ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ସ୍ଵତନ୍ତ୍ରତା ଦିବସ ପୂର୍ବରୁ ପୁରା ଦେଶକୁ ନିଜ ମନର କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିବା ପାଇଁ ଅପିଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ଅଗଷ୍ଟ ଦେଶ ବାସୀଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡେଇବା ପାଇଁ ଅପିଲ କରି ସାରିଛନ୍ତି ।
ବର୍ତ୍ତମାନ ଦେଶରେ ତ୍ରିରଙ୍ଗା ଅଭିଯାନକୁ ନେଇ ଚର୍ଚ୍ଚା ଜୋର ଧରିଛି ଆଉ ଏହି ସମୟରେ ଭାରତୀୟ ଯବାନ ମାନେ ପୁରା ଦେଶର ମନ ଜିତି ଛନ୍ତି । ଆପଣ ମାନେ ଆମ ତ୍ରିରଙ୍ଗାକୁ ପବନରେ ଉଡୁଥିବା ସମୟରେ ନିଶ୍ଚୟ ଦେଖିଥିବେ ହେଲେ ଇଣ୍ଡିଆନ କୋଷ୍ଟ ଗାର୍ଡ ମାନେ ସମୁଦ୍ର ଭିତରେ ତ୍ରିରଙ୍ଗା ଉଡାଇ ଛନ୍ତି । ଇଣ୍ଡିଆନ କୋଷ୍ଟ ଗାର୍ଡ ଅର୍ଥାତ ଭାରତୀୟ ତଟ ରକ୍ଷା ବଳ ଏକ ଅଣ୍ଡର ୱାଟର ଫ୍ଲାଗ ଡେମୋ କରିଛନ୍ତି ।
ଆଉ ଇଣ୍ଡିଆନ କୋଷ୍ଟ ଗାର୍ଡ ଏହାର ଭିଡିଓ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇଆରାଲ ହେବାରେ ଲାଗିଛି । ୨୩ ସେକେଣ୍ଡର ଏହି ଭିଡିଓଟି ଏବେ ପୁରା ଦେଶର ମନ ଜିତିଛି । ବନ୍ଧୁଗଣ ଦେଶରେ ସ୍ଵାଧୀନତାର ୭୫ ତମ ଦିବସ ପାଳନ ନିମନ୍ତେ ଦେଶ ବାସୀ ମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି ।
ଦେଶରେ ଥିବା ଅନେକ ବଜାରରେ ତ୍ରିରଙ୍ଗା ପତାକାର ଡିମାଣ୍ଡ ବଢିବାରେ ଲାଗିଛି । ଦେଶରେ ତ୍ରିରଙ୍ଗା ଉଡେଇବାର ନିୟମରେ ବି କିଛି ପରିବର୍ତ୍ତନ ହୋଇଛି । ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ । ଆଜି ପର୍ଯ୍ୟନ୍ତ କେବଳ ହାତରେ ତିଆରି ହୋଇଥିବା କପା ଓ ରେଶମୀ କପଡାରେ ହୋଇଥିବା ଧ୍ଵଜ ଉଡେଇବାର ନିର୍ଦ୍ଦେଶ ଥିଲା । ହେଲେ ବର୍ତ୍ତମାନ ମେସିନରେ ତିଆରି ହୋଇଥିବା କପା ଓ ରେଶମୀ କପଡାର ଧ୍ଵଜ ମଧ୍ୟ ଉଡେଇ ହେବ ।
ଏହା ସହ ଦେଶ ବାସୀ ମାନେ ପଲିଷ୍ଟରରେ ତିଆରି ହୋଇଥିବା ତ୍ରିରଙ୍ଗା ଉଡେଇ ପାରିବେ । ଦ୍ଵିତୀୟ ନିୟମଟି ହେଉଛି କୌଣସି ଘର ଓ ଅନୁଷ୍ଠାନ ଆଦିରେ ତ୍ରିରଙ୍ଗାକୁ କେବଳ ସୂର୍ଯ୍ୟ ଉଦୟରୁ ସୂର୍ଯ୍ୟ ଅସ୍ତ ମଧ୍ୟରେ ଉଡେଇବାରେ ଅନୁମତି ଥିଲା । ରାତି ସମୟରେ ରାଷ୍ଟ୍ରୀୟ ଧ୍ଵଜକୁ ଉଡେଇ ହୋଇପାରୁ ନଥିଲା । ହେଲେ ବର୍ତ୍ତମାନ ଦିନ ରାତି ଆପଣ ମାନେ ଧ୍ଵଜ ଉଡେଇ ପାରିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।