ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ଲତା ମଣ୍ଡଳଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଲତା ହେଉଛନ୍ତି ଜଣେ ଲୋକପ୍ରିୟ ଅଭିନେତ୍ରୀ ସେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଯାତ୍ରା ଜଗତରେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହା ସହିତ ସେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଦୈତାରୀ ପଣ୍ଡାଙ୍କ ପତ୍ନୀ ଅଟନ୍ତି ହେଲେ ଆଜି ପର୍ଯ୍ୟନ୍ତ ଦୈତାରୀ ତାଙ୍କୁ ଗ୍ରହଣ କରି ନାହାନ୍ତି ।
ଲତା ନିଜ ପୁଅ ସହ ରହୁଛନ୍ତି । ତେବେ ୮ ବର୍ଷ ପରେ ଯାତ୍ରା ପେଣ୍ଡାଲକୁ ଫେରିଛନ୍ତି ଲତା ଆଉ ଏହାକୁ ନେଇ ସବୁ ଆଡେ ଚର୍ଚ୍ଚା । ପେଣ୍ଡାଲ ଉପରକୁ ଚଢିବା ପରେ ଲତା ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ଲତାଙ୍କ କହିବା ମୁତାବକ-‘ପ୍ରଥମେ ମୋର ଦର୍ଶକ ମାନଙ୍କୁ ନମସ୍କାର । ୮ ବର୍ଷ ପୂର୍ବରୁ ମୋର ମେକ ଅପ୍ ଇନଫେକ୍ସନ ହେଇ ଶରୀର ଖରାପ ହୋଇଥିଲା ।
ଆଉ ସେଥିପାଇଁ ମୁଁ ନିଜ ଇଛାରେ ଛାଡି ଥିଲି ମାଲିକ ବାହାର କରି ନଥିଲେ କି ଦର୍ଶକ ମାନଙ୍କର ବି ଇଛା ନଥିଲା । ଘରେ ଟିକେ ଅସୁବିଧା ଥିଲା । ତା ପରେ ତ ଆସିଥାନ୍ତି ଏ ରାଜଧାନୀରେ କଥା ହେଇଥିଲି ହେଲେ କରୋନା ଆସିଗଲା । କରୋନା ଏବା ଦ୍ଵାରା ଦୁଇ ବର୍ଷ ଅଢେଇ ବର୍ଷ ଯାତ୍ରା ସବୁ ବନ୍ଦ ହେଇଗଲା । ୮ ବର୍ଷ ପରେ ମୁଁ ଆସିଛି ଆଉ ମୁଁ ଖୁସି ଅଛି ଏଥିପାଇଁ ଯେ ମୋତେ ଦର୍ଶକ କି କମିଟି ଭୁଲି ନାହାନ୍ତି ।
ମୋତେ ପ୍ରବଳ ମାତ୍ରାରେ ଫୋନ ଆଉ ମେସେଜ ଆସୁଛି ଅପା ଦୀର୍ଘାୟୁ ହୁଅ ଆମେ ଖୋଜୁ ଥିଲି ସବୁ ପାର୍ଟିରେ ତୁମକୁ । ମୁଁ ୨୨ ବର୍ଷରେ ଯାତ୍ରା ଜଗତରେ ପାଦ ଦେଇଥିଲି ସେତେବେଳେ ପୁଅ ପିଲା ଅଭିନୟ କରୁଥିଲେ । ୨୨ ବର୍ଷରେ ପ୍ରଥମେ ବଡ ଘର ବଡ ଗୁମରରେ ମୁଁ ମା ରୋଲ କରିଥିଲି । ମୁଁ ବେସୀ ଦିନ ହିରୋଇନ ରୋଲ କରିନି । ମୋତେ ଯଦି ଦର୍ଶକ ମାନେ ଜାଣି ଥାନ୍ତି କେବଳ ମା ରୋଲ ଆଉ ଜେଜେ ମା ରୋଲ ପାଇଁ ।
ତେଣୁ ଅସୁବିଧା କିଛି ନାହିଁ ଆହୁରି ଉମାଙ୍ଗ ଉତ୍ସହ ଆସୁଛି । ସେତେବେଳେ ମିଡିଆ ନଥିଲା କିମ୍ବା ଆପଣ ମାନଙ୍କର ସାହାର୍ଯ୍ୟ ନଥିଲା । ଆଉ ଦବିବାର ନାହିଁ ଏବେ ଶହେ ଶହେରେ ଖେଳ ହେବ ଆମ ଦୟା କହିବା ଭଳିଆ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।