ହଠାତ ମାଡ଼ି ଆସିଲା ପାଣି, ଭାଙ୍ଗି ଦେଲା ବନ୍ଧ…ବୁଡିଗଲା ଗାଁ…ଦେଖନ୍ତୁ Video

ବନ୍ଧୁଗଣ ଏବେ ଚାରି ଆଡେ କେବଳ ବନ୍ୟାର ଭୟ ଆଉ ଚାରି ଆଡେ ପାଣି । ଅଧା ଓଡିଶା ଏବେ ପାଣିରେ ବୁଡି ରହିଛି । ଏବେ ହନ୍ତସନ୍ତ ହେଉଛି ଜନ ଜୀବନ । ହଠାତ ମାଡି ଆସୁଛି ପାଣି ଆଉ ଭାଙ୍ଗି ଦେଉଛି ବନ୍ଧ ବାଡ । ବନ୍ୟାର ସୁଅ ଭସେଇ ନେଉଛି ବିରାଟ ବିରାଟ ଗଛ । ଫସି ରହିଛନ୍ତି ଶହ ଶହ ଲୋକ । ଲଗାଣ ବର୍ଷା କାରଣରୁ ହୋଇଛି ବନ୍ୟା ବିପାତ୍ତ । ହୀରାକୁଦର ଜଳ ଭଣ୍ଡାର ଗେଟ ଖୋଲିବା ପରେ ଏବେ ଜଳ ମଗ୍ନ ଅଧା ଓଡିଶା ।

ସୃଷ୍ଟି ହୋଇଛି ଭୀଷଣ ଜଳ ସ୍ରୋତ ରାସ୍ତାରେ ସୃଷ୍ଟି ହୋଇଛି ବିରାଟ ବିରାଟ ନଦୀ । ଏହାରି ମଧ୍ୟରେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓଟି ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ଏକ ନଦୀ ବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ପ୍ରବେଶ କରୁଛି  । ବଢି ପାଣି ହେତୁ ଜଳ ବନ୍ଦୀ ହୋଇ ରହିଛି ଅଧା ଓଡିଶା । ପୁରୀରେ ମଧ୍ୟ ବିଶାଳ ବନ୍ୟା ପ୍ରକୋପ ଦେଖିବାକୁ ମିଳିଛି । ପିପିଲି, ଦେଲାଙ୍ଗ ଓ କଣାସ ବ୍ଲକର ଅନେକ ଗାଁ ଜଳ ବନ୍ଦୀ ଅବସ୍ଥାରେ ରହିଛି । କଣାସର ମକରା ଓ ରାଜୁଆ ନଦୀର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି ।

ମନ୍ଦାର ବସ୍ତ, ଢୋଲ ପାଟଣା, କଣ୍ଟା ବଣିଆ, ବାହା ବଜାର, ଝାରକଟା, ଡିଅ ପୁର ଓ ଶରଧା ପୁର ଗାଁରେ ବନ୍ୟା ପାଣି ମାଡି ଯାଇଛି । ଅନେକ ଲୋକ ଗାଁ ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି । ସେପଟେ କଟକ ମୁଣ୍ଡଳି ଠାରେ ମହାନଦୀରେ 12 ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ କରୁଥିବାରୁ  ଆଗାମୀ ଦୁଇ ରୁ ତିନି ଦିନ ବେସ ଗୁରୁତ୍ଵପୂର୍ଣ୍ଣ ରହିବ ।

ଏହାରି ମଧ୍ୟରେ କେଲ ନଦୀରେ ପାଣି କମିବା ଓ ବର୍ଷା ପରିମାଣ କମି ଥିବାରୁ ହୀରାକୁଦ ଡ୍ୟାମର ମୋଟ 40ଟି ଗେଟ ଖୋଲା ଯାଇଥିଲା । ଆଉ ସେପଟେ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବନ୍ୟାରେ ଯେମିତି ଗୋଟେ ବି ଜୀବନହାନୀ ନ ହୁଏ ସେଥିପାଇଁ ସେ ଗୁରୁତ୍ଵ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *