ସୁନା ରଥରେ ଥିଲା ଦୁର୍ଲଭ ରତ୍ନମଣି ! ହେଲେ କୁଆଡେ ଗଲା ସେହି ରତ୍ନମଣି ? ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ ବାତ୍ୟା ଅସାନିର ପ୍ରଭାବରେ ଆନ୍ଧ୍ରରସିକାକୁଲମ ଜିଲ୍ଲାର ସୁନାପଲ୍ଲୀ ଗାଁରେ ଗତ ପହଡଦିନ ଏକ ରଥ ଭାସି ଭାସି ସମୁଦ୍ରରୁ ଆସି କୂଳରେ ଲାଗିଛି । ଏହାକୁ ଦେଖିବା ପାଇଁ ସିକାକୁଲମ ଜିଲ୍ଲାର ଭରପୁର ଲୋକଙ୍କ ଭିଡ ଜମିଛି । ବନ୍ଧୁଗଣ ଏହି ରଥର ରଙ୍ଗ ସୁନା ପରି । ଏହି ରଥରେ ଏକ ଅଲଗା ଭାଷାରେ କିଛି ଲେଖା ହୋଇଛି ଯେଉଁଥି ପାଇଁ ଲୋକଙ୍କ ମନରେ ଏକ ରୋଚକ ଭାବ ସୃଷ୍ଟି ହୋଇଛି ।

ବନ୍ଧୁଗଣ ସ୍ଥାନୀୟ ବାସିନ୍ଧାଙ୍କ ମତରେ, ଗତ ପହଡଦିନ ଏହି ରଥଟି ସମୁଦ୍ର ମଧ୍ୟରେ ଭାସି ଭାସି ଆଉଥିଲା । ସେହି ସ୍ଥାନରେ ଥିବା କିଛି ଲୋକ ରଥଟିକୁ ଦେଖିଥିଲେ । ଏହା ପରେ ସେହି ଲୋକ ମାନେ ଅନ୍ୟ ଲୋକ ମାନଙ୍କୁ ଡାକି ସମୁଦ୍ର ଭିତରକୁ ଯାଇଥିଲେ ଓ ରଥଟିକୁ ଆଣିଥିଲେ । ବନ୍ଧୁଗଣ ଏହି ସିନା ରଥ ଭିତରେ କେଉଁଠି ଲୁଚି ରହିଛି ରତ୍ନ ପଥର । ଏହି ରଥରେ ଡ୍ରାଗନ ତ ମିଳିଯାଇଛି ହେଲେ ମିଳି ନାହିଁ ବୁଦ୍ଧଙ୍କ ମୂର୍ତ୍ତି ସହ ରତ୍ନ ପଥର ।

ସେହି ରତ୍ନ ପଥରରେ ଥାଇପାରେ କୌଣସି ଚମତ୍କାରୀ ଶକ୍ତି । ଖଣ୍ଡ ବିଖଣ୍ଡିତ ହୋଇ ପଡିଛି ସେହି ସୁନାର ରଥ । ତେବେ ବନ୍ଧୁଗଣ ଏହି ରଥଟି କେଉଁଠୁ ଆସିଛି ଆଉ ଏହି ରଥଟି କଣ ଜାଣିବା ପାଇଁ ସମସ୍ତ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ତେବେ ଯାହା ଗବେଷକ ମାନେ କହୁଛନ୍ତି ଏହା ମ୍ୟାନମାରରୁ ଭାସି ଭାସି ଆସିଛି ।ମ୍ୟାନମାରର ଅନେକ ସ୍ଥାନରେ ଏଭଳି ଭାସମାନ ରଥ ରହିଥାଏ ।

ଆଉ ଏହାକୁ ସ୍ଵର୍ଣ୍ଣ ମନ୍ଦିର କୁହାଯାଏ । ଏହି ରଥରେ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ସହ ମୃତ୍ତିରେ ଏକ ରତ୍ନ ପଥର ଲାଗି ରହିଥାଏ । ହେଲେ ବନ୍ଧୁଗଣ ଆନ୍ଧ୍ରକୁ ଆସିଥିବା ରଥଟି ଭାଙ୍ଗି ଯାଇଛି । ଏହି ରଥରେ ଡ୍ରାଗନ ରହିଛି ଆଉ ମ୍ୟାନମାରର ସଭ୍ୟତା ଅନୁସାରେ ତାଙ୍କର ସମସ୍ତ ମନ୍ଦିରରେ ଏଭଳି ସ୍ଵର୍ଣ୍ଣ ଡ୍ରାଗନ ରହିଛି । ତେବେ ବନ୍ଧୁଗଣ ଯଦି ଡ୍ରାଗନ ଅଛି ତା ହେଲେ ଗୌତମ ବୁଦ୍ଧଙ୍କ ମୂର୍ତ୍ତି ଓ ରତ୍ନ ପଥର ରହିବା ନିହାତି ଆବଶ୍ୟକ ହେଲେ ତାହା ମିଳୁନି କାହିଁକି ।

ବୋଧେ ସେହି ମୂର୍ତ୍ତି ଓ ରତ୍ନ ପଥର ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବ । ଏହା ବ୍ଯତୀତ ଯେଉଁ ମାନେ ରଥକୁ ସମୁଦ୍ରରୁ ଆଣିଛନ୍ତି ସେମାନେ ରଖିପାରନ୍ତି । ଏହି ସୁନା ରଥ ସହ ଜଡିତ ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି ଆଉ ଏହି ସମସ୍ତ ପ୍ରଶ୍ନର ଉତ୍ତର ଏହାକୁ ଗବେଷଣା କରୁଥିବା ଲୋକମାନେ ହିଁ ଦେଇପାରିବେ ।

Leave a Reply

Your email address will not be published. Required fields are marked *