ରାସ୍ତା ମଝିରେ ସ୍ଵାମୀ-ସ୍ତ୍ରୀଙ୍କ ଭାଇ ଭୋଲଟେଜ ଡ୍ରାମା, ଦେଖିବା ଲୋକ କାବା, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବକ ଜଣକ ମି-ଡି-ଆ ସାମ୍ନାରେ ଅଭିଯୋଗ କରିଛନ୍ତି ଯେ ପ୍ରଥମ ସ୍ତ୍ରୀ କୁ ସେ ପ୍ରେମ ବିବାହ କରିଥିଲେ । ଏହା ପରେ ତାଙ୍କ ସ୍ତ୍ରୀ କୁ କଲିକତା ନେଇ ଯାଇଥିଲେ । ମାତ୍ର ସେଠାରେ ଯାଇ ମଧ୍ୟ ଝଗଡା କରିଲେ ଏବଂ ସେଠାକାର ଲୋକେ ଦେଖି କହିଲେ ଯେ ଏଭଳି ଭଲ ପିଲା ସହିତ ତୁମେ କାହିଁକି ଝଗଡା କରୁଛ ? ଏହା ପରେ ଯୁବକଙ୍କ ସ୍ତ୍ରୀ ମାସେ ୧୫ ଦିନ ପରେ କଲିକତାରୁ ରାଗି ଏକ ଏକା ଓଡିଶାକୁ ଚାଲି ଆସିଲେ । ସ୍ତ୍ରୀ ଜଣଙ୍କ ସେହି ସମୟରେ କହିଲେ ଯେ କଲିକତାରେ ତାଙ୍କ ସ୍ଵାମୀ ଧୂମ ନିଶା କରି ବାଡାନ୍ତି ।

ସ୍ତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମାଡ ମାରିବା ସହିତ ତାଙ୍କ ସ୍ଵାମୀ ବିବାହିତା ନାରୀ ମାନଙ୍କୁ ରାତି ଅଧରେ ଫୋନ କରନ୍ତି । ଏ ବାବଦରେ ସେ ତାଙ୍କ ଶଶୁର, ତଥା ପରିବାରର ସମସ୍ତଙ୍କୁ ଜଣାଇଥିଲେ । ମାତ୍ର ସ୍ଵାମୀଙ୍କ ବିରୁଦ୍ଧରେ କିଛି ପଦକ୍ଷପ ଗ୍ରହଣ କରାଯାଇନଥିଲା ବୋଲି କହିଛନ୍ତି ମହିଳା । ସ୍ଵାମୀ ରାଗି ଯାଇ କହୁଛନ୍ତି ଯେ ମିଡିଆ ସାମ୍ନାରେ କହୁଛି ଆହୁରି ବାଡେଇବି ମିଛ କଥା କହିଲେ, ଏହାପରେ ସ୍ତ୍ରୀ କୁହନ୍ତି ଯେ ବାଡାଅ ମୁଁ ଚାହୁଁଛି ଯେ ତୁମେ ମତେ ବାଡାଅ ।

ଏହାପରେ ସ୍ଵାମୀ କହିଲେ ଯେ ଏହିଭଳି ବାରମ୍ବାର ଅଶାନ୍ତି ହେବା କାରଣରୁ ମୁଁ ଡିଭୋର୍ସ ପାଇଁ ଆପ୍ଲାଏ କରିଲି । ମାତ୍ର ସେଠାରେ ତାଙ୍କ ସ୍ତ୍ରୀ ଆସିଲେ ନାହିଁ । ଏହାପରେ ମେଣ୍ଟେନାସର କେସ ମଧ୍ୟ କରିଛନ୍ତି ଯୁବକଙ୍କ ସ୍ତ୍ରୀ । ସ୍ଵାମୀ ଯେତେ ସ୍ତ୍ରୀ କୁ ବୁଝାଇଲେ ଯେ ମୁଁ ଘରର ଗୋଟିଏ ପୁଅ ତୁମ୍ଭେ ମୋ ସ୍ତ୍ରୀ ଏବଂ ମୁଁ ତୁମକୁ ଭଲପାଇ ବିବାହ କରିଛି, ତୁମ୍ଭେ ସବୁ ଆଡଜଷ୍ଟ କରିନିଅ ।

ତଥାପି ଯୁବକଙ୍କ ସ୍ତ୍ରୀ କିଛି ନ ଶୁଣି ବାରମ୍ବାର ଛୋଟ ଛୋଟ କଥାରେ ଥାନାକୁ ପଳାନ୍ତି , ଥାନା ବାଲା ମଧ୍ୟ ଏହି ବାବଦରେ ଭଲ ଭାବରେ ଅବଗତ ଅଛନ୍ତି ଯେ ମହିଳାଙ୍କ ସ୍ଵଭାବ କିଭଳି ? ଏଣୁ ସ୍ଵାମୀ ଜଣକ ନିଜ ବୃଦ୍ଧ ମାତା ପିତା ତଥା ନିଜେ ଶାନ୍ତିରେ ବାକି ଜୀବନ ବିତାଇବା ନିମନ୍ତେ ଦ୍ଵିତୀୟ ବିବାହ କରିଲେ ।

ଛାଡପତ୍ର ନ ନେଇ ଦ୍ଵିତୀୟ ବିବାହ କରିଛନ୍ତି ଏବଂ ଏହି ବାବଦକୁ ନେଇ ଆଇନ ଯାହା ଦଣ୍ଡ ଦେବ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଯୁବକ ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ ସ୍ତ୍ରୀ ଲାଇଫ ରୁ ସବୁଦିନ ଲାଗି ଆଉଟ ହେବା ଦରକାର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *