ସ୍ୱାମୀର ସ୍କୁଟିରେ ପରୀକ୍ଷା ଦେବାକୁ ଆସିଲେ ,ବଏଫ୍ରେଣ୍ଡ କାରରେ ଫେରାର ହୋଇଗଲେ ସାବିତ୍ରୀ, ବାହୁନି କାନ୍ଦୁଛି ସ୍ଵାମୀ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଵାମୀ ସ୍କୁଟି ରେ ପରୀକ୍ଷା ପାଇଁ ଆସିଲେ ଏବଂ ବୟଫ୍ରେଣ୍ଡ କାର ରେ ଫେରାର ହୋଇଗଲେ ସ୍ତ୍ରୀ । ସାବିତ୍ରୀ ରେ ସତ୍ୟବାନ ସ୍ଵାମୀ ଙ୍କୁ ପୂଜା କରିଲେ । ଏବଂ ଏହାପର ଦିନ ସତ୍ୟବାନ ଙ୍କ ସାମ୍ନା ରେ ଅର୍ଥାତ ନିଜ ସ୍ଵାମୀ ଙ୍କ ସାମ୍ନା ରେ ପ୍ରେମିକ ସାଙ୍ଗରେ ଫେରାର ହୋଇଗଲେ ସ୍ତ୍ରୀ । ତେବେ ସ୍ଵାମୀ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏମିତି ଏକ ଘଟଣା ଠିକ ସାବିତ୍ରୀ ର ପରଦିନ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଘଟିଛି ।

ସାବିତ୍ରୀ ରେ ସ୍ଵାମୀ ଙ୍କୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପିନ୍ଧି ପୂଜା କରିଲେ ଠିକ ପରଦିନ ପରୀକ୍ଷା ହଲ ରୁ ଫେରାର ହୋଇଗଲେ । ଦେବବ୍ରତ ଗୋଛାୟତ ଙ୍କ ପୁଅ ରାହୁଲ ଗୋଛାୟତ ବ୍ରାହ୍ମଣୀ ପାଳ ଡକା ସାହି ଗାଁ ର ବଳରାମ ପଣ୍ଡା ଙ୍କ ଝିଅ ହରପ୍ରିୟା କୁ ଦୁଇ ବର୍ଷ ଭଲ ପାଇବା ପରେ ଗତ ୬ ମାସ ହେବ ବିବାହ କରିଥିଲେ । ବିବାହ ପରେ ହରପ୍ରିୟା କହିଥିଲେ ଯେ ସେ ପାଠ ପଢିବାକୁ ଚାହୁଁଛନ୍ତି ।

ସେଥିପାଇଁ ରାହୁଲ ନିକଟସ୍ଥ ଆଖଣ୍ଡଳମଣୀ ମହାବିଦ୍ୟାଳୟରେ ହରପ୍ରିୟା ଙ୍କର ଯୁକ୍ତ ୩ କଳା ରେ ଆଡମିସନ କରାଇଥିଲେ । କିନ୍ତୁ କଲେଜ ରେ ପଢିବା ସମୟରେ ହରପ୍ରିୟା ଙ୍କର ଗଢି ଉଠିଥିଲା ଆଉ ଗୋଟିଏ ପ୍ରେମ କାହାଣୀ । ଏହାପରେ ରାହୁଲ ତାଙ୍କ ସ୍ତ୍ରୀ ଙ୍କୁ ନିଜ ସ୍କୁଟି ରେ କଲେଜ କୁ ଛାଡିବା ପାଇଁ ଯାଇଥିଲେ । ପରୀକ୍ଷା ପରେ ଯେତେବେଳେ ନେବାପାଇଁ ଆସିଥିଲେ ସେତେବେଳେ ଯାହା ଦେଖିଲେ ତାହା ରାହୁଲ କୁ ଚକିତ କରିଦେଲା ।

ସ୍ତ୍ରୀ ହରପ୍ରିୟା କଲେଜ ରୁ ବାହାରି ତାଙ୍କ ଆଖି ସାମ୍ନା ରେ ଏକ କାର ରେ ବସି ଫେରାର ହୋଇଯାଇଥିଲେ । ରାହୁଲ ନିଜ ସ୍କୁଟି ରେ ସେହି କାର ର ପିଛା ବହୁତ କରିଲେ କିନ୍ତୁ କିଛି ଦୂର ଗଲାପରେ ସେହି କାର ର ଆଉ ଖୋଜ ଖବର ମିଳିଲା ନାହିଁ । ବର୍ତ୍ତମାନ ରାହୁଲ ସ୍ତ୍ରୀ ହରପ୍ରିୟା ଙ୍କ ଫଟୋ କୁ ଧରି ପାଗଳ ଭଳି କାନ୍ଦୁଛନ୍ତି ଏବଂ କହୁଛନ୍ତି ଯେ “କୋଊଠି ଅଛୁ ଲୋ ଧନ ତୁ ଫେରି ଆ” । ସ୍ଵାମୀ କହିଛନ୍ତି ଯେ ତା ପାଇଁ ମୁଁ ବହୁତ କିଛି କରିଛି ତଥା ବହୁତ ଦୁଃଖ ସହିଛି ।

କିନ୍ତୁ ତା ପରେ ମଧ୍ୟ ସେ ମତେ ଚାହିଁଲାନି ମତେ ଛାଡି ଚାଲି ଯାଇଅଛି । ତାକୁ ମୁଁ ବିବାହ କରିଥିଲି ପୁରୀ ନୃସିଂହନାରାୟଣ ମନ୍ଦିରରେ । ଚଳିତ ବର୍ଷ ଜୁନ ୭ ତାରିଖକୁ ପ୍ରାୟ ୭ ମାସ ହୋଇଯିବ ଆମ ବିବାହ କୁ । ମାତ୍ର ମୁଁ ଅନୁରୋଧ କରୁଛି ଯେ ସେ ଫେରିଆସୁ ମୋ ପାଖକୁ । ତେବେ ବନ୍ଧୁଗଣ ଏହିଭଳି ସ୍ଵାମୀ ଜଣଙ୍କ ଦୁଃଖ ରେ ଭାଙ୍ଗି ନିଜ ମନର କଥା ସ୍ତ୍ରୀ ଙ୍କୁ ଅନୁରୋଧ କରି ମିଡିଆ ମାଧ୍ୟମରେ କହିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *