ଓଲା ଡ୍ରାଇଭର ଓ ଅଭିନେତ୍ରୀଙ୍କ ମଧ୍ୟରେ ତୁ-ତୁ-ମେ-ମେ, ରାସ୍ତା ଉପରେ ଚାଲିଲା ଦୋ-ଅକ୍ଷରୀ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଟେଲି ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର । ସର୍ବ ସାଧାରଣରେ ଗାଳିଗୁଲଜ କରି ଦୁର୍ବ୍ୟବହାର କଲେ ଓଲା ଡ୍ରାଇଭର । ଗାଡି ବୁକି ପରେ ଲଗେଜ ଉଠାଇବାକୁ ନେଇ ଦୁର୍ବ୍ୟବହାର । ୧୫ମିନିଟ ଧରି ଲୋକଙ୍କ ସାମନାରେ କଲେ ଗାଳିଗୁଲଜ । ଏପରିକି ମହିଳା ଯାତ୍ରୀଙ୍କୁ କାରରେ ନୁହେଁ ସାଇକେଲରେ ଯିବାକୁ କହିଲେ ଡ୍ରାଇଭର । ଏନେଇ ଦେଖା ଦେଇଥିଲା ଉତ୍ତେଜନା ।

ପରେ ଗଣମାଧମର ହସ୍ତକ୍ଷେପ ପରେ ସ୍ଥିତି ସ୍ବଭାବିକ ହୋଇଥିଲା । ସୁଚନା ମୁତାବକ ନଳିନି ରାଉତ ନାମକ ଜଣେ ଟେଲି ଅଭିନେତ୍ରୀ ଏୟାରପୋର୍ଟରୁ ଯିବା ପାଇ ଓଲା ବୁକ କରିଥିଲେ । ଓଲା ଗାଡି ପହଚିବା ପରେ ଡ୍ରାଇଭରକୁ ହାତ ଖରାପ କହି  ଲଗେଜ ଡିକିରେ ରଖିବାକୁ କହିଥିଲେ । ହେଲେ ଏହାକୁ ନେଇ ତାତି ଯାଇଥିଲେ ଓଲା ଡ୍ରାଇଭର । ତେବେ ଡ୍ରାଇଭର ର ବ୍ୟବହାର ଦେଖି ବୁକିଂ କ୍ୟାନ୍ସଲ ପାଇ କହିବାରୁ ଓଲା ଡ୍ରାଇଭର ଗାଳିଗୁଲଜ କରିବା ଆରମ୍ଭ କରିଥିଲେ ।

ଏପରିକି ଗାଡିର ଯିବାର କ୍ଷମତା ନାହି ଯଦି ସାଇକେଲରେ ଯିବାକୁ କହି ଦୁର୍ବ୍ୟବହାର କରିଥିଲେ ବୋଲି ନିଜେ ଅଭିନେତ୍ରୀ ଜଣଙ୍କ କହିଛନ୍ତି । ସେପଟେ ଡ୍ରାଇଭର କହିଛନ୍ତି  ବୁକିଂ କ୍ୟାନ୍ସଲ ଧମକ ଦେଇଥିଲେ । ଯାହାକୁ ନେଇ କାନସଲ କରିବାକୁ ଲେଟ କରିଥିଲେ ତେଣୁ ତାଙ୍କୁ କହିବାରୁ ସେ ପ୍ରଥମେ ଗାଳି କରିଥିବା କହିଥିଲେ । ତେବେ ପ୍ରଥମ କଥା ଯଦି ଓଲା କି ଉବେର ଡ୍ରାଇଭର ମାନେ ଏହିଭଳି ବ୍ୟବହାର କରନ୍ତି ତେବେ ଆମ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ବହୁତ ହଇରାଣ ହେବେ ।

ତେଣୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଏହି କିଛିଦିନ ପୂର୍ବରୁ ଓଲା-ଉବେରକୁ ନେଇ କଠୋର ହେଲେ ସରକାର । କ୍ୟାବ୍ ବୁକ୍ କରୁଥିବା ଗ୍ରାହକଙ୍କ ଅଭିଯୋଗକୁ ନେଇ ସରକାର ୨ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି । ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଅଭିଯୋଗ ଅନୁସାରେ, କ୍ୟାବ୍ ବୁକ୍ କରୁଥିବା ଅଧିକାଂଶ ଗ୍ରାହକଙ୍କୁ ଡ୍ରାଇଭର ଖରାପ ବ୍ୟବହାର କରୁଛନ୍ତି । ବାରମ୍ବାର ବୁକିଂ ରିକ୍ୱେଣ୍ଟ ବାତିଲ୍ କରୁଛନ୍ତି ।

ଏପରିକି ଟ୍ରାଭେଲ୍ ବେଳେ ଏସି ଚଲାଉ ନଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ ସିସିପିଏ ପକ୍ଷରୁ ଓଲା ଓ ଉବେରକୁ ନୋଟିସ୍ ଜାରି କରାଯାଇଛି । ଉଭୟ କମ୍ପାନୀଙ୍କୁ ବ୍ୟବସାୟର ଅନୁଚିତ୍ ତରିକା ଓ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ନେଇ ନୋଟିସ୍ ହୋଇଛି । ଏଥିସହ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା, ବୁକିଂ ବାତିଲ୍ ପରେ କ୍ଯାନସଲେସନ୍ ଚାର୍ଜ ନିର୍ଦ୍ଧାରଣ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ ସିସିପିଏ ମେ ୧୦ରେ ବିଭିନ୍ନ କମ୍ପାନୀଙ୍କୁ ନେଇ ବୈଠକ କରିଥିଲା । ଯେଉଁଥିରେ ସରକାର ଅଚାନକ ଭଡ଼ା ବୃଦ୍ଧି, ଏସି ଚାଲୁ କରିବାକୁ ଡ୍ରାଇଭର ମନା କରିବା, ବୁକିଂ ବାତିଲ୍ ଓ ନଗଦ ଟଙ୍କା ମାଗିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ସମସ୍ତ ସେବାରେ ସୁଧାର ଆଣିବା ଲାଗି ସରକାର ରୋକଠୋକ୍ ଶୁଣାଇଥିଲେ । ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହା ଯାଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *