ମୁଁ ହତଭାଗିନୀ ଟିଏ, କାରଣ ମୋତେ ଜନ୍ମ କରିଥିବା ବାପାମା’ଙ୍କୁ ମୁଁ ଜାଣିନି । ଆଉ ମୁଁ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ମୋତେ ପାଳନ କରୁଥିବା ବାପା ମୋତେ ଛାଡି ଆରପାରିକୁ ଚାଲିଗଲେ । ବାପା ଚାଲିଯିବା ପରେ ମାଆ ମାନସିକ ରୋଗରେ ଆକ୍ରାନ୍ତ ହୋଇରହିଛି । ଆଉ ବଡ ହେବା ପରେ ଜାଣିଲି କି ବାପା ମୋତେ ଏକ ପଛୁଆ ଜାତିରୁ ଆଣି ପାଳିଛନ୍ତି । ପଛୁଆ ଜାତିର ବୋଲି ସାହିପଡିଶା କେହି ମୋତେ ଛୁଉଁନାହାନ୍ତି ।
ମୋତେ ଛୁଇଁଲେ ଅଶୁଭ ହେବ ବୋଲି ସେମାନେ ମୋ ଠାରୁ ଦୂରେଇ ରହୁଛନ୍ତି । ବାପା ଚାଲିଯିବା ପରେ ମା ପାଉଥିବା ୫୦୦ ଟଙ୍କାର ଭତ୍ତାରେ ଓଳିଏ କହିଲେ ଓଳିଏ ଉପବାସରେ ରହିବାକୁ ପଡୁଛି । ବାପା ଥିଲା ବେଳେ ଯେଉଁ ଘରଟିଏ କରିଥିଲେ ତାହା ବି ଭାଙ୍ଗିବାକୁ ବସିଲାଣି । ବର୍ଷା ହେଲେ ଘରେ ପାଣି ପଶିଯାଉଛି ଆଉ ମରାମତି କରିବାକୁ ପଇସା ନାହିଁ । ତଥାପି ମୋର ସ୍ଵପ୍ନ ଅଛି, ମୁଁ ପାଠ ପଢି ରୋଜଗାର କରିବି ଏବଂ ମୋ ମାଆକୁ ଭଲ କରିବି । ହେଲେ ଏବେ ଅର୍ଥ ସବୁଥିରେ ବାଧା ସାଜିଛି ।
ଏମିତି ଏକ କୋହଭରା ଦୁଃଖ କାହାଣୀ ଆପଣ ହୁଏତ କେବେ ଶୁଣି ନଥିବେ । ସିନେମା କାହାଣୀ ଭଳି ଲାଗୁଥିବା ଏହି କାହାଣୀ ହେଉଛି ସୁଭଦ୍ରାଙ୍କର । ସେ ନିଜ କଥା ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଛନ୍ତି । ଯାହା ପଢିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ । ଇଏ ହେଉଛନ୍ତି ବାଲେଶ୍ଵର ଜିଲ୍ଲାର ସୁଭଦ୍ରା ପଣ୍ଡା । ସୁଭଦ୍ରା ୧୦ମ ଶ୍ରେଣୀରେ ପାଠ ପଢିବା ସହ ଘରର ସବୁ କାମ ମଧ୍ୟ କରୁଛନ୍ତି ।
ସାହା ଭରସା ବିଧବା ସେହି ମା’ଟିଏ ଯିଏକି ଜଣେ ମାନସିକ ରୋଗୀ । ତେଣୁ କାହା ଠାରୁ ସାହାଯ୍ୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିଛନ୍ତି ସୁଭଦ୍ରା । ସୁଭଦ୍ରା ଚାହାନ୍ତି କି ତାଙ୍କୁ ସରକାର ଘରଟିଏ ପାଇଁ । ମା’ର ଚିକିତ୍ସା ଓ ତାଙ୍କ ପାଠପଢା ପାଇଁ ସାହାଯ୍ୟ କରନ୍ତୁ ବୋଲି । ସେଥିପାଇଁ ସେ ନିଜ ଚିଠିରେ ଗୋଟି ଗୋଟି କରି ସବୁ ଦୁଃଖ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି । ସୁଭଦ୍ରା ନିଜ ସ୍ଵପ୍ନ କଥା ବି ତାଙ୍କୁ ଜଣାଇଛନ୍ତି ।
ସେ ରହି ଚିଠିରେ ବହୁତ କିଛି ଲେଖିଛନ୍ତି ଯାହା କିଏ ବି ଶୁଣିଲେ ଆଖିରେ ଲୁହ ଆସିଯିବ । ତେବେ ଆମେ ଆଶା କରୁଛୁ ଏହି ବାର୍ତ୍ତା ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ଓ ସୁଭଦ୍ରା ତାଙ୍କ ସ୍ଵପ୍ନ ପୂରଣ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।