ବନ୍ଧୁଗଣ ଆପଣ ମାନେ ବାଲେଶ୍ଵର ଜିଲ୍ଲା ର ସୁଭଦ୍ରାଙ୍କ କାହାଣୀ ତ ନିଶ୍ଚିତ ଭାବରେ ଜାଣିଥିବେ । ସୁଭଦ୍ରା କୁ ପିଲାବେଳୁ ତାଙ୍କ ବାପା ଆଣିଥିଲେ ଏବଂ ଲାଳନ ପାଳନ କରିଥିଲେ । କିନ୍ତୁ ରୋଗଗ୍ରସ୍ତ ହୋଇ ଅଧାରେ ବାପା ତାଙ୍କୁ ଛାଡ଼ି ଚାଲିଗଲେ । ଅଛୁଆଁ ଛୁଆଁ ଭିତ୍ତି ରେ ତାଙ୍କ ପାଖକୁ କେହି ଆସୁ ନାହାନ୍ତି । ଏହାକୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି କିଛି ଚିଠି ଲେଖିଥିଲେ । ସୁଭଦ୍ରା ବର୍ତ୍ତମାନ ନବମ ଶ୍ରେଣୀ ରେ ପାଠ ପଢୁଛନ୍ତି ।
ପାଠ ପଢ଼ା ସହିତ ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ତାଙ୍କ ସାହା ହେଉଛି କେବଳ ତାଙ୍କର ବିଧବା ମାଆ । ସୁଭଦ୍ରା କାହାଠାରୁ ସାହାଯ୍ୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କୁ ଏଭଳି ଚିଠି ଲେଖିଥିଲେ । ତେବେ ଏହି ଖବର ମିଳିବା ପରେ ଅନେକ ସ୍ୱଚ୍ଛସେବୀ ସଙ୍ଗଠନ ଏବଂ ପ୍ରଶାସନ ଗୁଡ଼ିକ ତରଫରୁ ତାଙ୍କୁ ସାହାଯ୍ୟ ମଧ୍ୟ ମିଳି ସାରିଛି । ବର୍ତ୍ତମାନ ସୁଭଦ୍ରା ହେଉଛନ୍ତି ଓଡ଼ିଶା ର ଜଣେ ଚର୍ଚ୍ଚିତ ଚେହେରା ।
ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ଝିଅ ଆମର ନୂଆ ବୋହୁ’ ରେ ଉମା ନାମକ ଚରିତ୍ର ରେ ଅଭିନୟ କରୁଥିବା ଅଭିନେତ୍ରୀ ସୋନାକ୍ଷୀ ସାହୁ ସୁଭଦ୍ରାଙ୍କ ପାଖକୁ ଆସିଛନ୍ତି ଏବଂ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ତେବେ ଏହି ସମ୍ବନ୍ଧରେ ସେ କଣ କହିଛନ୍ତି ଆସନ୍ତୁ ବିସ୍ତାର ରୂପରେ ଜାଣିବା ।
ତେବେ ଅଭିନେତ୍ରୀ ସୋନାକ୍ଷୀ ସାହୁ କହିଛନ୍ତି ଯେ, ଯଦି ସେ ଆଜି ସୁଭଦ୍ରା ଙ୍କ ପାଖରେ ପହଂଚି ପାରିଛନ୍ତି ତେବେ ତାହା କେବଳ ଓଡିଶା ଭାସ୍କର ନ୍ୟୁଜ ଚ୍ୟାନେଲ ପାଇଁ । ସୁଭଦ୍ରାଙ୍କ କାହାଣୀ ଯେତେବେଳେ ସେ ଶୁଣିଥିଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥିଲା । କାରଣ ତାଙ୍କର ଗୋଟିଏ ଦେଢ଼ ବର୍ଷ ର ଭଉଣୀ ଥିଲା । କିନ୍ତୁ ତାଙ୍କର ପରଲୋକ ହୋଇ ଯାଇଛି ।
ଏହା ସହିତ ସେ କହିଛନ୍ତି ଯେ, ସେ କୌଣସି ପ୍ରକାର ଆର୍ଥିକ ସହାୟତା କରିବା ନିମନ୍ତେ ସୁଭଦ୍ରାଙ୍କ ପାଖକୁ ଆସି ନାହାନ୍ତି ବରଂ ତାଙ୍କର ଆସିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସେ ଯଦିଓ ବେଶୀ କିଛି ଆର୍ଥିକ ସହାୟତା ସୁଭଦ୍ରା ଙ୍କୁ ଦେଇ ପାରିବେ ନାହିଁ । କିନ୍ତୁ ତାଙ୍କୁ ନିଜର ପରିଚୟ ଏବଂ ପରିବାର ର ସଦସ୍ୟ ରୂପରେ ଗ୍ରହଣ କରିବାକୁ ଚାହୁଁଛନ୍ତି ।
ସେ ସୁଭଦ୍ରା ଓ ତାଙ୍କ ମାଆ ଙ୍କୁ ନିଜ ସାଙ୍ଗ ରେ ନେବାକୁ ଚାହୁଁଛନ୍ତି ଏବଂ ସୁଭଦ୍ରାଙ୍କ ପାଠପଢ଼ା ରୁ ନେଇ ସମସ୍ତ ଖର୍ଚ୍ଚ ସେ ନିଜ ପରିବାର ସଦସ୍ୟ ଭଳି କରିବେ ବୋଲି ପ୍ରତିଶ୍ରୁତି ଦେଇ ପ୍ରଶାସନ ତରଫରୁ ଅନୁମତି ମାଗିଛନ୍ତି । ସଂକ୍ଷିପ୍ତ ରେ ଯଦି କହିବା ତେବେ ସୋନାକ୍ଷୀ ସୁଭଦ୍ରା ଙ୍କୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।