‘ଛୋଟ ପିଲା ଏଠି ବୁଡି ଯାଉଥିଲେ..ମୁଁ ତାଙ୍କୁ ଉଦ୍ଧାର କଲି କିନ୍ତୁ ବଡ ଲୋକ ମାନେ ଉଦ୍ଧାର ନକରି ମୋ ଉପରେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ନୟାପଲ୍ଲି ସ୍ଥିତ ଇସ୍କନ ମନ୍ଦିର ବାହାରେ ଜମା ହୋଇ ଯାଇଥିଲା ବର୍ଷା ପାଣି । ରାସ୍ତା ଉପରେ ଲହଡି ଭାଂଗୁଥିଲା ୨ରୁ ୩ଫୁଟ ଉଚ୍ଚର ପାଣି । ପାଣି ଜମି ରହିବାରୁ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ବମିଖାଲ ରାସ୍ତାରେ ପାଣି ଏତେ ଜମିଥିଲା ରାସ୍ତା ପାଲଟି ଯାଇଥିଲା ନଇ । କିଛି ବି ଦେଖା ଯାଉନଥିଲା । କେଉଁଠି ଖାଲ ଅଛି କେଉଁଠି କଣ ଅଛି ତାହା ଜାଣିବା ମୁସ୍କିଲ ହେଉଥିଲା ।

ଲଗାତର ବର୍ଷାରେ ବୁଡି ଯାଇଥିଲା ବଡଦାଣ୍ଡ । ବଡଦାଣ୍ଡରେ ଚାଲିଥିଲା ଆଂଠୁଏ ଉଚ୍ଚର ପାଣି । ରାସ୍ତା ଉପରେ ଏତେ ପାଣି ଚାଲିବା ଯୋଗୁଁ ହିନସ୍ତା ହୋଇଥିଲେ ଲୋକେ । ତେବେ ଅଲାରନାଥ ମନ୍ଦିରର ବେଢାରେ ଜମି ରହିଥିଲା ବର୍ଷା ପାଣି । ନିମାପଡ଼ା ଶାଖା କେନାଲର ଗିରିଙ୍ଗି ହରିଜନ ସାହି ମଙ୍ଗଳା ମନ୍ଦିର ନିକଟରେ ୧୫ ଫୁଟର ଘାଇ ସୃଷ୍ଟି ହୋଇ ଗାଁରେ ପାଣି ପଶିଯାଇଥିଲା ।

ତଳ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତାରଲାକୋଟା ପୋଲ ଉପରେ ପାରି ପ୍ରବାହିତ ହେଉଛି । କାଲିଠାରୁ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଚିନ୍ତା ବଢ଼ି ଯାଇଛି । ତେବେ ଲଗାଣ ବର୍ଷା ଲାଗି ରହିଥିଲାବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢ଼ାଇ ଦେଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ୬ରୁ ୧୦ତାରିଖ ଯାଏଁ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ପାଣିପାଗ ବିଭାଗ ପକ୍ଷରୁ ୬ ରୁ ୭ ତାରିଖ ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୭ ରୁ ୮ ତାରିଖରେ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୮ରୁ ୯ ତାରିଖରେ ୧୪ ଜିଲ୍ଳାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୯ରୁ ୧୦ ତାରିଖରେ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ସହ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ ।

ତେବେ ଇସ୍କନ ରାସ୍ତା ରେ ପାଣି ହୋଇଥିବାରୁ ସେହି ପାଖରେ ସ୍କୁଲ ପିଲାମାନେ ଛୋଟ ପିଲା ମାନେ ପଡି ଯାଉଛନ୍ତି ସେଥିପାଇଁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜଣେ ୧୩ ବର୍ଷ ର ପିଲା ଯାହାର ନାମ ସତ୍ୟ ସେ ଏକ ଗାଡି ର ଟାୟାର ନେଇ ସବୁ ପିଲାଙ୍କୁ ଉଦ୍ଧାର କରିବା ପାଇଁ ବାହାରି ଯାଇଛି । ତେବେ ତା କଥା କହିବା ହେଲା କି ଏଠି ପିଲାମାନେ ପଡିଗଲେ ବଡ଼ ଲୋକ ମାନେ ହସୁଛନ୍ତି ଉଦ୍ଧାର କରୁ ନାହାନ୍ତି ମୁଁ କହିଲେ ମୋତେ ଗାଳି କରୁଛନ୍ତି ତେବେ ମୋ ଘର ଲୋକମାନେ ମଧ୍ୟ ମନା କରିଛନ୍ତି ପାଟି କରୁଛନ୍ତି ।

ତେବେ କିନ୍ତୁ ମୁଁ ଘରେ ଲୁଚିକି ଆସି ଯାଉଛି ଏବଂ ଏହି ଟାୟାର ଦ୍ୱାରା ମୁଁ ପିଲା ମାନଂକୁ ଉଦ୍ଧାର କରୁଛି । ତେବେ ପ୍ରଶାସନ କୁ ମଧ୍ୟ କିଛି କହିବାକୁ ଚାହୁଁ ନାହିଁ । ତେବେ ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠ ଜଟଣୀ ନିକଟରେ ବୁଡ଼ିଯାଇଛି ‘ମୋ ବସ୍’ । ବସଟି ଜଟଣୀରୁ ବାହାରି ମାଷ୍ଟର କ୍ୟାଣ୍ଟିନକୁ ଆସିଥିବା ବେଳେ ଘଟିଥିଲା ଏହି ଅଘଟଣ ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ ।

ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବା ବେଳେ ଆଉ କିଛି ଲୋକଙ୍କୁ ଡ୍ରାଇଭର ଉଦ୍ଧାର କରିଛନ୍ତି । ପାଣିର ସ୍ତର କମିଲେ ହିଁ ବସଟି ଉଦ୍ଧାର ହୋଇପାରିବ ବୋଲି କୁହାଯାଉଛି । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *