କାନ୍ଦିଲେ ଅନୁଭବ…କୋର୍ଟ ର ନିଷ୍ପତ୍ତି ଆସିବା ପରେ Anubhav ଙ୍କ ଆଖିରେ ଲୁହ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ଦିନ ହେବ ଉଭୟ ଅନୁଭବ ଓ ବର୍ଷା ସୋସିଆଲ ମିଡିଆରେ ନିଜ ପାରିବାରିକ ବିବାଦକୁ ନେଇ ବହୁତ ଚର୍ଚ୍ଚାରେ ରହୁଛନ୍ତି । ଦୀର୍ଘ କିଛି ବର୍ଷ ହେବ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମାମଲା କୋର୍ଟରେ ଚାଲିଛି । ହେଲେ ବନ୍ଧୁଗଣ ଏ ପର୍ଯ୍ୟନ୍ତ ଏହି ମାମଲାର କୌଣସି ଉଚିତ ସମାଧାନ ହୋଇ ନାହିଁ ।

ତେବେ ଏହାରି ମଧ୍ୟରେ ଗତ କିଛି ଦିନ ତଳେ ଅନୁଭବ ହଠାତ ଏକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓରେ ଅନୁଭବ ଏପରି କିଛି କଥା କହିଥିଲେ ଯେଉଁଥି ପାଇଁ ଅନେକ ବିବାଦ ସୃଷ୍ଟି ହୋଇଥିଲା । ତେବେ ବନ୍ଧୁଗଣ ଅନୁଭବ ସେହି ଭିଡିଓରେ ନିଜ ଦୁଃଖ ପ୍ରକାଶ କରି କହିଥିଲେ ଯେ, ବର୍ଷାଙ୍କୁ ଭଲ ପାଇବା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ।

ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ବର୍ଷା ଅନୁଭବଙ୍କ ଭିଡିଓକୁ ନେଇ କୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହା ପରେ କୋର୍ଟ ବର୍ଷାଙ୍କ ପିଟିସନକୁ ଗ୍ରହଣ କରି ଉଭୟ ଅନୁଭବ ଓ ବର୍ଷା କେହି କାହା ବିରୋଧରେ ସୋସିଆଲ ମିଡିଆରେ କିଛି କହିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେଉଛି ଏହି ଭିଡିଓରେ ଅନୁଭବ ଖୁସିରେ କାନ୍ଦି ପକାଇ ଛନ୍ତି ।

ଅନୁଭବଙ୍କ ଖୁସିର କାରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ବର୍ଷ ହେବ ଅନୁଭବ ନିଜ ପରିବାର ସହ ଭଡା ଘରେ ରହୁଥିଲେ ଆଉ ଏହାର କାରଣ ଥିଲେ କେବଳ ବର୍ଷା ପ୍ରିୟଦର୍ଶନୀ । ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ପୈତୃକ ବାସ ଭବନରେ ରହିବା କାରଣରୁ ଅନୁଭବ ନିଜ ବାପା, ମା, ଭାଇ, ଭାଉଜଙ୍କ ସହ ଭଡା ଘରେ ରହୁଥିଲେ ।

ତେବେ ଅନୁଭବଙ୍କ ବାପା-ମାଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ ନିଜ ଘରକୁ ଆସିବା ପାଇଁ ଚାହୁଁ ଥିଲେ ଏନେଇ ଅନୁଭବ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ବନ୍ଧୁଗଣ କୋର୍ଟ ଅନୁଭବଙ୍କ ପିଟିସନକୁ ଏବେ ଗ୍ରହଣ କରିଛି । କୋର୍ଟ ଏବେ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଭବନ ଛାଡି ଯିବା ପାଇଁ ନିର୍ଦ୍ଦେଶ ଦେଇଛି ଆଉ ସେଥିପାଇଁ ଅନୁଭବ ଖୁସିରେ କାନ୍ଦି ପକାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *