ସମ୍ଭାଳି ପାରୁନି Hirakud ? କରୁଛି ଗର୍ଜନ…ଦେଖନ୍ତୁ Video

ବନ୍ଧୁଗଣ ମହାନଦୀ ରେ ବଡ଼ ବନ୍ୟା । ତେବେ କଣ ହୋଇପାରେ ଏହା ପଛର କାରଣ?ଛତିଶଗଡ଼ ର ଏକାଧିକ ବ୍ୟାରେଜ ନିର୍ମାଣ ନା ହୀରାକୁଦ ଡ୍ୟାମ ପଙ୍ଗରେ ପୋତି ହୋଇପଡି ଥିବାରୁ ସୃଷ୍ଟି ହୋଇଛି ସମସ୍ୟା । ଛତିଶଗଡ଼ ଏବଂ ଓଡ଼ିଶା ରେ ପ୍ରବଳ ବର୍ଷା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ହୀରାକୁଦ ଜଳ ଭଣ୍ଡାର ପଛୁଆ ପାଣି ରେ ବରଗଡ଼ ଜିଲ୍ଲା ର ଅନେକ ଗାଁ ରେ ପାଣି ପଶିଥିବା ବେଳେ ତଳ ମୁଣ୍ଡ ରେ

ସମ୍ବଲପୁର, ସୁବର୍ଣ୍ଣପୁର, ବୋୖଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲା ର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର କିମ୍ବା ଜଳ ସମ୍ପଦ ବିଭାଗ ନିକଟରେ କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ ।

୧୯୬୨ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ହୀରାକୁଦ ଡ୍ୟାମ ପରେ ତଳ ମୁଣ୍ଡ ରେ ବନ୍ୟା ନିୟନ୍ତ୍ରଣ ଲାଗି କୌଣସି ବ୍ୟବସ୍ଥା ନଥିବାରୁ ଜଳମଗ୍ନ ହେଉଛି କି ତଳି ଅଂଚଳ? ଡ୍ୟାମ ତଳ ମୁଣ୍ଡ ରେ ୭ଟି ବ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ ।

ଫଳରେ ମହାନଦୀ ଉପର ମୁଣ୍ଡ ରେ ବର୍ଷା ହେଲେ ପ୍ରତି ଥର ତଳ ମୁଣ୍ଡ ରେ ଥିବା ଜିଲ୍ଲା ବାସୀ ଙ୍କୁ ବନ୍ୟା ର କଷ୍ଟ ଭୋଗିବାକୁ ପଡୁଛି । ହୀରାକୁଦ ମାଟିବନ୍ଧ କୁ ୬୪ ବର୍ଷ ପୁରି ସାରିଲାଣି । ଏହା ସତ୍ତ୍ୱେ ତଳି ଅଞ୍ଚଳ କୁ ବନ୍ୟା ରୁ ବଞ୍ଚାଇବାକୁ ଯାଇ ଅନେକ ସମୟ ରେ ଜଳ ଭଣ୍ଡାର ରେ ଅଧିକ ଜଳ ରଖିବାକୁ ପଡ଼ୁଛି । ଯେମିତିକି ଏଥର ୬୨୭ ଫୁଟ ଜଳ ରଖିବାକୁ ପଡ଼ିଛି । ଯାହାକି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବା ର ଆଶଙ୍କା ବି ରହିଛି ।

ତେଣୁ ବର୍ଷା ଦିନରେ ବନ୍ୟା ଜଳର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଡ୍ୟାମ ର ଉପର ମୁଣ୍ଡ ରେ ଗେଷ୍ଟ ଷ୍ଟେସନ ପ୍ରତିଷ୍ଠା ଆବଶ୍ୟକତା ଥିବାର କୁହାଯାଉଛି । ରୁଲ କର୍ଭ ରେ ସଂଶୋଧନ ହୋଇ ନଥିବାରୁ ଦ୍ଵନ୍ଦତ୍ମକ ସ୍ଥିତି ସୃଷ୍ଟି ହୋଇଛି । ଫଳରେ ବନ୍ୟା ପରିଚାଳନା ରେ ଅସୁବିଧା ହେଉ ଥିବାର ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ, କିଭଳି ଦକ୍ଷତା ର ସହିତ କରାଯାଇ ପାରିବ ବନ୍ୟା ନିୟନ୍ତ୍ରଣ?ସରକାର ଏହି ଦିଗ ରେ ଠୋସ ପଦକ୍ଷେପ ନେବାର ସମୟ ଆସିଛି ।

Leave a Reply

Your email address will not be published. Required fields are marked *