ସବୁ ଅଣ୍ଟା ବ୍ୟଥାର ଚିକିତ୍ସା କ’ଣ ସର୍ଜରୀ ? Dr Simanchala Mahapatra

ବନ୍ଧୁଗଣ ଆମ ସମାଜର ୮୦ ପ୍ରତିଶତ ଲୋକ ଅଣ୍ଟା ବିନ୍ଧା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଲୋକ ଭାବିଥାନ୍ତି ଅଣ୍ଟା ବିନ୍ଧା ପାଇଁ ତାଙ୍କର କଣ ସର୍ଜରୀ ହେବ । ଏମିତି ଅନେକ କଥା ଭାବି ଲୋକମାନେ ଚିନ୍ତାରେ ପଡିଯାନ୍ତି । ହେଲେ ଅଣ୍ଟା ବିନ୍ଧା ହେବାର କାରଣ ଓ ତାର ଚିକିତ୍ସା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ୮୦ ପ୍ରତିଶତ ଅଣ୍ଟା ବିନ୍ଧା ଔଷଧ ଓ ଘରୋଇ ଉପଚାରରେ ଠିକ ହୋଇଯାଏ । ସାଧାରଣତଃ ପରିଶ୍ରମୀ ଲୋକ ମାନଙ୍କୁ ୪୦ ବର୍ଷ ହେବା ପରେ ଏହି ଅଣ୍ଟା ବିନ୍ଧା ସମସ୍ୟା ଦେଖା ଦେଇଥାଏ । ଯେଉଁ ମାନେ କେବଳ ବସିକି କାମ କରନ୍ତି, ଯେଉଁ ମାନେ ନଇକି ବସନ୍ତି ଓ ଯେଉଁ ମାନେ ଅଧିକ ଓଜନ ଜିନିଷ ଉଠାନ୍ତି ତାଙ୍କର ଅଣ୍ଟା ବିନ୍ଧା ସମସ୍ୟା ବହୁତ ଶୀଘ୍ର ହୁଏ ।

ତେବେ ସବୁ ଅଣ୍ଟା ବିନ୍ଧା ରୋଗୀଙ୍କର ଅପରେସନ ଦରକାର ହେବ ବୋଲି ମାନେ ନାହିଁ କେବଳ ୧୦ ରୁ ୨୦ ପ୍ରତିଶତ ଲୋକଙ୍କୁ ସର୍ଜରୀ ଦରକାର ହୁଏ । ଯଦି ଆପଣଙ୍କ ଅଣ୍ଟା ବିନ୍ଧା ଅତ୍ୟଧିକ ହେଉଛି ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଆଉ ଯଦି ଆପଣଙ୍କୁ ଡାକ୍ତର ସର୍ଜରୀ କରିବାକୁ କହିବେ ତା ହେଲେ ଆପଣ ସେକେଣ୍ଡ ଅପିନିୟନ ନିଶ୍ଚୟ ନିଅନ୍ତୁ ।

କାରଣ ଅଣ୍ଟା ବିନ୍ଧା ଏକ ଛୋଟ ସମସ୍ୟା ନୁହେଁ ତେଣୁ ଅଣ୍ଟା ବିନ୍ଧା ସମସ୍ୟାକୁ ବୁଝି ତାର ଚିକିତ୍ସା କରିବା ଡାକ୍ତରଙ୍କ ଅଭିଜ୍ଞାତା ଉପରେ ନିର୍ଭର କରେ । ତେଣୁ ବନ୍ଧୁଗଣ ଆପଣ ମାନେ କମ ସେ କମ ଦୁଇଟି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ । ତେବେ ଅଣ୍ଟା ବିନ୍ଧା ସମସ୍ୟାକୁ କିଛି ଘରୋଇ ଉପଚାର ମଧ୍ୟରେ ମଧ୍ୟ ଠିକ କରିହେବ ।

୮୦ ପ୍ରତିଶତ ଲୋକ ଏହି ଘରୋଇ ଉପଚାରର ପ୍ରୟୋଗରେ ନିଜ ଅଣ୍ଟା ବିନ୍ଧା ସମସ୍ୟାକୁ ଦୂର କରିପାରିବେ । ଯଦି ଆପଣଙ୍କୁ ଅଣ୍ଟା ବିନ୍ଧା ସମସ୍ୟା ଅଛି ତା ହେଲେ ପ୍ରଥମ କଥା ହେଉଛି ଆପଣଙ୍କୁ ବେଡ ରେସ୍ଟ ଦରକାର । ଆପଣ ମାନେ ବେଡ ରେସ୍ଟ ନେବେ ତା ମାନେ ନୁହେଁ ଯେ, ଆପଣ ଦିନ ରାତି କେବଳ ଶୋଇ ରହିବେ । ଆପଣ ମାନେ ନିଜ ଦୈନଦିନ କାମ କରିବେ ହେଲେ କିଛି ଓଜନିଆ ଜିନିଷ ଉଠାଇବେ ନାହିଁ ।

ଆପଣ ଏମିତି ତିନି ମାସ କରନ୍ତୁ ଯଦି କମିବ ନାହିଁ ଆପଣ ଅଣ୍ଟାରେ ବେଲ୍ଟ ପିନ୍ଧନ୍ତୁ । ହେଲେ ୩ ମାସ ଠାରୁ ଅଧିକ ବେଲ୍ଟ ପିନ୍ଧିବେ ନାହିଁ । ଗୋଟେ ଭଲ ଫିଜିଓ ଥେରେପି ପାଖକୁ ଯାଇ ଚିକିତ୍ସିତ ହେବେ । ଏହି ସବୁ କଥାକୁ ଧ୍ୟାନରେ ରଖିଲେ ଆପଣଙ୍କ ଅଣ୍ଟା ବିନ୍ଧା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *