କାହିଁକି ଏତେ ବଡ କଥା କହିଦେଲେ ଓଡିଶାର ଲୋକପ୍ରିୟ Dancer Saswat Joshi ? ଏବେ ଶାଶ୍ଵତଙ୍କ ସୋସିଆଲ ମିଡିଆ ପୋସ୍ଟକୁ ନେଇ ସବୁଠି ଚର୍ଚ୍ଚା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି କଳାକାର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶାଶ୍ଵର ଜୋଶୀ ।

ବନ୍ଧୁଗଣ ଶଶ୍ଵତ ଜଣେ ଲୋକପ୍ରିୟ ଡ୍ୟାନ୍ସର ଏବଂ କୋରିଓଗ୍ରାଫର ଅଟନ୍ତି । ତାଙ୍କର ଜବରଦସ୍ତ ଡ୍ୟାନ୍ସ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଶଶ୍ଵତ ଅନେକ ଟିଭି ରିଆଲିଟି ସୋରେ ଜଜ୍ ମଧ୍ୟ ଅଛନ୍ତି । ତେବେ ବନ୍ଧୁଗଣ ଆସିବା ଦିନରୁ ଶଶ୍ଵତ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ଶଶ୍ଵତ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ଶାଶ୍ବତ ଯୋଶୀ, ଏମିତି ଜଣେ କଳାକାରଙ୍କ ନାଁ ଯିଏ ନିଜ ନାଁକୁ ଅକ୍ଷରେ ଅକ୍ଷରେ ଶାଶ୍ବତ ତଥା ସାକାର କରିଛନ୍ତି । ଅତି କମ୍ ବୟସରେ ନେମ୍-ଫେମ୍, ସମ୍ମାନ-ପୁରସ୍କାର ସବୁ କିଛି ପାଇଛନ୍ତି ଶାଶ୍ବତ ଯୋଶୀ । ହେଲେ ଓଡ଼ିଶାର ଏହି ପ୍ରତିଭାବାନ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ପଛରେ ପଡ଼ିଛି କିଏ ?  କିଏ ଓ କାହିଁକି ଶାଶ୍ଵତ ଜୋଶୀଙ୍କ ଭଳି ଜଣେ କଳାକାରଙ୍କୁ ଅଯଥାରେ ଅପମାନିତ କରିବାକୁ ଚେଷ୍ଟା କରୁଛି ? ଏହି ସବୁ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଶଶ୍ଵତ ଜୋଶୀ ନିଜ ଫେସବୁକ ଆକାଉଣ୍ଟରେ ଏଭଳି କିଛି ଲେଖିଛନ୍ତି ଯାହା ଜଣେ ସଭ୍ୟ ମଣିଷକୁ ବିବ୍ରତ କରିବ ନିଶ୍ଚୟ ।

ଶଶ୍ଵତ ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି-‘ନିଜସ୍ୱ ଢଙ୍ଗରେ ବଞ୍ଚିବା ଏକ କଳା । ଯଦି ଆପଣ ଏଥିରେ ନିପୁଣ, ତେବେ ଆପଣ ଜୀବନର ଖେଳରେ ସିଦ୍ଧହସ୍ତ । ମୁଁ ଯେମିତି, ମୋତେ ଲୋକ ସେମିତି ଗ୍ରହଣ କରନ୍ତୁ । ମୁଁ ଏହା ଚାହେଁ । ଯଦି ଆପଣଙ୍କର ପସନ୍ଦ ନୁହେଁ ତେବେ ନିଜ ସ୍ଥାନରେ ଚୁପଚାପ ରୁହନ୍ତୁ । ଆପଣଙ୍କ ଟ୍ରୋଲିଙ୍ଗ କୌଣସି ପ୍ରଭାବ ମୋ ଉପରେ ପଡେ ନାହିଁ । କିନ୍ତୁ ଏହାର ପ୍ରଭାବ ମୋ ବାପା-ମା’ ଏବଂ ପରିବାର ଉପରେ ପଡେ ।

ଯଦି କିଛି ଘଟେ, ସେଥିପାଇଁ ଆପଣ ମାନେ ତଥା ଟ୍ରୋଲ କରୁଥିବା ବ୍ୟକ୍ତି ଦାୟୀ ରହିବେ’ । ବନ୍ଧୁଗଣ ଶଶ୍ଵତଙ୍କୁ ଈର୍ଷା କରୁଥିବା କିମ୍ବା ତାଙ୍କୁ ବିରୋଧ କରୁଥିବା ଲୋକମାନେ ହିଁ ଏଭଳି କରି ପାରନ୍ତି ସେଥିପାଇଁ ଶଶ୍ଵତ ଏଭଳି ଲେଖିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *