ହେ ଭଗବାନ ! Bollywood ରେ ପୁଣି ଶୋକର ଛାୟା, ସ୍ଟେଜ ସୋ ସମୟରେ ଏହି ଲୋକପ୍ରିୟ ସିଙ୍ଗରଙ୍କ ହେଲା ପରଲୋକ

ବନ୍ଧୁଗଣ, ଏଭଳି ଏକ ଖବର ଶୁଣିବାକୁ ମିଳିଅଛି ଯାହା କି ସମସ୍ତଙ୍କୁ ମର୍ମହାତ କରିଦେଇଛି । ତାହା ହେଉଛି ବଲିଉଡ ସିଙ୍ଗର KK ଙ୍କର ପରଲୋକ ହୋଇଅଛି । ଏହି ଗାୟକ ୫୩ ବର୍ଷ ବୟସ ରେ ନିଜର ଶେଷ ନିଶ୍ଵାସ ନେଇଛନ୍ତି । ସୂଚନା ଅନୁଯାୟୀ KK କଲିକତା କୁ ଏକ କନସର୍ଟ କରିବା ନିମନ୍ତେ ଯାଇଥିଲେ । ମାତ୍ର କନସର୍ଟ ପରେ ଅଚାନକ ତାଙ୍କ ଦେହ ଖରାପ ହେବାକୁ ଲାଗିଲା । ଏହାପରେ ସେ ସେହିଠାରେ ତଳେ ପଡିଗଲେ ।

ଗାୟକ ଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ କୁ ନିଆଯାଇଥିଲା । ଏବଂ ସେହିଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷିତ କରିଥିଲେ । KK ଙ୍କ ଭଳି ଗାୟକ ଆଉ ବୋଧ ହୁଏ କେହି ନାହାଁନ୍ତି । ତେବେ ଅଚାନକ ଭାବରେ ତାଙ୍କ ନିଧନ ହେବା ଖବର ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ଏହି ଖବର ଯିଏ ମଧ୍ୟ ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । KK ଙ୍କର ପରଲୋକ ସଂପୂର୍ଣ୍ଣ ମନୋରଞ୍ଜନ ଜଗତରେ ଶୋକ ର ଛାୟା ଖେଳି ଯାଇଅଛି ।

ଖବର ପାଇ ବହୁତ ବଡ ବଡ ହସ୍ତୀ ସୋ-ସି-ଆ-ଲ ମି-ଡି-ଆ ରେ ଶୋକ ପ୍ରକାଶ କରିଛନ୍ତି । ଅଭିନେତା ଅକ୍ଷୟ କୁମାର ମଧ୍ୟ ସିଙ୍ଗର KK ଙ୍କ ପରଲୋକ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ଗାୟକ KK ଙ୍କର ସଂପୂର୍ଣ୍ଣ ନାମ କୃଷ୍ଣକୁମାର କୁନ୍ନଥ ଅଟେ । ବଲିଉଡ ର ଏହି ପ୍ରସିଦ୍ଧ ତରକା ନିଜ କଣ୍ଠରେ ଅନେକ ସଙ୍ଗୀତ ଗାଇଛନ୍ତି ।

୨୩ ଅଗଷ୍ଟ ୧୯୭୦ ରେ ଜନ୍ମଗ୍ରହଣ କରିଥିବା KK ହିନ୍ଦୀ ବ୍ୟତୀତ ମରାଠୀ, ବଙ୍ଗାଳୀ, ଗୁଜରାତି, ତେଲୁଗୁ, ମଲୟାଲାମ, କନ୍ନଡ, ଏବଂ ତାମିଲ ଗୀତ ନିମନ୍ତେ ନିଜ ଆବାଜ ମଧ୍ୟ ଦେଇଛନ୍ତି । ତାଙ୍କର ମଧୁର ଆବାଜ ସମସ୍ତଙ୍କ ହୃଦୟକୁ ମୋହିତା କରିନେଉଥିଲା । KK ନିଜର ସ୍କୁଲ ଶିକ୍ଷା ଦିଲ୍ଲୀର ମାଉଣ୍ଟ ସେଣ୍ଟ ମେରୀ ସ୍କୁଲ ରେ ସଂପୂର୍ଣ୍ଣ କରିଥିଲେ । ଏବଂ ଗ୍ରାଜୁଏସନ କରୋଡିମଲ କଲେଜ ରୁ ସଂପୂର୍ଣ୍ଣ କରିଥିଲେ । ଫିଲ୍ମ ରେ ବ୍ରେକ ମିଳିବା ପୂର୍ବ ରୁ KK ସମୁଦାୟ ୩୫୦୦୦ ଜିଙ୍ଗଲ୍ସ ଗାଇଥିଲେ ।

ଏହା ବ୍ୟତୀତ ୧୯୯୯ ରେ ସେ କ୍ରିକେଟ ୱୋର୍ଲ୍ଡ କପ ସମୟରେ ଭାରତୀୟ ଟିମ ର ସମର୍ଥନ ରେ “ଜୋସ ଅଫ ଇଣ୍ଡିଆ” ଗାଇଥିଲେ । ଏହାପରେ KK ମ୍ୟୁଜିକ ଆଲବମ “ପଲ” ଗାଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏବଂ କେବେ ପଛକୁ ଚାହିଁ ଦେଖି ନଥିଲେ । ଏହାପରେ ଗାୟକ KK ନିଜ ସଙ୍ଗୀତ ମାଧ୍ୟମରେ ଲୋକଙ୍କ ହୃଦୟରେ ରାଜ କରୁଥିଲେ । ତେବେ KK ଙ୍କର ଅଚାନକ ପରୋଲୋକ ହେବା ଫଳରେ ସମସ୍ତ ଫ୍ୟାନ୍ସ ଙ୍କ ହୃଦୟରେ ତଥା ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଅଛି । ତେବେ ବନ୍ଧୁଗଣ ଏହି ମର୍ମାହାତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *