ପରସ୍ପରର କାର୍ବନ କପି ଅଟନ୍ତି ବଲିଉଡର ଏହି 5 ଭାଇ-ଭଉଣୀ ଯୋଡି, ଜଣେ ଫେମସ ହେଲେ ଆଉ ଜଣେ ବଞ୍ଚୁଛି ଗୁମନାମ ର ଜୀବନ, 2 ନଂ ଯୋଡିକୁ ଦେଖିଲେ ଆପଣ ବି ଖାଇଯିବେ ଧୋକା

ବନ୍ଧୁଗଣ ସେମିତିରେ ଭାଇ-ଭଉଣୀଙ୍କ ମୁହଁ ପରସ୍ପର ସହ ବହୁତ ମିଶି ଥାଏ । ହେଲେ ଏପରି ମଧ୍ୟ କିଛି ଭାଇ-ଭଉଣୀ ଅଛନ୍ତି ଯେଉଁ ମାନେ ସଂପୂର୍ଣ୍ଣ ଭାବରେ ପରସ୍ପରର କାର୍ବନ କପି ଅଟନ୍ତି । ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କ ମୁହଁ ତାଙ୍କ ଭାଇ ଭଉଣୀଙ୍କ ସହ ବହୁତ ମିଶି ଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଶିଲ୍ପା ସେଟି ଓ ସମିତା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଓ ତାଙ୍କ ଭଉଣୀ ସମିତା ସେଟି । ଶିଲ୍ପାଙ୍କୁ ୪୬ ବର୍ଷ ହୋଇଥିବା ବେଳେ ସମିତା ଏବେ ୪୩ ବର୍ଷର ଅଛନ୍ତି । ଦୁଇ ଭଉଣୀଙ୍କ ବୟସରେ ମାତ୍ର ୩ ବର୍ଷର ଅନ୍ତର ଅଛି । ହେଲେ ଦୁଇ ଭଉଣୀଙ୍କ ମୁହଁ ବହୁତ ମିଶି ଥାଏ । ଆପଣ ମାନେ ଏହି ଫଟୋରେ ଉଭୟଙ୍କୁ ଦେଖି ପାରୁଥିବେ ।

ଅନୁପମ ଖେର ଓ ରଜୁ ଖେର- ବନ୍ଧୁଗଣ ଅନୁପମ ଖେର ଏବେ 67 ବର୍ଷର ଅଛନ୍ତି ଆଉ ତାଙ୍କ ଭାଇ 64 ବର୍ଷର । ଅନୁପମ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ବଲିଉଡରେ ସୁନାମ ଅର୍ଜନ କରିଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ସାନ ଭାଇ ରାଜୁ ମଧ୍ୟ କିଛି ବଲିଉଡ ଫିଲ୍ମରେ କାମ କରିଛନ୍ତି । ବନ୍ଧୁଗଣ ଉଭୟ ଭାଇଙ୍କ ମୁହଁ ସଂପୂର୍ଣ୍ଣ କାର୍ବନ କପି ଅଟେ ।

ଭାରତୀ ସିଂହ ଓ ପିଙ୍କି ସିଂହ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡିଆନ ଭାରତୀ ସିଂହଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଗତ କିଛି ଦିନ ହେବ ଭାରତୀ ସିଂହ ମା ହୋଇଛନ୍ତି । ବନ୍ଧୁଗଣ ଭାରତୀଙ୍କ ଭଉଣୀ ହେଉଛନ୍ତି ପିଙ୍କି ସିଂହ । ପିଙ୍କି ଓ ଭାରତୀଙ୍କ ମୁହଁ ସଂପୂର୍ଣ୍ଣ ମିଶି ଥାଏ । ଅନେକ ଥର ଲୋକମାନେ ପିଙ୍କିଙ୍କୁ ଭାରତୀ ଭାବି ଥାନ୍ତି ।

ଅନିଲ କପୁର ଓ ସଞ୍ଜୟ କପୁର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅନିଲ କପୁର ଓ ସଞ୍ଜୟ କପୁର । ଏହି ଦୁଇ ଭାଇ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ଅନିଲ କପୁର 65 ବର୍ଷ ବୟସରେ ବି ବହୁତ ଫିଟ ଅଛନ୍ତି ଆଉ ତାଙ୍କ ଭାଇ ସଞ୍ଜୟ କପୁର 56 ବର୍ଷ ବୟସରେ ମଧ୍ୟ ବହୁତ ହ୍ୟାଣ୍ଡସମ ନଜର ଆସୁଛନ୍ତି । ଉଭୟ ଭାଇ ପରସ୍ପରର କାର୍ବନ କପି ଅଟନ୍ତି । ବନ୍ଧୁଗଣ ଆପଣ ମାନେ ଉଭୟ ଭାଇଙ୍କ ଏହି ଫଟୋ ଦେଖି ଜାଣି ପାରୁଥିବେ ।

କଙ୍ଗନା ରାଣାବତ ଓ ରଙ୍ଗୋଲି ରାଣାବତ- ବନ୍ଧୁଗଣ ଆମ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାବତଙ୍କୁ ବେସ ଭଲ ଭାବରେ ଜାଣିଥିବେ । କଙ୍ଗନା ହେଉଛନ୍ତି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏବେ କଙ୍ଗନାଙ୍କୁ 35 ବର୍ଷ ବୟସ ଥିବା ବେଳେ ତାଙ୍କ ଭଉଣୀଙ୍କୁ 39 ବର୍ଷ ବୟସ ଚାଲିଛି । ତେବେ କଙ୍ଗନା ଓ ରଙ୍ଗୋଲି ଏକା ଭଳି ଦେଖାଯାନ୍ତି । 

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *