ସୁ-ସୁ ଗର୍ଜନ କରୁଛି ହୀରାକୁଦ ! ଦେଖନ୍ତୁ Hirakud ର ଭୟଙ୍କର ରୂପ…ଦେଖନ୍ତୁ Video

ବନ୍ଧୁଗଣ ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।

ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣିରେ ବରଗଡ ଜିଲ୍ଲାର ଅନେକ ଗାଁରେ ପାଣି ପଶିଥିବା ବେଳେ ତଳ ମୁଣ୍ଡରେ ସମ୍ବଲପୁର, ସୁବର୍ଣ୍ଣ ପୁର, ବୌଦ୍ଧ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, ଜଗତ ସିଂହ ପୁର, କେନ୍ଦ୍ରାପଡା  ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି ।

ତେବେ ହୀରାକୁଦ ମାଟି ବନ୍ଧକୁ 74 ବର୍ଷ ପୁରିଲାଣି ଏହା ସତ୍ବେ ତଳିଆ ଅଞ୍ଚଳକୁ ବଢିରୁ ବଞ୍ଚେଇବାକୁ ଯାଇ ଅନେକ ସମୟରେ ଡ୍ୟାମରେ ଅଧିକ ଜଳ ରଖିବାକୁ ପଡୁଛି । ଯେମିତି ଏଥର 627 ଫୁଟ ଜଳ ରଖିବାକୁ ପଡୁଛି ଯାହାକି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ବି ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓଟି ଦେଖିଲେ ଆପଣ ମାନଙ୍କ ଛାତି ଥରି ଉଠିବ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ 40ଟି ଗେଟ ଖୋଲିବା ପରେ ହରାକୁଦ ବନ୍ଧର ଗର୍ଜନ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ ପାଖରେ ଥିବା ଏହି ଗର୍ଜନ ଶୁଣିଲେ ଆପଣ ମାନେ ଭୟବିତ ହୋଇଯିବେ ।

ତେବେ ବର୍ତ୍ତମାନ ବନ୍ୟା ପାଣି ଦେଖିବା ପାଇଁ ମୁଣ୍ଡୁଳି ବ୍ରିଜ ଓ ଯୋବ୍ରା ବ୍ରିଜରେ ଲୋକ ମାନଙ୍କ ଭିଡ ଜମିଛି । ଅନେକ ଲୋକ ବ୍ରିଜରେ ଛିଡା ହୋଇ ସେଲଫି ନେଉଛନ୍ତି ଆଉ ବନ୍ୟା ପାଣିକୁ ଦେଖି ମଜା ନେଉଛନ୍ତି । ସହରୀ ଲୋକଙ୍କ ପାଇଁ ଏହା ମଜା ହୋଇଥିବା ବେଳେ କିଛି ଗାଁ ଲୋକଙ୍କ ପାଇଁ ଏହା ସଜା ହୋଇଛି । ଅନେକ ଗାଁ ଏହି ବନ୍ୟା ପାଣିରେ ବୁଡି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *