ବ୍ୟକ୍ତିଙ୍କ ପେଟରୁ କିପରି ବାହାର କରାଗଲା ଷ୍ଟିଲ ଗ୍ଲାସ ? ଦେଖନ୍ତୁ ଏ ନେଇ ଡାକ୍ତର କଲେ ଏହି ଭୟଙ୍କର ଖୁଲାସା…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ବ୍ୟକ୍ତିଙ୍କ ପେଟ ଭିତରୁ ଏକ ଷ୍ଟିଲ ଗ୍ଳାସ ବାହାରିଛି । ଏଭଳି ଘଟଣା ଆମ ଓଡିଶାରେ କଣ ଭାରତରେ ପ୍ରଥମ ଥର ଘଟିଛି । ତେବେ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚାର ମାହୋଲ ରହିଛି । ମିଡିଆ ରିପୋର୍ଟସ ଅନୁସାରେ ଗଞ୍ଜାମ ବୁଗୁଡା ବ୍ଲକ ବାଲିଫଦର ଅଞ୍ଚଳର ଜଣେ ବ୍ୟକ୍ତି ସହ ଘଟିଛି କିଛି ଏଭଳି ଘଟଣା ।

ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେ ସିଜରେ ଅସ୍ତ୍ର ପ୍ରଚାର କରାଯାଇ ତାଙ୍କ ପେଟରୁ ଗ୍ଳାସ କଢା ଯାଇଛି । ବ୍ୟକ୍ତି ଗୁଜୁରାଟ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ ପ୍ରାୟ ୧୦ ଦିନ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହ ମ-ଦ୍ୟୟପାନ କରୁଥିବା ବେଳେ ତାଙ୍କ ସାଙ୍ଗ ମାନେ ଜୋର ଜବରଦସ୍ତ ତାଙ୍କ ମଳଦ୍ଵାରରେ ଏକ ଷ୍ଟିଲ ଗ୍ଳାସ ପୁରେଇ ଦେଇଥିଲେ । ତେବେ ତାଙ୍କ ସାଙ୍ଗ ମାନେ ଏଭଳି କାଣ୍ଡ କାହିଁକି କରିଲେ ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ  ।

ତେବେ ବ୍ୟକ୍ତି ଜଣକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଉ ଏହାରି ମଧ୍ୟରେ ଅସ୍ତ୍ର ପ୍ରଚାର କରିଥିବା ଜଣେ ଡାକ୍ତର ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି । ତେବେ ଡାକ୍ତରଙ୍କ କହିବା ମୁତାବକ-‘ସେ ଗଞ୍ଜାମର ଲୋକଟି ସୁରାଟର ସୂତାକାଳରେ ସେ କାମ କରୁଥିଲା ବୋଲି କହିଛି । ସେଦିନ ସେ ନିଜ ସାଙ୍ଗ ମାନଙ୍କ ସହ ମ-ଦ୍ୟୟପାନ କରିଛନ୍ତି ତାର ସାଙ୍ଗ ମାନେ ସେହି ଷ୍ଟିଲ ଗ୍ଳାସକୁ ତାର ମଳଦ୍ଵାର ବାଟେ ଭର୍ତ୍ତି କରିଦେଲେ ।

ସେ ଯନ୍ତ୍ରଣା ତ ପାଇଥିବ ତା ପରେ ସେ କାହାକୁ କିଛି ନ କହି ତା ଘର ଗଞ୍ଜାମକୁ ଚାଲି ଆସିଲା । ସେ ହସ୍ପିଟାଲରେ ଆସି ତା ପେଟରେ ଯନ୍ତ୍ରଣା ହେଉଛି ବୋଲି ସେ କହିଲା । ହେଲେ ଏକ୍ସରେ ହେବା ପରେ ସେ ସବୁ କଥା କହିଲା । ଆମେ ପ୍ରଥମେ ଗ୍ଳାସଟିକୁ ମଳଦ୍ଵାର ବାଟେ ବାହାର କରିବା ପାଇଁ ଚେଷ୍ଟା କରିଥିଲୁ ହେଲେ ଯେହେତୁ ୬-୭ ଦିନ ହୋଇଥିଲା ତେଣୁ ଏଞ୍ଜୁରି ହୋଇଥିଲା ଆଉ ଦୁର୍ଗନ୍ଧ ବାୟୁ ବାହାରୁ ଥିଲା ଆଉ ସେପଟୁ ବାହାରିବା ସମ୍ଭବ ହେଲା ନାହିଁ ।

ପ୍ରାୟ ୨ ଘଣ୍ଟା ଅପରେସନ ଲାଗିଲା ଆଉ ପେଟ ବାଟରେ ସେ ଗ୍ଳାସ ବାହାର କରାଗଲା । ମଳଦ୍ଵାରରେ ମାଡ ହୋଇଥିବା ଘଟଣା ତ ବହୁତ ଆସିଛି ହେଲେ ଗ୍ଳାସ ଭିତରେ ପୂରେଇବା ମୁଁ ପ୍ରଥମ ଥର ଦେଖିଲି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *