୨୮ରେ ବାହାଘର ୨୯ରେ ହତ୍ୟା ! ବାହୁନି କାନ୍ଦୁଛି ମା’, ମୁଣ୍ଡ ପିଟୁଛି ବାପା, ଏହି Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି

ବନ୍ଧୁଗଣ, ସୂଚନା ଅନୁଯାୟୀ ଏପ୍ରିଲ ୨୮ ରେ ବାହାଘର ହୋଇଥିଲା । ମାତ୍ର ମଇ ୨୯ ରେ ହତୟଆ । ମାସେ ମଧ୍ୟ ପୁରିଲାନି ଯୌତୁକ ପାଇଁ ତଣ୍ଟି ଚିପିଦେଲା ସ୍ଵାମୀ । ବର୍ତ୍ତମାନ ଝିଅ ର ବାପା ମା’ ଙ୍କ ଦୁଃଖ କହିଲେ ନ ସରେ । କେତେ ଖୁସି ରେ ନିଜ ଅଲିଅଳି ଝିଅ ର ୨୦ ଏପ୍ରିଲ ରେ ନିର୍ବନ୍ଧ ହୋଇଥିଲା । ମାତ୍ର ୮ ଦିନ ପରେ ଏପ୍ରିଲ ୨୮ ରେ ଭୁବନେଶ୍ଵର ରେ ବାହାଘର କରି ଝିଅ କୁ ନିଜ ଘରୁ ବିଦା କରିଥିଲେ । କିନ୍ତୁ ଜାଣିନଥିଲେ ଯେ ଠିକ ମାସେ ପରେ ଝିଅ କୁ ଆଉ ପାଇବେନି ।

କେତେ ଆଶା ତଥା ସ୍ଵପ୍ନ ନେଇ ଝିଅଟି ନିଜର ସବୁ ଲୋକଙ୍କୁ ଛାଡି ଭଦ୍ରକ ରୁ ଭୁବନେଶ୍ଵର ରେ ପାଦ ଦେଇଥିଲା । ଭାବିଥିଲା ନୂଆ ଘର ତଥା ନୂଆ ପରିବାର ସହିତ ନିଜର ବାକି ଜୀବନ କାଟିଦେବ । ମାତ୍ର ଜାଣି ନଥିଲା ଯେ ସେହି ଘରେ ପାଦ ଦେଉ ଦେଉ ଯୌତୁକ ରୂପୀ ରାକ୍ଷାଶ ତାହାର କଅଁଳ ଜୀବନ କୁ ନେଇଯିବ ବୋଲି । ମାସଟିଏ ମଧ୍ୟ ପୁରିଲାନି ମୃତ୍ୟୁ ର ଶେଯରେ ସୋଇଗଲା ଏହି ନବ ବିବାହିତ ଜଣକ ।

ତେବେ ଝିଅ ର ମା’ କହିଛନ୍ତି ଯେ ଏହିଭଳି ଅଳ୍ପ ବହୁତ କଥା ହେଉଥିଲା କିନ୍ତୁ ୨୯ ଏପ୍ରିଲ ୨.୧୫ ମିନିଟ ରେ ଜ୍ଵାଇଁ ଫୋନ କଲା, ଯେ ଆପଣ ଆସି ଆପଣଙ୍କ ଝିଅ କୁ ନେଇଯାଅନ୍ତୁ ସେ ବହୁତ ହଇରାଣ କରୁଛି । ମାତ୍ର ମୁଁ କହିଲି କ’ଣ ହେଇଛି ଝିଅ ସହିତ କଥା ହେବି ଏହା ପରେ ଜ୍ଵାଇଁ କହିଲା ଯେ ତା’ର ମୋବାଇଲ ମୁଁ ଭାଙ୍ଗି ଦେଇଛି । ଏବଂ ଝିଅ ସେହି ଫୋନ ରେ କହିଲା ଯେ ଗୋଟେ ସେକେଣ୍ଡ ପାଇଁ ମୋମୀ ମତେ ଏଇଠୁ ନେଇଯାଅ ମତେ ବହୁତ ବାଆଡେଏଇଛନ୍ତି ତଥା ବହୁତ କଷ୍ଟ ଦେଇଛନ୍ତି ।

ଏହାପରେ ଗୋଟେ ଘଣ୍ଟା ପରେ ମୁଁ ଯେତେବେଳେ ଝିଅ ର ଶାଶୁ ସଙ୍ଗେ କଥା ହେଲି ସେ କହିଲେ ଯେ ଝିଅ ଜ୍ଵାଇଁ ର ମ୍ୟାଟର ସବୁ ଠିକ ହେଇଯିବ ସେମାନଙ୍କୁ ବୁଝିବାକୁ ଦିଅ । ଝିଅ ର ବାପା କହିଛନ୍ତି ମୁଁ ହିମାଞ୍ଚଳ ରେ ଥିଲି କାମ ଉପରେ ଜ୍ଵାଇଁ ଫୋନ କରି କହିଲା ଯେ ତୁମ ଝିଅ ମରିଇଯାଇଅଛି । ମାତ୍ର ମୋର ଗୋଟେ ବୋଲି ଝିଅ ସର୍ବସର୍ବା ଥିଲା ମୋର ମୁଁ ଏହି ଖବର ପାଇ କିଭଳି ଆସିଛି ତାହା ମୁଁ ଜାଣିଛି ।

ଝିଅ ର ଶାଶୁଘର ଲୋକେ ମୁଁ ଆସିବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିଲେ ନାହିଁ ଏବଂ ତାହାର ଅନ୍ତିମ ସଂସ୍କାର ନିମନ୍ତେ ତାକୁ ନେଇଗଲେ ମୁଁ ଗଲାବେଳକୁ ଆଉ କିଛି ନାହିଁ । ଏବେ ଆମ୍ଭେ ଚାହୁଁଛୁ ଯେ ମୋ ଝିଅ କୁ ନ୍ୟାୟ ମିଳୁ ଏବଂ ତା ଶାଶୁ ଘର ଲୋକ ଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରାଯାଉ । ତେବେ ବନ୍ଧୁଗଣ ଏହି ମର୍ମାହାତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *