ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଲିଉଡ ଅଭିନେତା ସବ୍ୟସାଚୀ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ଜଣେ ସଫଳ ଅଭିନେତା ଏବଂ ଚକଲେଟ ବୟ ସହ ସେ ଜଣେ ଭଲ ମଣିଷ ଏବଂ ଏହି କରୋନା ମହାମାରୀ ରେ ସେ ଅନେକ ଲୋକଙ୍କର ସାହାଯ୍ୟ କରିଛନ୍ତି ସେମାନଙ୍କୁ ଘରକୁ ପଠେଇଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ର ଚିକିତ୍ସା ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ତାଙ୍କୁ ପରଦାରେ ଯେତିକି ଭଲ ପାଇବା ଦେଇଥିଲେ ସେତିକି ବାସ୍ତବ ଜୀଵନ ରେ ମଧ୍ୟ ଭଲ ପାଇବା ଦେଉଛନ୍ତି ।।
ତେବେ ଆଜି ଆମେ ସବ୍ୟସାଚୀ ଙ୍କ ପରିବାର ବିଷୟରେ ଆଲୋଚନା କରିନେବା । ତେବେ ସବ୍ୟସାଚୀ ମିଶ୍ର । ତେବେ ସେ ୬ ଅକ୍ଟୋବର ୧୯୮୫ ରେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।
ତେବେ ୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ । ସେ ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି । ଏଥି ସହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ତେବେ ତାଙ୍କୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୭ ଓ ୨୦୧୨ ।
ଆଉଟଲୁକ ପର୍ସନ ଅଫ ଦି ଇଅର, ୨୦୨୦ ପୁରସ୍କାର ମଧ୍ୟ ମିଳିଛି । ତେବେ ତାଙ୍କ ବାପାଙ୍କ ନାମ ହେଉଛି ସୁରେନ୍ଦ୍ର ପ୍ରସାଦ ମିଶ୍ର ଏବଂ ମାତା ଙ୍କ ନାମ ହେଉଛି ସୁଷମା ମିଶ୍ର । ତେବେ ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ସୌମ୍ୟକାନ୍ତ ମିଶ୍ର । ତେବେ ସବ୍ୟସାଚୀ ସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର ରେ ସେ ଇଞ୍ଜିନିୟରିଂ କରୁଥିଲେ ଏବଂ ସେହି ସମୟରେ ତାଙ୍କର ସହପାଠୀ ସୀମା ଙ୍କୁ ସେ ପ୍ରେମ ବିବାହ କରିଥିଲେ ।
ତେବେ କିନ୍ତୁ ବିବାହ ର ଆଠ ମାସ ପରେ ଦୁହିଙ୍କ ଭିତରେ କୌଣସି କାରଣ ଯୋଗୁଁ ଛାଡ଼ପତ୍ର ହୋଇ ଯାଇଥିଲା । ତେବେ ପରେ ତାଙ୍କ ଜୀଵନ ରେ ଅଭିନେତ୍ରୀ ଅର୍ଚ୍ଚିତା ଆସିଥିଲେ । ତେବେ ଦୁହେଁ ୨୦୨୧ ରେ ହିଁ ପରସ୍ପର ର ପ୍ରେମ କୁ ବିବାହ ର ନାମ ଦେଇ ଦେଇଥିଲେ । ତେବେ ଅର୍ଚ୍ଚିତା ଓ ସବ୍ୟସାଚୀ ଓଡ଼ିଆ ସିନେମା ପରଦାର ହିଟ୍ ଯୋଡ଼ିଙ୍କ ମଧ୍ୟରୁ ଅନ୍ୟତମ ।
ତେବେ ଦୁହେଁ ଅନେକ ହିଟ୍ ଫିଲ୍ମ ଦେଇ ଲକ୍ଷ ଲକ୍ଷ ଓଡି଼ଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନୋରଞ୍ଜନ କରିଛନ୍ତି । ତେବେ ଏହି ସଫଳ ଯୋଡ଼ିଙ୍କ ଫିଲ୍ମଗୁଡ଼ିକ ମଧ୍ୟରେ ଅଛନ୍ତି ‘ପିଲାଟା ବିଗିଡି଼ଗଲା’, ‘ମୁଁ ଏକା ତୁମର’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଞ୍ଜି ତୋ’ର’, ‘କୋଉ ଦୁନିଆ ରୁ ଆସିଲ ବନ୍ଧୁ’, ଓ ‘ତୋ’ର ମୋ’ର ଯୋଡି଼ ସୁନ୍ଦର’ । ତେବେ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।