରହିଥିବା ଏହି ଆଶ୍ରମ ଭିତରେ କିଭଳି ପଶିଲେ ଅନୁଗାମୀ ମାନେ ।
ତେବେ ବର୍ତ୍ତମାନ ସାରଥୀ ବାବାଙ୍କ ର ଜଣେ ପିଲା ଦିନର ବନ୍ଧୁ ନିଜ ବନ୍ଧୁଙ୍କ ବିଷୟରେ ସବୁ କଥ ଖୋଲି ଦେଇଛନ୍ତି ।
ତେବେ ତାଙ୍କ କହିବା କଥା ସାରଥୀ ବାବା ଓରଫ ସନ୍ତୋଷ ରାଉଳ । ଦୁହେଁ ଏକାଠି ସ୍କୁଲରେ ପଢୁଥିଲେ ତେବେ ଦୁହେଁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯାଉଥିଲେ କିନ୍ତୁ ସେ ଫେଲ ହୋଇଗଲେ ଏବଂ ସନ୍ତୋଷ ପାସ ହୋଇଗଲେ । ତେବେ ଆମେ ସବୁ ପିଅନ ଚାକିରୀ କରୁଥିଲୁ କିନ୍ତୁ ସେ କଲେଜ ରେ ପଢୁଥିଲେ । ତେବେ ପରେ ସେ ନିଜେ ଗାଁ ରେ ଏକ ଜମି ନେଇ ସେଠାରେ ଘର କରିଲେ ଏବଂ ବାବା ହୋଇ ସମସ୍ତଙ୍କୁ ଭଣ୍ଡେଇବା କାମ ଆରମ୍ଭ କରି ଦେଇଥିଲା ।
ତେବେ ବର୍ତ୍ତମାନ ର ବିଜ୍ଞାନ ର ଉନ୍ନୟନ ଏବଂ ବିକାଶ ଯୋଗୁଁ ସେ ନିଜ ହାତରେ ମହୁ ବିଭୁତି ବାହାର କରୁଥିଲେ ତେବେ ଲୋକମାନେ ମଧ୍ୟ ଅନ୍ଧ ଶ୍ରଦ୍ଧା ରେ ପଡି ସେହି ମନେ ତାଙ୍କୁ ଉପରକୁ ନେଉଛନ୍ତି ଯାହା ଉଚିତ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।