ବନ୍ଧୁଗଣ ଆପଣ ମାନେ ବାଲେଶ୍ଵର ଜିଲ୍ଲା ରେମୁଣା ର ସୁଭଦ୍ରା ପଣ୍ଡା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସୁଭଦ୍ରା କୁ ପିଲାବେଳୁ ତାଙ୍କ ବାପା ଆଣିଥିଲେ ଏବଂ ଲାଳନ ପାଳନ କରିଥିଲେ । କିନ୍ତୁ ରୋଗଗ୍ରସ୍ତ ହୋଇ ଅଧାରେ ବାପା ତାଙ୍କୁ ଛାଡ଼ି ଚାଲିଗଲେ । ଅଛୁଆଁ ଛୁଆଁ ଭିତ୍ତି ରେ ତାଙ୍କ ପାଖକୁ କେହି ଆସୁ ନାହାନ୍ତି । ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି କିଛି ଚିଠି ଲେଖିଥିଲେ । ସୁଭଦ୍ରା ବର୍ତ୍ତମାନ ନବମ ଶ୍ରେଣୀ ରେ ପାଠ ପଢୁଛନ୍ତି ।
ପାଠ ପଢ଼ା ସହିତ ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ତାଙ୍କ ସାହା ହେଉଛି କେବଳ ତାଙ୍କର ବିଧବା ମାଆ । ସୁଭଦ୍ରା କାହାଠାରୁ ସାହାଯ୍ୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି ଚିଠି ଲେଖିଥିଲେ । ତେବେ ଏହି ଖବର ମିଳିବା ପରେ ଅନେକ ସ୍ୱଚ୍ଛସେବୀ ସଙ୍ଗଠନ ଏବଂ ପ୍ରଶାସନ ଗୁଡ଼ିକ ତରଫରୁ ତାଙ୍କୁ ସାହାଯ୍ୟ ମଧ୍ୟ ମିଳିଥିଲା । ଏବେକା ସମୟରେ ସୁଭଦ୍ରା ହେଉଛନ୍ତି ଓଡ଼ିଶା ର ଜଣେ ଚର୍ଚ୍ଚିତ ଚେହେରା ।
ତେବେ ବର୍ତ୍ତମାନ ସବୁଠାରୁ ବଡ଼ ଖବର ସାମ୍ନା କୁ ଆସିଛି ଯେ, ସୁଭଦ୍ରା ଙ୍କ ଦୁଖଃଭରା କାହାଣୀ ଶୁଣିବା ପରେ ତାଙ୍କୁ ସମସ୍ତ ପ୍ରକାର ରାଜନୈତିକ ସହାୟତା ମିଳିଥିଲା । ତାଙ୍କ ଜୀବନ ରେ ଖୁସି ର ଆଗମନ ହେବାକୁ ଥିବା ବେଳେ ଏକ ଦୁର୍ଘଟଣା ଗତକାଲି ମଧ୍ୟବିତ୍ତ ରାତିରେ ଘଟିଛି । ତେବେ ଘଟଣା ଟି ହେଉଛି ଗତକାଲି ରାତି ୧୧:୩୦ ରେ ସୁଭଦ୍ରା ଙ୍କ ମାଆ ଙ୍କ ଝିଆରୀ ଙ୍କ ପୁଅ ତାଙ୍କ ଘରକୁ ଆସିଥିଲେ ।
ତାଙ୍କ ନାଁ ହେଉଛି ବାପି । ସୁଭଦ୍ରା କହିଛନ୍ତି ଯେ, ସେ କେବେବି ଏମିତି ତାଙ୍କ ଘରକୁ ଆସନ୍ତି ନାହିଁ । କିନ୍ତୁ କାଲି ଏଭଳି ହଠାତ ଆସି ସୁଭଦ୍ରା ଙ୍କୁ ଖାଇବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ସୁଭଦ୍ରା ଖାଇ ନଥିଲେ । ପରେ ସେ ଶୋଇଗଲେ । ହଠାତ ମଧ୍ୟବିତ୍ତ ରାତିରେ ସୁଭଦ୍ରା ଉଠି ଯେତେବେଳେ ଦେଖିଲେ ସେତେବେଳେ ଉକ୍ତ ଯୁବକ ଜଣକ ଠିଆ ହୋଇ ବାରମ୍ବାର ନିଜ ପ୍ୟାଣ୍ଟ ପକେଟ ରେ ହାତ ମାରୁଥିଲେ ।
ସୁଭଦ୍ରା ଯେତେବେଳେ ଉଠି ଦେଖିଲେ ସେ ତାଙ୍କୁ ଶୋଇବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ସୁଭଦ୍ରା ସୋଇ ନଥିଲେ । ତେବେ ସେ ଏଭଳି ଅଧ ରାତିରେ କାହିଁକି ସୁଭଦ୍ରାଙ୍କ ଘରକୁ ଆସିଥିଲେ ଏବଂ ଏଭଳି ବ୍ୟବହାର କରିଥିଲେ ତାହା ବର୍ତ୍ତମାନ ର ସବୁଠାରୁ ବଡ଼ ପ୍ରଶ୍ନ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।