ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ Jyoti Mishra ଙ୍କ ଜୀବନ କାହାଣୀ, ଜାଣନ୍ତୁ କିଛି ଅଜଣା କଥା (Biography)

ବନ୍ଧୁଗଣ ଆପଣ ମାନେ ନବେ ଦଶକ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଅନେକ ଓଡ଼ିଆ ଫିଲ୍ମ ଓ ଆଲବମ୍ ରେ ଅଭିନୟ କରିଛନ୍ତି । ଆପଣ ମାନେ ମଧ୍ୟ ତାଙ୍କୁ ଅନେକ ଫିଲ୍ମ ରେ ଦେଖିଥିବେ । ବର୍ତ୍ତମାନ ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି । ତେବେ ଅଭିନେତ୍ରୀ ଜ୍ୟୋତି ମିଶ୍ର ବର୍ତ୍ତମାନ କିପରି ଅଛନ୍ତି ଏବଂ କଣ କରୁଛନ୍ତି ଆପଣ ମାନେ ଜାଣିଛନ୍ତି କି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ର ନବେ ଦଶକ ରେ ଅନେକ ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ ଅଭିନେତ୍ରୀ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ । ଅନେକ ଓଡ଼ିଆ ଫିଲ୍ମ ଓ ଆଲବମ ରେ ଅଭିନୟ କରିଛନ୍ତି ଜ୍ୟୋତି ମିଶ୍ର ।

ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୨ ଫେବୃଆରୀ ୧୯୭୮ ମସିହାରେ ହୋଇଥିଲା । ବର୍ତ୍ତମାନ ଜ୍ୟୋତି ମିଶ୍ର ୪୩ ବର୍ଷ ବୟସ ର ହୋଇ ଯାଇଛନ୍ତି ଏବଂ ସେ ଭୁବନେଶ୍ୱର ରେ ରହୁଛନ୍ତି । ବିବାହ ପରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଦୂରେଇ ଯାଇଥିଲେ । ଏହି ଅଭିନେତ୍ରୀ ଙ୍କ ପରିବାର ସମ୍ବନ୍ଧରେ ଯଦି କହିବା ତେବେ ସେ ନିଜ ସ୍ୱାମୀ ଓ ପୁଅ ଙ୍କ ସହିତ ରୁହନ୍ତି ।

ଏହି ଅଭିନେତ୍ରୀ ବକ୍ସି ଜଗବନ୍ଧୁ କଲେଜ ରେ ନିଜ ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ । ୧୯୯୮ ମସିହାରେ ଫିଲ୍ମ ‘ସୌଭାଗ୍ୟବତୀ’ ରୁ ସେ ନିଜ ଫିଲ୍ମୀ କ୍ୟାରିଅର ର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମ ଓ ଆଲବମ୍ ରେ ନଜର ଆସିଥିଲେ । ଜ୍ୟୋତି ମିଶ୍ର ଙ୍କ ଦ୍ଵାରା ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ, ‘ତୋ ଆଖି ମୋ ଆଇନା’, ‘ତୁ ଏକା ଆମ ସାହା ଭରସା’, ‘ମନ ରହିଗଲା ତୁମରି ଠାରେ’, ‘ସିନ୍ଦୁର ନୁହେଁ ଖେଳ ଘର’ ଆଦି ଅନ୍ୟତମ ।

ଏହା ବ୍ୟତୀତ ୨୦୦୭ ମସିହାରେ ‘ଜୟ ଜଗନ୍ନାଥ’ ଫିଲ୍ମ ରେ ଅଭିନୟ କରି ଜ୍ୟୋତି ମିଶ୍ର ଦର୍ଶକ ଙ୍କ ହୃଦୟ କୁ କିଣିବାରେ ସଫଳ ହୋଇଥିଲେ । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ପ୍ରାୟ ୧୫ ରୁ ଉର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର । ବଙ୍ଗାଳୀ, ତେଲୁଗୁ ଓ ଛତିଶଗଡି ଫିଲ୍ମ ରେ ମଧ୍ୟ ଏହି ଅଭିନେତ୍ରୀ ଙ୍କୁ ଦେଖିବାକୁ ମିଳିଛି ।

ଜ୍ୟୋତି ମିଶ୍ର ଙ୍କ ପୁଅ କୁ ବର୍ତ୍ତମାନ ୧୫ ବର୍ଷ ବୟସ ହୋଇ ସାରିଛି । ବର୍ତ୍ତମାନ ଜ୍ୟୋତି ମିଶ୍ର ନିଜର ସଂସାର ସମ୍ଭାଳୁଛନ୍ତି । ଯେଉଁ କାରଣରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୁରରେ ଅଛନ୍ତି । ଅଭିନେତ୍ରୀ ଜ୍ୟୋତି ମିଶ୍ର ନିଜ ପରିବାର ସହିତ ଖୁସି ରେ ଅଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଜ୍ୟୋତି ମିଶ୍ର କିପରି ଲାଗନ୍ତି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *