ବନ୍ଧୁଗଣ ବର୍ତ୍ତମାନ ସମୟ ର ଚର୍ଚ୍ଚିତ ନିଉଜ ହେଉଛି ଆସିଷ୍ଟାଣ୍ଟ ପ୍ରଫେସର ଙ୍କୁ ନିର୍ଧୁମ ଛେଚିଲେ ଧର୍ମପତ୍ନୀ । ପ୍ରଫେସର ଙ୍କ ଚାମ୍ବର ଭିତରେ ପଶି ଅଧଘଣ୍ଟା ପର୍ଯ୍ୟନ୍ତ ଚପଲ ମାଆଡ଼ ମାରିଲେ । ଭାଇରାଲ ହେଉଛି ପ୍ରଫେସର ଙ୍କ ମାଆଡ଼ଖିଆ ଭିଡିଓ । ତେବେ ପୁଣିଥରେ ଚର୍ଚ୍ଚା ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ଘରୋଇ କଳି ବିଶ୍ୱବିଦ୍ୟାଳୟ ରେ ନେଲା ବିସ୍ଫୋରକ ରୂପ । ଇଂରାଜୀ ବିଭାଗ ର ଆସୋସିଏଟ ପ୍ରଫେସର ଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଚପଲ ରେ ସେକିଲେ ପତ୍ନୀ ।
ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିଆ ଓ ତାଙ୍କ ପତ୍ନୀ ଙ୍କ କଳି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଛି । ଶନିବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟ ରେ ଇଂରାଜୀ ବିଭାଗ ର ଅଧ୍ୟାପକ ତିରିଆ ନିଜର ଚାମ୍ବର ରେ ବସିଥିବା ବେଳେ ହଠାତ ତାଙ୍କ ପତ୍ନୀ ଆସି ପାଟିତୁଣ୍ଡ କରିବା ସହିତ ରୁମ ରେ ପଶି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ ।
ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ପାଟିତୁଣ୍ଡ ସହିତ ପ୍ରଫେସର ଙ୍କୁ ମାଆଡ଼ ମାରି ଚାଲିଥିଲେ ତାଙ୍କ ପତ୍ନୀ । ପାଟିତୁଣ୍ଡ ଶୁଣି କିଛି ଅଧ୍ୟାପକ କବାଟ ବାଡ଼ାଇ ଥିଲେ । କିନ୍ତୁ ମାଆଡ଼ ମାରିବାରେ ବ୍ୟସ୍ତ ପତ୍ନୀ କବାଟ ଖୋଲି ନଥିଲେ । ପରେ ଝରକା ପଟୁ ଦେଖିଲା ବେଳକୁ ଭିତରେ ଚାଲିଥିଲା ହାଇଡ୍ରାମା । କିଛି ସମୟ ପରେ ଉକ୍ତ କୋଠରୀ ର କବାଟ ଖୋଲା ଯାଇଥିଲା ।
ଏହା ପରେ ଉଭୟ ଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଏଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ସେପଟେ ଏଭଳି ମହାଭାରତ ର କାରଣ କଣ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଥାନା ରେ କୌଣସି ଅଭିଯୋଗ କରି ନାହାନ୍ତି ।
ଅନ୍ୟ ପକ୍ଷରେ ପୂର୍ବରୁ ମଧ୍ୟ ଏହି ବିଭାଗ ର ଆଉ ଜଣେ ଆସୋସିଏଟ ପ୍ରଫେସର ଟି. ଈଶ୍ୱର ରାଓ ବିଭାଗ ର ଜଣେ ଛାତ୍ରୀ ଙ୍କୁ ପ୍ରେମ ନିବେଦନ କରିବା ଅଡିଓ ଭାଇରାଲ ହୋଇଥିଲା । ଏବେ ଉକ୍ତ ମାମଲା ବିଶ୍ୱବିଦ୍ୟାଳୟ ରେ ବିଚରାଧୀନ ରହିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।