‘ଭୁବନେଶ୍ୱରକୁ ଦୟାକର ! କହିବାକୁ ଲାଜ ଲାଗୁଛି ଆମେ ସ୍ମାର୍ଟସିଟିରେ ରହୁଛୁ… ୟା ଠୁ ଭଲ ଆମେ ଗାଁ ରେ….’ ଦେଖନ୍ତୁ Video

ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତାରେ ଲହଡି ମାରୁଛି ବନ୍ୟା ପାଣି । ରାଜଧାନୀ ଭୁବନେଶ୍ବରରେ ହନ୍ତସନ୍ତ ହେଉଛନ୍ତି ଲୋକେ । ବିନା କରେଣ୍ଟ ଆଉ ଘର ଭର୍ତ୍ତି ପାଣି ସାଙ୍ଗକୁ ସାପ ଓ ଜନ୍ତୁ ଭୟ । କାହାକୁ ଗୁହାରି କରିବେ ରାଜଧାନୀ ବାସୀ । ଗାଁ ନୁହେଁ ଏବେ ସହର ଭିତରେ ବନ୍ୟା ପାଣି ପଶିଛି ଏବଂ ଏହି ବନ୍ୟା ପାଇଁ ଲୋକଙ୍କୁ ଦହମଞ୍ଜ କଲାଣି । ଶେଷରେ ହୀନସ୍ତା ହୋଇ ଲୋକ ମାନେ ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ଆସୁଛନ୍ତି ।

ହାତରେ ଆସୁଆ ପତ୍ର ଓ ଦୈନଦିନ ବ୍ୟବହାର ପାଇଁ କିଛି ଜିନିଷ ନେଇ ଲୋକ ମାନେ ଆସୁଥିବାର ନଜର ଆସୁଛନ୍ତି । ଏହାର ପଛ ପଟ ଦୃଶ୍ୟରେ ଅଗ୍ନିସମ ବିଭାଗର ଏକ ଟିମ ଏକ ବୋଟ ମାଧ୍ୟମରେ କିଛି ଲୋକ ମାନଙ୍କୁ ଉଦ୍ଧାର କରୁଛି । ସହରର ଏଭଳି ଚିତ୍ର ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଅସୁବିଧା ମଧ୍ୟ ସାମ୍ନାକୁ ଆସୁଛି । ତେବେ ଜଣେ ମହିଳା ଏନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ମହିଳା ଜଣକ କହିଛନ୍ତି-‘ଆମେ ଏବେ ନୂଆ ଆସିଛୁ ଏଇଟା ପ୍ରଥମ ଆଗରୁ ତ ପାଣି ହେଉଥିଲା । ଲାଇନ ନାହିଁ କିଛି ନାହିଁ ଛୋଟ ଛୁଆ କାନ୍ଦୁ ଛନ୍ତି ଆମେ ପଳେଇବୁ । ଲାଜ୍ଜ ଲାଗୁଛି କହିବାକୁ ଲାଜ ଲାଗୁଛି ଆମେ ସ୍ମାର୍ଟସିଟିରେ ରହୁଛୁ .. ୟା ଠୁ ଭଲ ଆମେ ଗାଁ ରେ ରହିଥାନ୍ତୁ’  । ଆପଣ ଦେଖୁଛନ୍ତି ସ୍ମାର୍ଟ ସିଟି ବା ରାଜଧାନୀ ଭୁବନେଶ୍ଵରର ଦୃଶ୍ୟ ଯେଉଁଠି ରୁହନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ସେଇ ରାଜଧାନୀରେ ଏବେ ଲହଡା ମାରୁଛି ବନ୍ୟାଜଳ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଦୟା ନଦୀର ପଛୁଆ ପାଣି ପଶିବା ହେତୁ ଭୁବନେଶ୍ବର ଉପକଣ୍ଠ ସୁନ୍ଦର ପଦା ଅଞ୍ଚଳରେ ଲୋକମାନେ କି ହୀନସ୍ତା ହେଉଛନ୍ତି ତାହା ଆପଣ ଏ ଦୃଶ୍ୟ ଦେଖି ସହଜରେ ଅନୁମାନ କରିପାରିବେ । କେଉଁଠି ଛୋଟ ଛୁଆକୁ ଧରି ବାପା ଚାଲି ଯାଉଛି ତ ଆଉ କେଉଁଠି ନିଜ ଜିନିଷ ପତ୍ର ଧରି ଗାଁକୁ ବାହାରିଛନ୍ତି ପୁରା ପରିବାର ।

ସେହି ପରି ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁ ଦାଣ୍ଡରେ ଦୁଇ ରୁ ତିନି ଫୁଟ ପାଣି ଏହା ଫଳରେ ଲୋକ ମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇ ପଡିଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *