ଡାକ୍ତରଙ୍କ ଏ କି ଅମାନବୀୟ କାଣ୍ଡ, ରୋଗୀଙ୍କ ସହ ଯାହା କଲେ ଦେଖିଲେ ଆଖି ବୁଜି ହେଇଯିବ, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କୁହାଯାଏ କି ଡାକ୍ତର ଙ୍କୁ ସାକ୍ଷାତ ଭଗବାନ ଙ୍କ ଅବତାର ବୋଲି ବିବେଚନା କରାଯାଏ । ମାନବ ସେବା ହିଁ ମାଧବ ସେବା ଏହା ଯେମିତି ତାଙ୍କ ପାଇଁ ହୃଦୟର ଆହ୍ୱାନ । ତେବେ କିନ୍ତୁ ଯେତେବେଳେ ସେହି ଡାକ୍ତର ନିଜ ରୋଗୀଙ୍କ ସହ ଭଲ ବ୍ୟବହାର ନ କରି ଖରାପ ବ୍ୟବହାର କରିବା ସହ ତାଙ୍କୁ ମାରପିଟ କରେ ସେତେବେଳେ ସେହି ଡାକ୍ତର ଯିଏ ଭଗବାନ ସଦୃଶ ଥିଲେ ସେ ଅସୁର ହୋଇ ପଡ଼ିଥାନ୍ତି ।

ତେବେ ବର୍ତ୍ତମାନ ର ବଡ଼ ଖବର ଯେ ଡାକ୍ତର ଖାନାରେ ରୋଗୀ-ଡାକ୍ତର ପିଟାପିଟି । ଗୋଇଠା, ମୁଥ ଠେଙ୍ଗାରେ କଥାବାର୍ତ୍ତା ।  କେତେବେଳେ କିଏ କାହାକୁ ମୁଥ, ଗୋଇଠା ମାରିଲାଣି ତ ଆଉ କେତେବେଳେ ବାଡି ଧରି ଆକ୍ରମଣ କଲାଣି ।  ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ଚିକତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତର କୌଣସି କାରଣବଶତଃ ଆକ୍ରମଣ କରିଥିବା ଜଣା ପଡ଼ିଛି । ତେବେ ସୂଚନା ଅନୁସାରେ ମୁକେଶ ନାଏକଙ୍କ ପେଟ ଯନ୍ତ୍ରଣା ହେବାରୁ ସେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ । ହେଲେ ଡାକ୍ତର ଡ୍ୟୁଟିରେ ନଥିବା ଯୋଗୁ ଡାକ୍ତର କୁଆଡ଼େ ଗଲେ ବୋଲି ସେ ପଚରାଉଚରା କରିଥିଲେ । ପରେ ମୁକେଶ ମେଡ଼ିସିନ ଖାଇ ଡାକ୍ତରଖାନାରେ ବସି ରହିଥିଲେ ।

ଏହି ସମୟରେ ହଠାତ୍‌ ଡାକ୍ତର ଶୈଳେଶ କୁମାର ଦୋରା ପହଞ୍ଚି କାହିଁକି ଚିତ୍କାର କରୁଛ ବୋଲି ପଚାରିବା ସହ ମୁକେଶଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାକୁ ନେଇ ମୁକେଶ ନାଏକଙ୍କ ପରିବାର ଏବଂ ପଡାଵାସୀଙ୍କ ପକ୍ଷରୁ ଡାକ୍ତରଖାନା ସମ୍ମୁଖରେ ଏନ ଏଚ ୧୩୦ସି କୁ ଅବରୋଧ କରାଯାଇଛି ।

ଡାକ୍ତର ଶୈଳେଶ କୁମାର ଦୋରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଲୋକମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ଧର୍ମଗଡ ଡିଏସ୍‌ପି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି । ତେବେ ଯେଉଁ ଡାକ୍ତର ମାନେ ରୋଗୀଙ୍କୁ ବଞ୍ଚାଇବା କଥା ସେମାନଙ୍କ ର ଯତ୍ନ ନେବା ଆବଶ୍ୟକ ଯାହାକୁ ଲୋକମାନେ ଭଗବାନ ବୋଲି ମାନନ୍ତି ଯଦି ସେ ଏହି ଭଳି କାର୍ଯ୍ୟ କରିବ ତେବେ ଏହି ସମାଜର ଆଉ କଣ ହୋଇ ପାରିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *