ମହାଯୁଦ୍ଧ ସମୟରେ ୟୁକ୍ରେନ ଆକାଶରେ ବୁଲୁଛି ଯମ, ଖୋଜି ଖୋଜି ଋଷ ସୈନ୍ୟଙ୍କ ନେଉଛି ପ୍ରାଣ, କିନ୍ତୁ କିଏ ଏହି ଯମ ? ଦେଖନ୍ତୁ…

ବନ୍ଧୁଗଣ, ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ମହାଯୁଦ୍ଧ ମଧ୍ୟରେ ୟୁକ୍ରେନ ଆକାଶ ରେ ପିଶାଚ । ଯୁଦ୍ଧଗ୍ରସ୍ତ ଦେଶରେ ବୁଲୁଛନ୍ତି ଭମ୍ପାୟାର । ହୃଦୟରେ ପ୍ରତିଶୋଧ ର ନିଆଁ । ମୃ-ତ୍ୟୁ ର ସୌଦାଗର ସାଜିଛନ୍ତି ୟୁକ୍ରେନ ପାଇଲଟ । ରୁଷିଆ ସୈନ୍ୟ ଙ୍କୁ ଦେଶ ସାରା ତନ ତନ କରି ଖୁଜୁଛନ୍ତି । ୟୁକ୍ରେନ ର ସଶସ୍ତ୍ରବାହିନୀ ର ଭେରୀଫାଏ ଫେସବୁକ ଆକାଉଣ୍ଟରୁ ଏହିପରି ଏକ ଫଟୋ ପୋଷ୍ଟ କରାଯାଇଅଛି ।

ଫଟୋରେ ଜଣେ ଫାଇଟର ପାଇଲଟ କୁ ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏହି ଫଟୋ ରେ ଥିବା କ୍ୟାପସନ । ଏଥିରେ ଲେଖା ହୋଇଛି ଯେ “ହାଲୋ ରୁଷିଆ ଭିଲିଆନ ମୁଁ ତୁମର ଜୀବନ ନେବାପାଇଁ ଆସୁଅଛି” । ଏହା ଭେମ୍ପାୟାର ପକ୍ଷରୁ ଶତ୍ରୁ ଙ୍କ ନିମନ୍ତେ ସ୍ଵତନ୍ତ୍ର ମେସେଜ ଅଟେ ।

ବର୍ତ୍ତମାନ ଏହି ଫଟୋ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଛି । ଏହି ଫଟୋ କୁ ଗୋଟିଏ ଦିନରେ ଫେସବୁକ ପେଜ ରେ ସାତ ହଜାର ସାତଶହ ରୁ ଅଧିକ ଥର ସେୟାର କରାଯାଇଅଛି । ଘୋଷ୍ଟ ଅଫ କିଫ ଅଥବା କିଫ ର ଭମ୍ପାୟାର ନାମକ ଜଣେ ପାଇଲଟ ୧୦ ରୁଷିଆ ଯୁଦ୍ଧ ବିମାନ କୁ ଗୁଳିକରି ଖସାଇ ୟୁକ୍ରେନ ଏବେ ଚର୍ଚ୍ଚାରେ । ତେବେ ଏହାର ସତ୍ୟତା ସମ୍ପର୍କ ରେ କିଛି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଅନେକ ଲୋକ ଏହାକୁ ଏକ କାଳ୍ପନିକ କାହାଣୀ ବୋଲି କହୁଛନ୍ତି । କିନ୍ତୁ ୟୁକ୍ରେନ ସୁରକ୍ଷା ବଳ ଫଟୋ ପୋଷ୍ଟ କରିଲା ବେଳେ ପୁଣିଥରେ ୟୁକ୍ରେନ ପିଶାଚ ସମ୍ବନ୍ଧରେ ଚର୍ଚ୍ଚା ଆରମ୍ଭ ହୋଇଅଛି । ଏହି ୟୁକ୍ରେନିୟ ଭାମ୍ପାୟାର ଦେଶର ସୈନ୍ୟ ଏବଂ ସାଧାରଣ ଲୋକ ଙ୍କ ନିମନ୍ତେ ସାହାଶ୍ର ପ୍ରତୀକ ପାଲଟିଛନ୍ତି । ତେବେ ୟୁକ୍ରେନ ସୁରକ୍ଷା ବାହିନୀ ପୋଷ୍ଟ କରିଥିବା ଫଟୋ ରେ ପାଇଲଟ ଙ୍କ ନାମ କିମ୍ବା ପରିଚୟ ପ୍ରକାଶ ପାଇନାହିଁ । ଏଥିରେ ଜଣେ ପାଇଲଟ ଅକ୍ସିଜେନ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ସେ ଏକ ମିକ୨୯ ସିଟ ରେ ବସିଥିବା ଦେଖିବାକୁ ମିଳିଛି ।

ଯୁଦ୍ଧରେ ରୁଷିଆ ର ଅନେକ ଯୁଦ୍ଧ ବିମାନ କୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ । ଏକ ରିପୋର୍ଟ ର ତଥ୍ୟ ଅନୁସାରେ ରୁଷ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେଲା ବେଳକୁ ରୁଷିଆ ପାଖରେ ୧୨ ହଜାର ଯୁଦ୍ଧ ଜାହାଜ ଥିଲା । ମାତ୍ର ୟୁକ୍ରେନ ପାଖରେ ଥିଲା ୧୨୪ ଯୁଦ୍ଧ ବିମାନ । ମାତ୍ର ଏହି ଯୁଦ୍ଧରେ ରୁଷିଆ ଅନେକ ସୈନ୍ୟ ଙ୍କୁ ହରାଇ ଥିଲା ବେଳେ ଯୁଦ୍ଧ ଜାହାଜ ଧ୍ଵଂସ କରିଥିବା ୟୁକ୍ରେନ କହୁଛି । ତେବେ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *