ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ଦୁଃଖ ବଖାଣିଲେ ନାବାଳିକା ଝିଅ ସୁଭଦ୍ରା, ‘ମତେ ବଞ୍ଚେଇ ଦିଅନ୍ତୁ ସାର, ମୁଁ ବଞ୍ଚିବାକୁ ଚାହେଁ॥ଆପଣ ଯଦି ନ ଚାହିଁବେ…’

“ମୁଖ୍ୟମନ୍ତ୍ରୀ ସାର୍ ଭୂମିଷ୍ଠ ପ୍ରଣାମ । ମୁଁ ସୁଭଦ୍ରା ପଣ୍ଡା । ମୁଁ ବଡ଼ ହେଲା ପରେ ଜାଣିଲି ମୋତେ ମୋ ବାପା ପାଳିଛନ୍ତି । ମୁଁ ଯେତେବେଳେ ୨୧ ଦିନ ର ହୋଇଥିଲି ସେତେବେଳେ ସେ ମୋତେ ଆଣି ପାଲିଥିଲେ । ମୋ ପ୍ରକୃତ ବାପା କିଏ ମୁଁ ଜାଣି ନାହିଁ । ଘର ଲୋକଙ୍କ ଠାରୁ ଜାଣିଲି ମୁଁ କୁଆଡେ ଅନ୍ୟ ଜାତି ର ଛୁଆ । ତେଣୁ ମୋ ବାପାଙ୍କ ବ୍ରାହ୍ମଣ କୁଟୁମ୍ବ ମାନେ ମୋତେ ତାଙ୍କ ଘରେ ପୁରାଇ ଦିଅନ୍ତି ନାହିଁ ।

ମୁଁ ଯେତେବେଳେ ଦ୍ଵିତୀୟ ଶ୍ରେଣୀ ରେ ପଢ଼ୁଥିଲି ସେତେବେଳେ ରୋଗରେ ପଡ଼ି ବାପା ମୋତେ ଛାଡ଼ି ଚାଲିଗଲେ । ମାଆ ଆଠ ବର୍ଷ ହେଲା ପାଗଳ ଭଳି ଜୀବନ ବିତାଉଛନ୍ତି ଓ ମୋତେ ମାରପିଟ ବି କରୁଛନ୍ତି । ଖାଇବାକୁ ବି ଏବେ ଭଲରେ ପାଉନୁ । ଏତେ ବଡ଼ ଦୁନିଆ ରେ ଏକୁଟିଆ କିଭଳି ବଞ୍ଚିବି । ବଞ୍ଚିବା ପାଇଁ ନିଜ ଗୋଡ଼ ରେ ନିଜେ ଛିଡ଼ା ହେବାକୁ ଚେଷ୍ଟା କରୁଛି । ପାଠ ପଢିବାକୁ ଚାହୁଁଛି ।

ତେଣୁ ଆପଣ ହିଁ ମୋ ସାହା ଭରସା । ରୋଗିଣା ମାଆ କୁ ନେଇ ଏକୁଟିଆ ଲଢ଼ି ପାରୁ ନାହିଁ । ମୋତେ ବଞ୍ଚାନ୍ତୁ । ମୁଁ ବଞ୍ଚିବାକୁ ଚାହେଁ । ” ତେବେ ବାପା ଚାଲିଯିବା ପରେ ଦୁଃଖ ଓ ଦାରିଦ୍ର୍ୟତା ରେ ବିତାଉଥିବା ଏହି ମାଆ ଝିଅ ଙ୍କ ଜୀବନ ଏବେ ସୁଧୁରିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଙ୍କୁ ସୁଭଦ୍ରା ଲେଖିଥିବା ଏହି ଚିଠି ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହୋଇଛି ।

ଏହି ଚିଠି ଦେଖିବା ପରେ ଅନେକ ସାମାଜିକ ଅନୁଷ୍ଠାନ ଏବଂ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି । ସାହାଯ୍ୟ ପାଇଁ ଘରକୁ ଆସିଛି ଗ୍ୟାସ ଚୁଲା । ପାଠପଢ଼ା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ସବୁ ପାଇଁ ମଧ୍ୟ ସ୍ଥାନୀୟ ନେତା ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ସୁଭଦ୍ରା ଲକ୍ଷ ରଖିଛନ୍ତି ପାଠ ପଢ଼ି ଜଣେ ଶିକ୍ଷକ ହେବେ ଏବଂ ସେ ଯେଉଁ ଭଳି ଅବହେଳିତ ହୋଇଛନ୍ତି ସେଭଳି ଶିଶୁ ଙ୍କୁ ଭବିଷ୍ୟତ ରେ ସେ ନିଶ୍ଚୟ ସାହାଯ୍ୟ ର ହାତ ବଢ଼ାଇବେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *